ପୃଷ୍ଠା:Netrutya O Netrutwa.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୦୧

କ‌ହି ପୁଛି ଜାଣେ ଯେ

ପୃଥିବୀର ଏହି ଅଳ୍ପ-ସଂଖ୍ୟକ ଆଦର୍ଶବାଦୀଙ୍କୁ କୁହାଳିଆ ଶ୍ରେଣୀରେ ଧରା ଯାଇ ପାରେ । ଏମାନେ ନିଜେ ହାଡ଼ଭଙ୍ଗା କଠିନ କାମ କରିବାକୁ ଯେତେ ପାରଗ ନୁହ‌ନ୍ତି, ଅନ୍ୟକୁ ତାହା କରିବାକୁ ଫୁସୁଲାଇ ପାରିବାରେ ବେଶି ତ‌ତ୍ପର । ଅତି ବଡ ଧନୀ ଓ ବ୍ୟବସାୟ ମାଲିକମାନଙ୍କ ପରି ଏମାନେ ତୁଚ୍ଛା ଘୁଙ୍ଗୁଡ଼ି ପକେଇ ବେଶି ଭୋଜନରେ ମରନ୍ତି ନାହିଁ, କିନ୍ତୁ ଯାହାଙ୍କର କିଛି ନାହିଁ ତାଙ୍କୁ ନିରାହାରରେ ମରିବା ପାଇଁ ଉତ୍ସାହ ଉତ୍ତେଜନା ଦିଅନ୍ତି ଢ଼େର । ନିଜର ମାରିବାକୁ ସୁବିଧା ସାହସ ନ ଥିବାରୁ ଅନ୍ୟକୁ ମାରିବାପାଇଁ ତିଆରି କରନ୍ତି । କ‌ହି ପୁଛି ଜାଣିବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ, ଅବଶ୍ୟ ସବୁ ବେଳେ ଆପଣାର ଦେହକୁ ଓ ଧନ ସମ୍ପତ୍ତିକୁ ଜଗି ରଖି । ଚତୁରତା ଗୁଣରେ ଯଥାର୍ଥରେ ପୁଇଁ ଚିଙ୍ଗୁଡ଼ି ବିକନ୍ତି ଏହିମାନେ; କାରଣ ଉକ୍ତ ଶ୍ରେଣୀର ସବୁ ଗୁଡ଼ିକ ପ୍ରାୟ ପଚା ଚିଙ୍ଗୁଡ଼ି କାରବାର ବାଲା ।

ମ‌ଫସଲ ଗାଁରେ ଟାଉଟରଗିରି କରିବାଠାରୁ ଆରମ୍ଭ କରି କୋର୍ଟ କଚେରିରେ ଓକିଲାତି ଏବଂ ବ୍ୟବସ୍ଥା ସଭା କିମ୍ବା ପାର୍ଲିମେଣ୍ଟରେ ରାଜନୈତିକ ବାକ୍‌ସ୍ପର୍ତ୍ତି କରିବା ପର୍ଯ୍ୟନ୍ତ ଏହି ପୁଇଁ ଚିଙ୍ଗୁଡି ବିକିବା ଲୋକେ ଭର୍ତ୍ତି ହୋଇ ଅଛନ୍ତି । କଥାର ଚାତୁରିରେ କଠୋର କର୍କଶ ବାସ୍ତବକୁ ମଧ୍ୟ ଏକ କୋମଳ ମୁଲାଏମ ଘୋଡ଼ଣି ଭିତରେ ସଜାଇ ଦେଖାଇବାକୁ ଏମାନେ ଅଭ୍ୟସ୍ତ । ଲକ୍ଷ ଲକ୍ଷ ଭଙ୍ଗା କୁଡ଼ିଆର ପ୍ରତିନିଧି ହୋଇ ସରକାରୀ ରାଜଧାନୀଗୁଡ଼ିର କୋଠା ବାଡ଼ି ଚାକଚକ୍ୟ ଠିକ୍ ଯେମିତି ଏକ ନିର୍ଲଜ ଘୋଡ଼ଣୀର କାମ କରିଥାଏ, ଏ ସବୁ ହାସଲ କରିବାକୁ କଥାର କାଇଦା ତାଙ୍କର ବଡ ଅସ୍ତ୍ର । କୌଣସି ବିଷୟରେ ତାଙ୍କର ନିଜର ପାଣ୍ତିତ୍ୟ ବା ଅଭିଜ୍ଞତା ଦରକାର ନାହିଁ, କାରଣ ସବୁ ବିଷୟରେ ପଣ୍ତିତ ଓ