ପୃଷ୍ଠା:Odisha Itihasa.pdf/୨୪୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭାୟା ଅଲବତ ହୋଗା' । ତା'ର ଆବୃତ୍ତି ପଛରେ କାରଣ ହେଲା ଯେ, ତହିିଁରେ ଅତି ସରଳ ଭାଷାରେ ହିନ୍ଦୀ ମିଶା ଓଡ଼ିଆରେ ଅସହଯୋଗର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଉଲ୍ଲେଖ ରହିଥିଲା । ଗୀତଟିର କେତୋଟି ପଦ ନିମ୍ନରେ ଉଲ୍ଲିଖିତ ହେଲା:

ସ୍ୱରାଜ ଭାୟା ଅଲବତ ହୋଗା
ଛୋଡ଼କେ ଆଓ ଗୋଲାମୀ,
ଭାରତ ଲଡ଼କା ଗୋଲାମ ହୋକେ
କାହେ କରୋ ବଦନାମୀ ।
ଗୋଲାମ ହୋନେ ମାଲୁମ ନେହିିଁ କି
କୈସେ ହେଁ ରାଜ ବେପାରୀ
ସବକୁଛ ଯାଏ ଦରିଆପାରି
ଘରମେ ହାମଲୋଗ ଭିଖାରି ।
ସ୍କୁଲ କଚେରି କାଉନସିଲ କୋ
ଇୟାଦ ରଖୋ ବାବୁଜୀ
ମାୟା ଏ ସବ ଗୋଲାମୀକା
ଇସମେ ନାଇଁ ଭୁଲୋଜୀ ।
ଦିଲମେ ସ୍ୱାଧୀନ ଦିଲମେ ଗୋଲାମ
ଦିଲକା ବନ୍ଧନ ନୌକରୀ
ଦିଲକୋ ମଜା ରଖୋ ଭଇୟା
ଛୋଡ ଦୋ ସବ ସରକାରୀ ।

ସମ୍ୱଲପୁର ସହରରୁ ଆନ୍ଦୋଳନ ପୁଣି ଆଖପାଖର ଗାଁ ଅଞ୍ଚଳକୁ ଗଲା । ତାର ମୁଖ୍ୟ ବାର୍ତ୍ତାବହ ହେଲେ ଜାତୀୟ ସ୍କୁଲର ଶିକ୍ଷକ ଓ ଛାତ୍ରମାନେ । ଆନ୍ଦୋଳନର ବାର୍ତ୍ତା ପ୍ରଚାର ଏବଂ ସେହି ପ୍ରକ୍ରିୟାରେ ଗ୍ରାମ ସଂଗଠନ, ଗ୍ରାମ୍ୟ ଅନୁଭୂତି ହେଲା ଜାତୀୟ ଶିକ୍ଷା । ଆନ୍ଦୋଳନକୁ ସେବାମୂଳକ କରିବା ସକାଶେ ନୀଳକଣ୍ଠ ହୋମିଓପାଥି ଚିକିତ୍ସା ଆରମ୍ଭ କଲେ ଏବଂ ମାନପୁର ଆଦି ଗ୍ରାମରେ ହଇଜା, ଝାଡ଼ାବାନ୍ତିର ଉପଚାରପାଇଁ ପିଲାଙ୍କୁ ନେଇ ସ୍ୱେଚ୍ଛାସେବୀ କାମ କଲେ । ମୋଟ ଉପରେ କହିଲେ, ସମ୍ୱଲପୁର ଅସହଯୋଗ ଓଡ଼ିଶା ଓ ଓଡ଼ିଶା ବାହାରେ ମଧ୍ୟ ଜାତୀୟତାବାଦୀ ମନରେ ନୂଆ ଉତ୍ସାହ ଓ ସମ୍ଭାବନା ଆଣିଦେଲା । ଏଥିରେ ହିନ୍ଦୁ-ମୁସଲିମ ଏକତା ଭାବ ରହିଥିଲା; ବୁଦ୍ଧିଜୀବୀ ସ୍ତରରେ ଉପକୂଳ ଓ ପଶ୍ଚିମାଞ୍ଚଳର ମିଳିତ ନେତୃତ୍ୱ ରହିଥିଲା, ଅନ୍ୟଥା ଉପକୂଳ ଅଞ୍ଚଳବାସୀ ନୀଳକଣ୍ଠଙ୍କ ମହତ୍ତ୍ୱ ରହିପାରି ନଥାନ୍ତା । ତା'ଛଡ଼ା, ଉଲ୍ଲିଖିତ ଗୀତରୁ ଯାହା ପ୍ରତୀତ ହୁଏ; ହିନ୍ଦୀ, ଓଡ଼ିଆ, ବହିଭାଷା ଓ ଗାଁ ଭାଷାର ଏକ ମିଳିତ ସ୍ୱରୂପ ହିିଁ ଆଗାମୀ ଦିନରେ ଗଣଆନ୍ଦୋଳନର ସ୍ୱାଭାବିକ ଭାଷା ହେବ ବୋଲି ସୂଚନା ମିଳିଥିଲା । ୧୯୨୦ ନାଗପୁର କଂଗ୍ରେସରେ ରାଷ୍ଟ୍ରର୨୪୬ . ଓଡ଼ିଶା ଇତିହାସ