ପୃଷ୍ଠା:Odisha Itihasa.pdf/୨୩୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କରି ନ ପାରିଲେ ଲଢ଼ାଇ;

ଗୋପେନ୍ଦ୍ରେ, ଯେ କଥା କହିଥିଲ ଯାଇ,

ଜୟ ଗର୍ବେ ମାତି କେଉଁ କଥା କଲ
ପୂର୍ବ ପ୍ରତିଜ୍ଞା ଅନୁଯାୟୀ ।

ଗାନ୍ଧୀ ନିଜ କାଣ୍ଡ ଘଟାଇଲା ଦିନୁ

ସ୍ନେହ ଗଣ୍ଠି ହେଲା ଶିଥିଳ

ତହୁଁ ଜଣାଗଲା କିସ ହେଲ ତୁମ୍ଭେ

ତହିିଁ ପୂର୍ବେ ଅବା କି ଥିଲ;

ପାଞ୍ଚୋଳେ, ପରିଚୟ ହେଲା ଯାହାର,

ଯାହା ଲାଗି ହେଲା ସକଳ କଳହ
ମାନ ବଢ଼ାଇଲ ତାହାର ।

ଗଙ୍ଗାଧର ମେହେର ଯିଏ ଅତୀତରେ 'ଭିବ୍ଧୋରିଆ ସ୍ତବ' ଲେଖିଥିଲେ, ରାଣୀଙ୍କୁ 'ଚିରଜୀବିନୀ' ହୋଇ ଭାରତ ଉପରେ ଶାସନ କରିବାକୁ ସ୍ତବ କରିଥିଲେ, ସେହି କବି ପୁଣି ୧୯୨୦ ବେଳକୁ ଇଂରେଜ ସରକାରକୁ ଏତେ କଟୂକ୍ତି କରି ପାରିଲେ! ବୁଦ୍ଧିଜୀବୀଙ୍କର ଏହି ମାନସିକ ପରିବର୍ତ୍ତନ ପଛରେ କାରଣ ହେଲା ଯେ, ସରକାର ଭାରତୀୟ ମହାଜାତିର ସ୍ୱାର୍ଥକୁ ଉପେକ୍ଷା କରୁଛି । ତେଣୁ ସେମାନେ ସରକାରର ବିରୋଧ କରିବାକୁ ହେଳା କଲେ ନାହିିଁ । ତାଙ୍କ ଜାତୀୟତା ଥିଲା ଅନୁଭବ ଆଧାରିତ । ଏହି ଆଧାରରେ ୧୯୧୯-୨୦ ବେଳକୁ ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀ ରାଜନୀତିର ମୁଖ୍ୟ ସ୍ରୋତ ହେଲୋ ଓଡ଼ିଶା ଜାତୀୟତା ଉଭୟ ଆଞ୍ଚଳିକ ପ୍ରଗତି ଏବଂ ରାଷ୍ଟ୍ରୀୟ ପ୍ରଗତିକୁ ସମପରିମାଣର ପ୍ରମୁଖତା ଦେଇ ଏଣିକି ଆନ୍ଦୋଳନ ପରିଚାଳନା କଲା । ୧୯୧୭ ମସିହା ପରଠାରୁ ଆଉ ରାଜା-ଜମିଦାରଙ୍କୁ ସମ୍ମିଳନୀର ସଭାପତି ଆସନ ସୁଦ୍ଧା ମିଳୁ ନଥିଲା । ୧୯୧୯ରେ ଚନ୍ଦ୍ରଶେଖର ବେହେରା, ଗୋପବନ୍ଧୁ ଦାସ ଏବଂ ୧୯୨୦ରେ ଜଗବନ୍ଧୁ ସିଂ ସମ୍ମିଳନୀର ସଭାପତି ଅଧିଷ୍ଠିତ ହୋଇ ଭାରତୀୟ ମହାସ୍ରୋତରେ ଓଡ଼ିଶାର ଜାତୀୟତାକୁ ମିଳିତ ହେବାକୁ ଆହ୍ୱାନ ଦେଲେ ।

ଅଧ୍ୟାୟର ଶେଷ ଦୃଶ୍ୟ ଥିଲା ଅଧିକ ନାଟକୀୟ । ଉତ୍କଳ ସମ୍ମିଳନୀର ୧୯୨୦ ମସିହାପାଇଁ ଅଧିବେଶନ ହେବାର ନିଷ୍ପତ୍ତି ହେଲା ବିଚ୍ଛିନ୍ନାଞ୍ଚଳ ଚକ୍ରଧରପୁରରେ । ଅଧିବେଶନର ବହୁ ପୂର୍ବରୁ ମଧୁବାବୁ ନରମପନ୍ଥୀ ଯୁବ ଜାତୀୟତାବାଦୀଙ୍କ ହାତରୁ ପରାଜୟ ସ୍ୱୀକାର କରି ସମ୍ମିଳନୀର ସଭାପତି ପଦ ଗ୍ରହଣ କରିବାକୁ ମନା କଲେ । ଶେଷରେ ଜଗବନ୍ଧୁ ସିଂଙ୍କ ସଭାପତିତ୍ୱରେ ଯେତେବେଳେ ଅଧିବେଶନ ଆରମ୍ଭ ହେଲା, ନାଗପୁର କଂଗ୍ରେସରେ ଅଂଶଗ୍ରହଣ କରିସାରି ଚକ୍ରଧରପୁରରେ ଯୋଗ ଦେଇଥିବା ଗୋପବନ୍ଧୁ ଦାସ ଏବଂ ତାଙ୍କର ବନ୍ଧୁମାନେ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ସାମିଲ କରିବାକୁ ପ୍ରସ୍ତାବ ଦେଲେ । ଉଦାରବାଦୀ ବା ଲିବରାଲ ବିଶ୍ୱନାଥ କର, ବ୍ରଜସୁନ୍ଦର ଦାସ ଏବଂ ଶ୍ରୀଚନ୍ଦନ ଘୋଷ ଆଦି ଗୋପବନ୍ଧୁଙ୍କ ପ୍ରସ୍ତାବର{{right|ଓଡ଼ିଶା ଇତିହାସ . ୨୩୯