ପୃଷ୍ଠା:Odisha Rajanitira Itihasa.pdf/୨୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଣ୍ଡଳୀର ନିର୍ବାଚିତ ହୋଇ କଂଗ୍ରେସରେ ଯୋଗଦେବାରୁ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇିଲା ।

କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ୧୯୭୭ ଜାନୁଆରି ୨୬ ଜନରାଜ୍ୟ ଦିବସ ପ୍ୟାରେଡରେ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଅଭିବାଦନ ଗ୍ରହଣ କରିଥିଲେ । ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବରେ ବେଶୀଦିନ ରହି ପାରିଲେ ନାହିିଁ । ୧୯୭୭ ମସିହା ଏପ୍ରିଲ ୩୦ ତାରିଖରେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ରାଜ୍ୟ ପୁଣି ରାଷ୍ଟ୍ରପତି ଶାସନାଧୀନ ହେଲା । ଏହି ରାଷ୍ଟ୍ରପତି ଶାସନ ଜାରି ରହିଲା ୧୯୭୭ ମସିହା ଜୁନ୍‍ ୨୬ ତାରିଖ ଯାଏ- ନୂତନ ସରକାର ଓ ୭ମ ବିଧାନସଭା ଗଠିତ ହେବାଯାଏ ।

ନୂଆ ରାଜନୈତିକ ଦଳ- ଜନତାପାର୍ଟି :

୧୯୭୪ ମସିହା ଶେଷ ସମୟରେ 'ଭାରତୀୟ ଲୋକଦଳ' ନାମରେ ଏକ ନୂତନ ଜାତୀୟ ରାଜନୈତିକ ଦଳର ଆବିର୍ଭାବ ଘଟିଲା । ଏହି ନୂତନ ରାଜନୈତିକ ଦଳରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର, ସଂଯୁକ୍ତ ସମାଜବାଦୀ ପାର୍ଟି ସମେତ ସାତଟି ରାଜନୈତିକ ଦଳର ମିଶଣ୍ର ଘଟିଲା । ଓଡ଼ିଶାର ପ୍ରଗତି ବିଧାୟକ ଦଳ ୧୯୭୪ ମସିହା ଡିସେମ୍ବର ୧୦ତାରିଖ ଦିନ 'ଭାରତୀୟ ଲୋକଦଳ' ଭାବରେ ନାମିତ ହେଲା । ବିଜୁ ପଟ୍ଟନାୟକ ହେଲେ ଓଡ଼ିଶାରେ ଏହି ଭାରତୀୟ ଲୋକଦଳର ନେତା ଏବଂ ବିଧାନସଭାରେ ବିରୋଧୀ ଦଳର ନେତା । ସେ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ୨୪.୩.୧୯୭୭ ଯାଏ ରହିଲେ ।

ଏହାପରେ 'ଜନତା ପାର୍ଟି' ନାମରେ ସର୍ବଭାରତୀୟ ସ୍ତରରେ ଏକ ନୂତନ ରାଜନୈତିକ ଦଳ, ଭାରତୀୟ ଲୋକଦଳ, ସଂଗଠନ କଂଗ୍ରେସ, ସମାଜବାଦୀ ପାର୍ଟି ଆଦି ରାଜନୈତିକ ଦଳମାନଙ୍କୁ ନେଇ ୧୯୭୭ ମସିହା ପ୍ରାକ୍‍କାଳରେ ଗଠିତ ହେଲା । ୧୯୭୭ ମସିହାରେ ଓଡ଼ିଶାରେ ଜନତା ବିଧାୟକ ଦଳ ଗଠନ କରାଗଲା ଓ ରାମପ୍ରସାଦ ମିଶ୍ର ଜନତା ବିଧାୟକ ସଭାର ନେତା ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ବିରୋଧୀଦଳ ନେତା ଘୋଷିତ ହେଲେ । ସେ ବିରୋଧିଦଳ ନେତା ଭାବରେ ୧୯୭୭ ମସିହା ଏପ୍ରିଲ ୩୦ ତାରିଖ ଯାଏ ରହିଲେ (ବିଧାନସଭା ଭାଙ୍ଗିବା ଯାଏ) ।

ଏହି ଷଷ୍ଠ ବିଧାନସଭାର ୯ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ଟି ବୈଠକ ବସିଥିଲା । ଏହି ବିଧାନସଭାକୁ ୧୯୭୭ରେ ଭଙ୍ଗ କରାଯାଇଥିଲା ।

* * *

୨୦୬ . ଓଡ଼ିଶା ରାଜନୀତିର ଇତିହାସ