ପୃଷ୍ଠା:Odisha Itihasa.pdf/୧୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କନ୍ଧମାନେ ସରକାର ବିରୋଧରେ ବିଦ୍ରୋହ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ଶରଣ ସିଂହ ଓ କୃତ୍ତିବାସ ପାଟଶାଣୀ । ବିଦ୍ରୋହ ଦମନ କରି ସରକାର ଏହି ଉଭୟ ବିଦ୍ରୋହୀଙ୍କୁ ଯାବଜ୍ଜୀବନ ଦୀପାନ୍ତର ଦଣ୍ତ ଦେଇଥିଲେ।

ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ: ୧୮୨୭-୧୮୬୪ ୧୮୫୭ରେ ଉତ୍ତର-ଭାରତରେ ଇଂରେଜମାନଙ୍କ ବିରୋଧରେ ଯେତେବେଳେ ବ୍ୟାପକ ଗଣସଂଗ୍ରାମ ସଂଘଟିତ ହେଲା, ସେହି ସମୟରେ ସମ୍ବଲପୁରରେ ମଧ୍ୟ ଜନ ବିଦ୍ରୋହ ଦେଖିବାକୁ ମିଳିଥିଲା । ଏହାର ନେତୃତ୍ୱ ନେଇଥିଲେ ସୁରେନ୍ଦ୍ର ସାଏ । ୧୮୫୭ ଗଣସଂଗ୍ରାମ ଆରମ୍ଭ ହେବାର ଅନେକ ବର୍ଷ ପୂର୍ବରୁ ଏହି ବିଦ୍ରୋହର ଆରମ୍ଭ ଘଟିଥିଲା ଏବଂ ୧୮୫୭ ଗଣସଂଗ୍ରାମର ଦମନ ପରେ ସୁଦ୍ଧା ଏହା ଅନେକ ବର୍ଷ ଧରି ଅବ୍ୟାହତ ରହିଥିଲା । ସମ୍ବଲପୁର ରାଜଗାଦି ଉପରେ ନିଜର ଦାବି ଜାହିର କରି ଯଦିଓ ସୁରେନ୍ଦ୍ର ସାଏ ବିଦ୍ରୋହ ଆରମ୍ଭ କରିଥିଲେ, ଔପନିବେଶିକ ଶୋଷଣର ଶିକାର ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ୍‍ ହୋଇଥିଲେ ଏବଂ ବିଦ୍ରୋହକୁ ସୁରେନ୍ଦ୍ର ସାଏଙ୍କ ବ୍ୟକ୍ତିଗତ ସ୍ତରରେ ସୀମିତ ନରଖି ଏକ ଗଣସଂଗ୍ରାମର ରୂପ ଦେଇଥିଲେ ।

ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ନିକଟବର୍ତ୍ତୀ ରାଜପୁର-ଖିଣ୍ତା ଜମିଦାରୀର ଧରମ ସିଂହଙ୍କ ପୁତ୍ର । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କର ମୃତ୍ୟୁ ପରେ ବରପାଲି ଜମିଦାରୀର ନାରାୟଣ ସିଂହଙ୍କୁ ସରକାର ସମ୍ବଲପୁରର ରାଜା ଘୋଷଣା କଲେ । ମାତ୍ର ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇମାନେ (ଉଦନ୍ତ, ଧ୍ରୁବ, ଉଜ୍ଜ୍ୱଳ, ଛବିଳ, ଜାଜ୍ଜ୍ୱଳ ଓ ମେଦିନୀ) କକା ବଳରାମ ସାଏଙ୍କ ନିର୍ଦ୍ଦେଶରେ ରାଜଗାଦି ଦାବି କଲେ । ସୁରେନ୍ଦ୍ରଙ୍କ ଦାବି କେତେ ନ୍ୟାଯ୍ୟ ଥିଲା କେଜାଣି, କିନ୍ତୁ ବୃଦ୍ଧ ନାରାୟଣଙ୍କୁ ରାଜଗାଦିରେ ବସାଇ ସରକାର ସମ୍ବଲପୁରରେ ପ୍ରତ୍ୟକ୍ଷ ଶାସନ ଚଳାଇବାକୁ ମସୁଧା କରିଥିଲେ । ନାରାୟଣ ସିଂହ ନାମମାତ୍ର ରାଜା ହେବେ ବୋଲି ସୁସ୍ପଷ୍ଟ ଥିଲା । ଏହା ସ୍ଥାନୀୟ ସ୍ୱାଭିମାନକୁ ଆହତ କରିଥିଲା । ପୁଣି ୧୮୦୪ରୁ ଏବଂ ବିଶେଷକରି ୧୮୧୭ ପରଠାରୁ ଇଂରେଜମାନେ ପ୍ରାଶାସନିକ ଓ ଆର୍ଥିକ ସ୍ତରରେ ଯେଉଁ ବ୍ୟାପକ ପରିବର୍ତ୍ତନମାନ ଆଣିଥିଲେ ତାହା ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଲା । ସମ୍ବଲପୁର ଅଞ୍ଚଳ ଇଂରେଜମାନଙ୍କ ହାତକୁ ଚାଲିଗଲା ପରେ ଶୋଷଣ ଅଧିକ ବ୍ୟାପକ ହେବ ବୋଲି ଲୋକ ନିଜ ସାଧାରଣ ବୁଦ୍ଧିରେ ବୁଝି ପାରୁଥିଲେ । ତେଣୁ ସେହି ବ୍ୟାପକ ଜନ ଅସନ୍ତୋଷର ପ୍ରତୀକ ଭାବରେ ସୁରେନ୍ଦ୍ର ସାଏଙ୍କୁ ଦେଖିବା ହୁଏତ ସ୍ୱାଭାବିକ ପ୍ରତୀତ ହେବ ।

ସୁରେନ୍ଦ୍ର ସାଏଙ୍କ ବିଦ୍ରୋହକୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ଦେଖିହେବ । ପ୍ରଥମ ପର୍ଯ୍ୟାୟ (୧୮୨୭-୧୮୪୦)ରେ ସେ ରାଜଗାଦି ଲାଭ କରିଥିବା ନାରାୟଣ ସିଂହଙ୍କ ବିରୁଦ୍ଧରେ ଗଣ୍ତ ଜମିଦାର ଓ ଗୌନ୍ତିଆମାନଙ୍କୁ ଏକଜୁଟ କଲେ । ଏହି ପ୍ରକ୍ରିୟାରେ ତାଙ୍କୁ ଲଖନପୁରରେ ନାରାୟଣ ସିଂହଙ୍କ ସିପାହୀମାନଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା । ଆକ୍ରମଣରେ ଯଦିଓ ସୁରେନ୍ଦ୍ର ସାଏ କିମ୍ବା ତାଙ୍କ ଭାଇମାନଙ୍କର କୌଣସି କ୍ଷତି ହୋଇ ନଥିଲା, କିନ୍ତୁ ତାଙ୍କ ଘନିଷ୍ଠ ସହଯୋଗୀ ଲଖନପୁରର ଗଣ୍ତ{{right|ଓଡ଼ିଶା ଇତିହାସ . ୧୯୧