ପୃଷ୍ଠା:Odisha Itihasa.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହିସବୁ କାରଣରୁ ରାଜା-ରାଜୁଡ଼ାଙ୍କ ସରକାରୀ ଆନୁଗତ୍ୟ ରହିଛି ଜାଣି ସୁଦ୍ଧା ସେମାନଙ୍କଠାରୁ ଲିବରାଲମାନେ ବିଚ୍ଛିନ୍ନ ହୋଇ ଜାତୀୟତାବାଦୀ ରାଜନୀତିକୁ ଆଗେଇ ନେବା ନିମନ୍ତେ ସାହସ କରିପାରୁ ନଥିଲେ । ଫଳରେ ଓଡ଼ିଶା ଆନ୍ଦୋଳନରେ ସାମନ୍ତୀ ପ୍ରଭାବପାଇଁ ବାଟ ସହଜ ହେଲା । ସାମନ୍ତୀ ପ୍ରଭାବର ନିଦର୍ଶନ ସ୍ୱରୂପ ରାଜା-ଜମିଦାରଙ୍କୁ ବାଦ ଦେଲେ ଉତ୍କଳ ସମ୍ମିଳନୀର ସଭାପତି ପଦରେ ଅନ୍ୟ କାହାକୁ ଆରମ୍ଭରେ ମନୋନୀତ କରାଯାଉ ନଥିଲା । ୧୯୧୭ରେ ପ୍ରଥମ କରି ଫକୀର ମୋହନଙ୍କ ଭଳି ଜଣେ ମଧ୍ୟବର୍ଗୀୟଙ୍କୁ ସଭାପତି ମନୋନୀତ କରାଯାଇଥିଲା । ଲିବରାଲ ଗୋଷ୍ଠୀର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଯେ, ଏହା ସତ୍ୟବାଦୀ ଗୋଷ୍ଠୀର ନରମପନ୍ଥୀ ଜାତୀୟତା ସହ ତାଳ ମିଳାଇ ପାରିଲା ନାହିିଁ । ଦ୍ୱିତୀୟ ପିଢ଼ିର ଆଧୁିନିକ ବୁଦ୍ଧିଜୀବୀ ଭାବରେ ଯେତେବେଳେ ନରମପନ୍ଥୀ ଜାତୀୟତାବାଦୀମାନେ ବ୍ରିଟିଶ ବିରୋଧତାକୁ ତୀବ୍ର କଲେ ବା ସାମନ୍ତୀ ପ୍ରଭାବକୁ ଅବଜ୍ଞା କଲେ, ଆଗ୍ରହ ଥିବା ସତ୍ତ୍ୱେ ତାକୁ ଲିବରାଲମାନେ ସହଜରେ ଗ୍ରହଣ କରିପାରିଲେ ନାହିିଁ । ଉଦାହରଣ ସ୍ୱରୂପ, ୧୯୧୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେଲା ଉତ୍ତାରୁ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ହେବାର ଆଶା ମଉଳିଗଲା ଏବଂ ସରକାରଠାରେ ଓଡ଼ିଶା ଜାତୀୟତାବାଦୀଙ୍କ ଥିବା ଆସ୍ଥା ବହୁ ମାତ୍ରାରେ ହ୍ରାସ ପାଇଲା । ସେତେବେଳେ ମଧୁସୂଦନ ସରକାର ଉପରେ ଚାପ ପକାଇବାପାଇଁ ଗଣ ଆନ୍ଦୋଳନର ଲକ୍ଷ୍ୟ ନେଇ କଟକରେ 'ପ୍ରଜା ପ୍ରତିିନିଧି ସଭା' ଗଠନ କଲେ । ସଭା ଚଉକିଦାରୀ କର ଉଚ୍ଛେଦ ସମେତ ଗଞ୍ଜାମର ଓଡ଼ିଶା ସହ ଏକତ୍ରୀକରଣ ଦାବି କଲା । ମାତ୍ର ଗଣ ଆନ୍ଦୋଳନର ଲକ୍ଷ୍ୟ ନେଇ ଯେତେବେଳେ 'ଉତ୍କଳ ସମ୍ମିଳନୀ'ର ଜତୀୟ କଂଗ୍ରେସରେ ମିଳିତ ହେବାର କଥା ପଡ଼ିଲା, ମଧୁବାବୁ ତାହା ସହଜରେ ଗ୍ରହଣ କରି ପାରିଲେ ନାହିିଁ । ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ନରମପନ୍ଥୀ ଜାତୀୟତାବାଦୀମାନେ ଉତ୍କଳ ସମ୍ମିଳନୀର ୧୯୨୦ରେ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନକୁ ନିଜ ନିୟନ୍ତ୍ରଣାଧୀନ କରିନେବେ ବୋଲି ଆଶଙ୍କା କରି ମଧୁବାବୁ ତହିିଁରେ ଯୋଗ ସୁଦ୍ଧା ଦେଲେ ନାହିିଁ ।

ନରମପନ୍ଥୀ ଜାତୀୟତାବାଦୀଙ୍କୁ ଓଡ଼ିଶା ରାଜନୀତିରେ ବଳ ମିଳିଲା , ଯେତେବେଳେ ବଙ୍ଗରେ ୧୯୦୫-୦୬ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହେଲା ଏବଂ ତାର ପ୍ରଭାବ ଅନ୍ୟ ଅଞ୍ଚଳମାନଙ୍କରେ ବି ପଡ଼ିଲା । ଓଡ଼ିଶାରେ ନୀଳକଣ୍ଠ ଦାସ, ଗୋପବନ୍ଧୁ ଦାସ ଆଦି ଯୁବଗୋଷ୍ଠୀ ତାର ସମର୍ଥନ କଲେ । ୧୯୧୨ରେ ସ୍ୱତନ୍ତ୍ର ବିହାର ପ୍ରଦେଶରେ ଓଡ଼ିଶାକୁ ସାମିଲ କରିଦିଆଗଲା ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବିକୁ ସରକାର ଉପେକ୍ଷା କଲେ ବୋଲି ପ୍ରତୀତ ହେଲା । ଏହି ଘଟଣା ଜାତୀୟତାବାଦୀଙ୍କ ମନରେ ସରକାରଙ୍କ ପ୍ରତି ଥିବା ମୋହ ଭାବକୁ ଅନେକ ମାତ୍ରାରେ ଭଙ୍ଗ କଲା । ଏହାର ଲାଭ ମିଳିଲା ନରମପନ୍ଥୀ ଜାତୀୟତାବାଦୀଙ୍କୁ । ବିହାର ଓ ଓଡ଼ିଶା ପ୍ରଦେଶ ଗଠନର ତିିନି ବର୍ଷ ପୂର୍ବରୁ ୧୯୦୯ରେ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ପ୍ରତିଷ୍ଠା କରି ସେମାନେ ସିଦ୍ଧ କରି ସାରିଥିଲେ ଯେ, ଅନୁଷ୍ଠାନ ଗଢ଼ିବାରେ ଏବଂ ତାର ସଫଳତା ନିମିତ୍ତ ରାଜା-ରାଜୁଡ଼ାଙ୍କ ଅର୍ଥ ସାହାଯ୍ୟ ଏବଂ ସରକାରୀ ଅନୁଦାନ ବଦଳରେ ବେଶି ଆବଶ୍ୟକ ଆନ୍ତରିକ ଇଚ୍ଛାଶକ୍ତିର, ସମୂହପାଇଁ ବ୍ୟକ୍ତି ସ୍ୱାର୍ଥ ତ୍ୟାଗ କରିବାର ମନୋବୃତ୍ତିର । ୧୯୧୯ରେ ଯେତେବେଳେ ମଣ୍ଟେଗୁ{{right|ଓଡ଼ିଶା ଇତିହାସ . ୨୩୭