ପୃଷ୍ଠା:Odisha Rajanitira Itihasa.pdf/୨୯୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରିଲୋଚନ ବେହେରା ପାଟକୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଲେ । ମାତ୍ର ସେ ବିଧାନସଭା ସଭ୍ୟପଦରୁ ଇସ୍ତଫା ନଦେଇ ବି.ଜେ.ଡ଼ି ସହିତ ସାମିଲ ହୋଇଗଲେ । ବିଜୟବାବୁ ଦିଗହରା ହୋଇପଡିଲେ । ଗଠନ କଲେ ଏକ ନୂତନ ରାଜନୈତିକ ଦଳ 'ଓଡ଼ିଶା ଗଣ ପରିଷଦ' । ମାତ୍ର ଏଥିରେ ସଫଳତା ହାସଲ କରିପାରିଲେ ନାହିଁ । ସେହିଦିନଠାରୁ ଏ ଯାବତ୍‍ ସେ ଆଉ ନିର୍ବାଚିତ ହୋଇ ବିଧାନସଭାକୁ ଆସିପାରି ନାହାନ୍ତି । ବିଜେପିରେ ରହି ନିଜର ଭବିତବ୍ୟ ଖୋଜୁଛନ୍ତି ।

ଦ୍ୱାଦଶ ବିଧାନସଭା ୨୦୦୦ ମସିହା ବାଚସ୍ପତି ଶରତ କୁମାର କର ଫେବ୍ରୁୟାରି ୨୯ ତାରିଖରେ ଗଠିତ ହେଲା । ବୟୋଜ୍ୟେଷ୍ଠ ସଦସ୍ୟ କଂଗ୍ରେସର ନବରଙ୍ଗପୁର ବିଧାୟକ ଜନାବ୍‍ ହବିବୁଲ୍ଲା ଖାଁ ଅସ୍ଥାୟୀ ବାଚସ୍ପତି ଭାବରେ ମାର୍ଚ୍ଚ ୬ତାରିଖରେ ନିଯୁକ୍ତ ହୋଇ ମାର୍ଚ୍ଚ ୭ ଓ ୮ ଦୁଇଦିନ ଧରି ବିଧାୟକମାନଙ୍କୁ ଶପଥ ପାଠ କରାଇଲେ । ଏହାପରେ ବିଧିବଦ୍ଧ ଭାବରେ ସର୍ବସମ୍ମତିକ୍ରମେ ମାର୍ଚ୍ଚ ୧୦ତାରିଖରେ ଶରତ କୁମାର କର ଓ ମାର୍ଚ୍ଚ ୨୭ ତାରିଖରେ ରାମଚନ୍ଦ୍ର ପଣ୍ଡା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚିତ ହେଲେ ।

ଭାରତୀୟ ଜାତୀୟ କଂଗ୍ରେସ ଦଳର ରଣପୁର ବିଧାୟକ ରମାକାନ୍ତ ମିଶ୍ର କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମାର୍ଚ୍ଚ ୨୧ ତାରିଖଠାରୁ ବିରୋଧିଦଳର ନେତା ଭାବରେ ସ୍ୱୀକୃତି ଲାଭକଲେ ।

ଦ୍ୱାଦଶ ବିଧାନସଭାର ସଦସ୍ୟ (୨୦୦୦):

କରଂଜିଆ ପଦ୍ମ ଚରଣ ହାଇବୁରୁ ସ୍ୱାଧୀନ
ଯଶୀପୁର ଭାନୁ ଚରଣ ନାୟକ ବିଜେପି
ବହଲଦା ଲକ୍ଷ୍ମଣ ସୋରେନ ବିଜେପି
ରାଇରଙ୍ଗପୁର ଦ୍ରୌପଦୀ ମୁର୍ମୁ ବିଜେପି
ବାଙ୍ଗିରୀପୋଷି ପୁରୁଷୋତ୍ତମ ନାୟକ ସ୍ୱାଧୀନ
କୁଳିଅଣା ସୁଦାମ ମାରାଣ୍ଡି ଜେଏମ୍‍ଏମ୍‍
ବାରିପଦା କିଶୋର ଦାସ ଜେଏମ୍‍ଏମ୍‍

ଓଡ଼ିଶା ରାଜନୀତିର ଇତିହାସ . ୨୯୧