ପୃଷ୍ଠା:Odisha Itihasa.pdf/୨୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉନ୍ନତି ବିନା ଜାତି କିମ୍ବା ବ୍ୟକ୍ତିର ଉନ୍ନତି ସମ୍ଭବ ନୁହେଁ । ଧ୍ୟାନ ଦିଆଯିବା କଥା ଯେ, ବୁଦ୍ଧିଜୀବୀ ବର୍ଗ ଭାଷା-ସାହିତ୍ୟ ଭାବରେ ଇଂରାଜୀ ସାହିତ୍ୟ ଶିକ୍ଷାର ବିରୋଧ କରୁ ନଥିଲେ । ସେମାନେ କେବଳ ମାତୃଭାଷା ଶିକ୍ଷାକୁ ଉପେକ୍ଷା କରାଯିବା କଥା ନୁହେଁ ବୋଲି କହୁଥିଲେ । ସେମାନଙ୍କର ଅଭିଯୋଗ ଯେ, ପାଶ୍ଚାତ୍ୟର ଅଂଧ ଅନୁକରଣଯୋଗୁଁ ମାତୃଭାଷା ଶିକ୍ଷାକୁ ଆବଶ୍ୟକୀୟ ମହତ୍ତ୍ୱ ପ୍ରଦାନ କରାଯାଉ ନାହିଁ । ମାତୃଭାଷା ପରି ନାରୀ ଶିକ୍ଷାକୁ ମଧ୍ୟ ଜାତୀୟ ଉନ୍ନତିିନିମନ୍ତେ ଏକ ଆବଶ୍ୟକୀୟ ଉପାଦାନ ବୋଲି ଗ୍ରହଣ କରାଯାଇଥିଲା । ଫକୀର ମୋହନଙ୍କ ଭାଷାରେ ନାରୀ ଶିକ୍ଷା ହେଲା ସମଗ୍ର ଜାତିର ଶିକ୍ଷା, ଜନଗଣଙ୍କ ଶିକ୍ଷା ଏବଂ କୁସଂସ୍କାରରୁ ବିମୁକ୍ତିର ବାଟ । ତାଙ୍କର କାଳଜୟୀ ଗଳ୍ପ 'ରେବତୀ'ରେ ନୂଆ ପିଢ଼ିର ଝିଅ ମନରେ ଶିକ୍ଷାପାଇଁ ଥିବା ସ୍ୱାଭାବିକ ଆଗ୍ରହକୁ ସେ ଦର୍ଶାଇଥିଲେ । ୧୮୬୦ ଦଶକରେ ସେ ଯେତେବେଳେ ବାଲେଶ୍ୱରରେ ଶିକ୍ଷକତା କରୁଥିଲେ, ନାରୀ ଶିକ୍ଷା ନିମନ୍ତେ ସେ ସ୍କୁଲ୍‌ରେ ଏକ ସ୍ୱତନ୍ତ୍ର ବାଳିକା ବିଭାଗ ଆରମ୍ଭ କରିଥିଲେ । ଅନ୍ତତଃ କୁଳୀନ ବର୍ଗର କନ୍ୟାମାନଙ୍କୁ ସେମାନଙ୍କ ଅଭିଭାବକ ବର୍ଗ ବାଳିକା ବିଭାଗ ସ୍ଥାପନ ହେଲେ ସ୍କୁଲ୍‍ ପଠାଇବେ ବୋଲି ସେ ଆଶା କରିଥିଲେ । ମାତ୍ର ପରେ ସେ ଦୁଃଖ ପ୍ରକାଶ କରିଥିଲେ, କାରଣ କେତେକ ଖ୍ରୀଷ୍ଟିଆନ୍‍ ପରିବାର ବ୍ୟତୀତ ଅନ୍ୟମାନେ କନ୍ୟାମାନଙ୍କୁ ସ୍କୁଲ୍‍କୁ ପଠାଉ ନଥିଲେ । ୧୯୦୮ରେ ମଧୁସୂଦନ ଦାସ ନିଜ ପ୍ରଚେଷ୍ଟାରେ ଏକ କନ୍ୟା ବିଦ୍ୟାଳୟ ଆରମ୍ଭ କରିଥିଲେ, ଯାହାର ପରିଚାଳନା ଭାର ରହିଥିଲା ତାଙ୍କର ପୌଷ୍ୟ ପୁତ୍ରୀ ଶୈଳବାଳାଙ୍କ ହାତରେ । ସ୍କୁଲ୍‍ ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ସେ ଶୈଳବାଳାଙ୍କୁ ଇଂଲଣ୍ଡ ମଧ୍ୟ ପଠାଇଥିଲେ ।

ପତ୍ରପତ୍ରିକା ଜାତୀୟତାର ଉନ୍ମେଷ କାଳରେ ପତ୍ର-ପତ୍ରିକାର ପ୍ରକାଶନକୁ ଖୁବ୍‍ ଅଗ୍ରାଧିକାର ଦିଆଯାଉଥିଲା । ବୁଦ୍ଧିଜୀବୀ ବୁଝିଥିଲେ ଯେ, ସାମାଜିକ ସଂକଟର ଏକ ପ୍ରମୁଖ କାରଣ ହେଲା ସରକାର ଓ ସ୍ଥାନୀୟ ଲୋକ ସମାଜ ମଧ୍ୟରେ ଯୋଗାଯୋଗର ଅଭାବ । ପତ୍ର-ପତ୍ରିକା ଏହି ଅଭାବକୁ ପୂରଣ କରିପାରିବ ବୋଲି ମନେ କରାଯାଉଥିଲା । ନଅଙ୍କ ଦୁର୍ଭିିକ୍ଷ ପରିପ୍ରେକ୍ଷୀରେ ବୁଦ୍ଧିଜୀବୀର ଧାରଣା ଯେ, ଯୋଗାଯୋଗ ରହିଥିଲେ ସରକାର ବାସ୍ତବିକତାକୁ ଅକ୍ଲେଶରେ ଜାଣିପାରିଥାନ୍ତେ । ଫଳରେ ପ୍ରତିକାର ନିମନ୍ତେ ଯଥୋଚିତ ପଦକ୍ଷେପ ନେଇ ପାରିଥାନ୍ତେ । ଅସଲରେ ସେତେବେଳର ଜାତୀୟତାବାଦୀ ଇଂରେଜ ସରକାରଙ୍କ ମହନୀୟତାକୁ ସନ୍ଦେହ କରୁ ନଥିଲେ । ଅଥବା ଏହା ବି ହୋଇପାରେ ଯେ, ଦମନ ଭୟରେ ସରକାରର ସିଧା ସିଧା ସମାଲୋଚନା କରିବାକୁ ସାହସ କରୁ ନଥିଲେ, ଯାହା ଜାତୀୟତାର ଉନ୍ମେଷ କାଳରେ ସ୍ୱାଭାବିକ କଥାା ବରଂ ସରକାରଙ୍କ ମହନୀୟତା ସତ୍ତ୍ୱେ ଠିକ୍‍ କରି ଖବର ପହଞ୍ଚୁ ନ ଥିବାରୁ ପ୍ରଜା ପାଳନରେ ତ୍ରୁଟି ବିଚ୍ୟୁତି ହେଉଛି ବୋଲି କହୁଥିଲେ । ଗୋପାଳଚନ୍ଦ୍ର ପ୍ରହରାଜ ପୂର୍ବୋକ୍ତ ଉପନ୍ୟାସରେ ଇଂରେଜମାନଙ୍କର ପ୍ରଶଂସା କରି କହିଛନ୍ତି, "ଇତିହାସ ଦେଖ, ଇଂରେଜ ଜାତି କେବେ ହେଁ{{right|ଓଡ଼ିଶା ଇତିହାସ . ୨୧୯