ପୃଷ୍ଠା:Odisha Rajanitira Itihasa.pdf/୨୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ:

ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ଦଳର ଏମ୍‍.ଏଲ.ଏ ଡକ୍ଟର ଦେବେନ୍ଦ୍ର ନାଥ ମାନସିଂହ ଓ ସନ୍ତୋଷ ସିଂହ ସାଲୁଜାଙ୍କୁ ଯାକ୍ରମେ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ପ୍ରଦାନ କଲେ । ୧୯୯୯ ମସିହା ଫେବୃଆରି ୨୨ ତାରିଖରେ ଡବ୍ଧର ମାନସିଂହ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ସେହି ସମୟରେ ଗିରିଧର ଗମାଙ୍ଗୋ ମୁଖ୍ୟମନ୍ତ୍ରୀ ହୋଇଥିବା ଦୃଷ୍ଟିରୁ ସେ ଗୁପ୍ତପ୍ରସାଦ ଦାସ, ଏମ୍‍.ଏଲ.ଏଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ପ୍ରଦାନ କଲେ ।

ସଂପ୍ରସାରଣ, ଅଦଳବଦଳ ଓ ଇସ୍ତଫା :

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ଘଟାଇ ଏହାର ସଭ୍ୟସଂଖ୍ୟା, ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିିଲେ । ୨୦.୩.୧୯୯୫ ପରେ ଯେଉଁମାନଙ୍କୁ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କରିିଲେ ସେମାନେ ହେଲେ, କ୍ୟାବିନେଟ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ (୧୪.୧.୧୯୯୬), ଜଗନ୍ନା ପଟ୍ଟନାୟକ (୧୮.୧.୧୯୯୭), ଦୁର୍ଗା ଶଙ୍କର ପଟ୍ଟନାୟକ ଓ ସେକ୍‍ ମତଲୁବ୍‍ ଅଲ୍ଲୀ । ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହେଲେ ମୋହନ ନାଗ (୨୪.୧.୯୮), ଜୟଦେବ ଜେନା ଓ ନାଗାର୍ଜୁନ ପ୍ରଧାନ ଏବଂ କେବଳ ରାଷ୍ଟ୍ରମନ୍ତ୍ରୀ ହେଲେ- ହଳଧର କାର୍ଜୀ ଓ ରମାକାନ୍ତ ମିଶ୍ର । ହେମାନନ୍ଦ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ପଦରୁ ତା.୯.୫.୧୯୯୮ରେ ଇସ୍ତଫା ଦେଇ କେବଳ ପ୍ରଦେଶ କଂଗ୍ରେସ ସଭାପତି ପଦରେ ରହିଲେ ।

ଲୋକସଭା ନିର୍ବାଚନ-୧୯୯୬ :

୧୯୯୬ ମସିହା ମେ' ମାସରେ ଲୋକସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ ଜାନକୀବାବୁଙ୍କ ନେତୃତ୍ୱରେ ଓଡ଼ିଶାରେ ଜାତୀୟ କଂଗ୍ରେସ ୨୧ଟି ଆସନରୁ ୧୬ଟି,ଜନତା ଦଳ ୪ଟି ଓ ସମତାପାର୍ଟି ମାତ୍ର ଗୋଟିଏ ଆସନ ଲାଭ କଲା । ଜନତା ଦଳର ନେତା ତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କଟକ ଓ ଆସିକା ଲୋକସଭା ଆସନରୁୁ ନିର୍ବାଚିତ ହେଲେ । ଲୋକସଭାକୁ ନିର୍ବାଚିତ ସଦସ୍ୟମାନେ ହେଲେ:

ମୟୂରଭଞ୍ଜ ସୁଶୀଳା ତିରିଆ କଂଗ୍ରେସ
ବାଲେଶ୍ୱର କାର୍ତ୍ତିକ ମହାପାତ୍ର କଂଗ୍ରେସ
ଭଦ୍ରକ ମୁରଲୀଧର ଜେନା କଂଗ୍ରେସ
ଯାଜପୁର ଅଞ୍ଚଳ ଦାସ ଜନତା ଦଳ
କେନ୍ଦ୍ରାପଡା ଶ୍ରୀକାନ୍ତ କୁମାର ଜେନା ଜନତା ଦଳ
କଟକ ବିଜୁ ପଟ୍ଟନାୟକ ଜନତା ଦଳ
୨୭୮ ଓଡ଼ିଶା ରାଜନୀତିର ଇତିହାସ