ପୃଷ୍ଠା:Odisha Itihasa.pdf/୨୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ପାଞ୍ଚଜଣ ପ୍ରତିିନିଧି ଉପସ୍ଥିତ ଥିଲେ । ସେମାନେ ସ୍ଥିର ନିଶ୍ଚିତ ହେଲେ ଯେ, ଆଞ୍ଚଳିକ ପ୍ରସଙ୍ଗପାଇଁ ଓଡ଼ିଶା ସ୍ତରରେ ସଙ୍ଗଠନ ଗଠନ କରାଯିବା ଉଚିତ । କଂଗ୍ରେସର ବିରୋଧୀ ଭାବରେ ନୁହେଁ, ମାତ୍ର ଏକ ଭିନ୍ନ ମଞ୍ଚର ଆବଶ୍ୟକତା ସେମାନେ ତୀବ୍ର ଭାବରେ ଅନୁଭବ କଲେ । ବଡ଼ କଥା ହେଲା ଯେ, ୧୯୦୩ରେ ଉତ୍କଳ ସମ୍ମିଳନୀର ଗଠନ ପରେ କଂଗ୍ରେସ ସହ ଓଡ଼ିଶା ବୁଦ୍ଧିଜୀବୀଙ୍କ ସଂପର୍କ ତୁଟିଯାଇ ନଥିଲା । ଏପରିକି 'ଉତ୍କଳ ସମ୍ମିଳନୀ'ର ଅଣ-ଆନୁଷ୍ଠାନିକ ମୁଖପତ୍ର ଭଳି କାମ କରୁଥିବା 'ଉତ୍କଳ ଦୀପିକା' କଂଗ୍ରେସର ମାଡ୍ରାସ ଅଧିବେଶନ ସଂପର୍କରେ ମନ୍ତବ୍ୟ ଦେଇ ଲେଖିଥିଲା ଯେ, ଦିନୁଦିନ କଂଗ୍ରେସ ଆନ୍ଦୋଳନ ଦୃଢ଼ରୁ ଦୃଢ଼ତର ହେଉଛି । କଂଗ୍ରେସର ବିରୋଧ କରି 'ଉତ୍କଳ ଦୀପିକା' କୌଣସି ମନ୍ତବ୍ୟ ଦେଇନଥିଲା । ଉତ୍କଳ ସମ୍ମିଳନୀରେ ମଧ୍ୟ କଂଗ୍ରେସ ବିରୁଦ୍ଧରେ କଦାଚିତ୍‍ ପ୍ରସ୍ତାବ ପାସ୍‍ ହୋଇ ନାହିଁ ! ଉତ୍କଳ ସମ୍ମିଳନୀର ସ୍ୱାଗତ ସଂଗୀତର ନାଁ ଥିଲା 'ଭାରତ ଗୀତିକା' । ରାଧାନାଥ ରାୟଙ୍କଦ୍ୱାରା ଲିଖିତ ଏହି ସଂଗୀତରେ 'ସର୍ବେଷାଂ ନୋ ଜନନୀ ଭାରତ' ଅର୍ଥାତ ଭାରତ ଆମ ସମସ୍ତଙ୍କର ମା' ବୋଲି କୁହାଯାଇଥିଲା । ୧୯୦୭ରେ ନିଜେ ମଧୁସୂଦନ ଦାସ, ୧୯୦୬ର କଲିକତା କଂଗ୍ରେସରେ ଯୋଗ ଦେଇଥିବା ଓଡ଼ିଶା ପ୍ରତିିନିଧିଙ୍କ ସମ୍ମାନାର୍ଥେ ଏକ ସ୍ୱାଗତ ସଭାର ଆୟୋଜନ କରି ଅଧିବେଶନକୁ ଏଯାଏ ଆୟୋଜିତ ସର୍ବ ବୃହତ ସମ୍ମିଳନୀ ବୋଲି ଉଲ୍ଲେଖ କରିଥିଲେ । ୧୮୮୬ ଓ ୧୯୧୨ ମଧ୍ୟରେ ସେ ୧୭ ଥର କଂଗ୍ରେସର ବାର୍ଷିକ ଅଧିବେଶନରେ ଯୋଗ ଦେଇଥିଲେ । ଏହା ମଧୁସୂଦନ ଦାସଙ୍କ ଜାତୀୟ କଂଗ୍ରେସ ପ୍ରୀତିକୁ ସୁସ୍ପଷ୍ଟ କରେ । ଭାରତର ମହିମା ଗାନ କରି ସେ ଲେଖିଥିଲେ:

ଏ ଭାରତ ଭୂମି ଆମ୍ଭର ଜନନୀ

ପୁଣ୍ୟଭୂମି ନାହିିଁ ସରି ଏହାର

ଅମୂଲ୍ୟ ଦୁର୍ଲ୍ଲଭ ରତନର ଖଣି

ସବୁ ଦେଶ ମଧ୍ୟେ ଏ ଦେଶ ସାର ।

ଠିକ୍‍ ସେହିଭଳି ମଧୁସୂଦନ ରାଓ 'ଜନ୍ମଭୂମି' କବିତାରେ କହିଥିଲେ:

ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ ।

ଫକୀର ମୋହନ ଭାରତ ଓ ତା'ର କ୍ଷେତ୍ରଗୁଡ଼ିକ ମଧ୍ୟରେ ଥିବା ନିବିଡ଼ ସମ୍ବନ୍ଧକୁ ବ୍ୟାଖ୍ୟା କରି ଏକ ନିବନ୍ଧରେ ଭାରତକୁ ଏକ ତାନପୁରା ଯନ୍ତ୍ର ଏବଂ ଅଞ୍ଚଳଗୁଡ଼ିକୁ ତାନପୁରାର ପିତ୍ତଳ ତାର ସହ ତୁଳନା କରିଥିଲେ । ପ୍ରତ୍ୟେକ ପିତ୍ତଳ ତାରର ସ୍ୱତନ୍ତ୍ର ଧ୍ୱନି ଏବଂ ସମସ୍ତେ ମିଶିଲେ ଯାଇ ତାନପୁରା ଯନ୍ତ୍ର । ତନ୍ମଧ୍ୟରୁ କୌଣସିଟି ବାଧାପ୍ରାପ୍ତ ହେଲେ ଯନ୍ତ୍ରଟି ନିଜର ସୁମଧୁରତା ହରାଏ । ଏହିଭଳି ଅନେକ ଉଦାହରଣ ମିଳିବ, ଯେଉଁଥିରୁ ସିଦ୍ଧ ହୁଏ ଯେ ଓଡ଼ିଶାର ଜାତୀୟତାବାଦୀମାନେ ରାଷ୍ଟ୍ରୀୟତାର ବିରୋଧ କରିାହାନ୍ତି, ବରଂ ଓଡ଼ିଶାର ଜାତୀୟତାକୁ ଭାରତୀୟତାର ଏକ ଅଭିନ୍ନ{{right|ଓଡ଼ିଶା ଇତିହାସ . ୨୩୩