ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ୍ୟାବିନେଟ ମନ୍ତ୍ରୀ :
ବିନାୟକ ଆଚାର୍ଯ୍ୟ | : | ମୁଖ୍ୟମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର, ରାଜନୈତିକ ଓ ପ୍ରଶାସନ, ଅର୍ଥ, |
ଯୋଜନା ଓ ସମନ୍ୱୟ ଏବଂ ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ | ||
ମନ୍ତ୍ରୀ | ||
ଶ୍ରୀବଲ୍ଲଭ ପାଣିଗ୍ରାହୀ | : | ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ, ଶିକ୍ଷା ଓ ଯୁବସେବା ଏବଂ |
ଆଇନ | ||
ଲକ୍ଷ୍ମଣ ମଲ୍ଲିକ | : | ପୂର୍ତ୍ତ ଓ ପରିବହନ |
ରାମଚନ୍ଦ୍ର ଉଲାକା | : | ଖାଦ୍ୟ ଓ ଯୋଗାଣ |
ମୋହନ ନାୟକ | : | ଗୋଷ୍ଠୀ ଉନ୍ନୟନ, ସମାଜମଙ୍ଗଳ, ନଗର ଉନ୍ନୟନ |
କାହ୍ନୁ ଚରଣ ଲେଙ୍କା | : | ଶିଳ୍ପ ଓ ବାଣିଜ୍ୟ |
ବେଣୁଧର ବଳୀୟାର ସିଂହ | : | ଶ୍ରମ, ନିଯୁକ୍ତି ଓ ଗୃହଯୋଗାଣ ଏବଂ ଅବକାରୀ |
ଭାଗୀରଥି ଗମାଙ୍ଗ | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ଡା. ଯୋଗେଶ ଚନ୍ଦ୍ର ରାଉତ | : | କୃଷି ଓ ସମବାୟ |
ରାଷ୍ଟ୍ର ମନ୍ତ୍ରୀ :
ଜଗନ୍ନାଥ ପଟ୍ଟନାୟକ | : | ରାଷ୍ଟ୍ରମନ୍ତ୍ରୀ; ଅର୍ଥ, ଯୋଜନା ଓ ସମନ୍ୱୟ, ଖଣି ଓ ଭୂତତ୍ତ୍ୱ |
ଶେଖ୍ ମତଲୁବ ଅଲ୍ଲି | : | ରାଷ୍ଟ୍ରମନ୍ତ୍ରୀ; ରାଜସ୍ୱ, ଶିକ୍ଷା ଓ ଯୁବ ସେବା, ସାଂସ୍କୃତିକ ବ୍ୟାପାର |
ଓ ପର୍ଯ୍ୟଟନ | ||
ଅନଙ୍ଗ ଉଦୟ ସିଂହଦେଓ | : | ରାଷ୍ଟ୍ର ମନ୍ତ୍ରୀ, ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ |
ଭଜମନ ବେହେରା | : | ରାଷ୍ଟ୍ରମନ୍ତ୍ରୀ ଗ୍ରାମ ଉନ୍ନୟନ ଏବଂ ଆଦିବାସୀ ଓ ଗ୍ରାମମଙ୍ଗଳ |
ମୋହନ ନାଗ | : | ଉପମନ୍ତ୍ରୀ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ କନିଷ୍ଠ ପୁତ୍ର ଅନଙ୍ଗ ଉଦୟ ସିଂହଦେଓ ସ୍ୱତନ୍ତ୍ର ପାର୍ଟି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସରେ ଯୋଗ ଦେବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଥିଲା । ସେ ଡାକ୍ତରଖାନାରେ ଶପଥ ଗ୍ରହଣ କରିଥିଲେ । କାରଣ ସେହି ସମୟରେ କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଶିବନାରାୟଣ ହୃଦ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହିଠାରେ ଅନଙ୍ଗ ଉଦୟଙ୍କୁ ମନ୍ତ୍ରୀ ହିସାବରେ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ । ଡାଃ ଯୋଗେଶ ଚନ୍ଦ୍ର ରାଉତ ସ୍ୱାଧୀନ ପ୍ରାର୍ଥୀ ଭାବରେ ବାଙ୍କୀ ନିର୍ବାଚନ
ଓଡ଼ିଶା ରାଜନୀତିର ଇତିହାସ . ୨୦୫