ଶିଶୁ ମନୋବିଜ୍ଞାନ, ସ୍କୁଲ୍ ପରିଚାଳନା, ଶିକ୍ଷାଦାନରେ ତ୍ରୟସୋପାନ ପଦ୍ଧତି ଓ ପଞ୍ଚସୋପାନ ପଦ୍ଧତିକୁ ସେ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାରୁ ଶିକ୍ଷାର ସୁଫଳ ମିଳିଲା । ସେ ଏଥିରେ ଉତ୍ସାହିତ ହେଲେ । ୧୯୨୭ ମସିହାରେ ତାଙ୍କର ବଦଳି ହେଲା । ସେ ରାଇସୁଆଁ ପ୍ରାଥମିକ ବିଦ୍ୟାଳୟକୁ ଆସି ସ୍ୱକାର୍ଯ୍ୟରେ ଯୋଗଦେଲେ ।
ରାଇସୁଆଁ ସ୍କୁଲ୍ଟି କେନ୍ଦୁଝର-ଚମ୍ପୁଆ ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ । କେନ୍ଦୁଝର ଗଡ଼ରୁ ମାତ୍ର ଚାରି ମାଇଲ ଦୂର । ସେ ଏଠାକୁ ପ୍ରତ୍ୟହ ଘରୁ ଯିବା ଆସିବା କରି ସ୍କୁଲ୍ କାମ କରିପାରିଥାନ୍ତେ । କିନ୍ତୁ ସ୍କୁଲ୍ର ସର୍ବତୋଭାବେ ଉନ୍ନତି କରିବା ଲକ୍ଷ୍ୟରେ ସେ ସ୍କୁଲ୍ରେ ବସା ବାନ୍ଧିଲେ ।
ରାଇସୁଆଁରେ ସେ ନବୀନ ଉତ୍ସାହରେ କାମରେ ମନ ଦେଲେ । ରାଇସୁଆଁ, ଗୋପୀନାଥପୁର, ଜଳବଙ୍ଗ, ହରଷପୁର, ମୁକୁନା ଓ ଜନାର୍ଦ୍ଦନପୁର ଆଦି ଗ୍ରାମମାନଙ୍କୁ ଯାଇ ନୂଆ ନୂଆ ପିଲାଙ୍କୁ ଆଣି ସ୍କୁଲ୍ରେ ସେମାନଙ୍କ ନାମ ଲେଖାଇ ଛାତ୍ରସଂଖ୍ୟା ବୃଦ୍ଧି କଲେ । ଗ୍ରାମ ସହଯୋଗରେ ନୂତନ ଶ୍ରେଣୀକୋଠରୀ, ଛାତ୍ରାବାସ, ଶିକ୍ଷକଙ୍କ ବସା ଘର ନିର୍ମାଣ ସାଙ୍ଗକୁ ମଜଭୁତିଆ କାଠ ବାଡ଼ ସ୍କୁଲ୍ ହତା ଚାରିପଟେ ଦିଆଇଲେ । ପାଠ ସାଙ୍ଗକୁ ପିଲାଙ୍କୁ ଖେଳାଇଲେ । ଖେଳ, ଦୋକାନ, ଆଦର୍ଶ ଗୃହ, ହାତକାମ, ବଗିଚାରେ ଫୁଲ ପନିପରିବା ସବୁ ତାଙ୍କରି ଉଦ୍ୟମରେ ଗଢି ଉଠିଲା । ରାଇସୁଆଁ ସ୍କୁଲ୍ର ଚେହେରା ବଦଳିଗଲା । ସେ ସ୍କୁଲ୍ରେ ବସା ବାନ୍ଧି ରହୁଥିବାରୁ ସ୍କୁଲ୍ ଘରଦ୍ୱାର ଓ ବାଡିବଗିଚା ଉଜୁଡ଼େ ନାହିଁ । ସେ ମଧୁର ସ୍ୱରରେ ଗୀତ ଗାଇ ପାରନ୍ତି । ତାଙ୍କର ଡ଼୍ରଇଁ ହାତ ମଧ୍ୟ ଖୁବ୍ ଭଲ । ସେ ଏହାକୁ ବିଦ୍ୟାଳୟରେ ପ୍ରୟୋଗ କରି ଅନେକ ସୁଫଳ ପାଇଲେ । ସ୍କୁଲ୍ରେ ରିଲିଫ୍ ମ୍ୟାପ୍ ଭୌଗୋଳିକ କ୍ଷେତ୍ର ନମୂନା ଆଦି ସେ ନିଜେ ତିଆରି କରିଥାନ୍ତି । ଶିକ୍ଷାଦାନବେଳେ ଉପକରଣ ଭାବେ ସଦୁପଯୋଗ କରନ୍ତି । ପିଲାମାନେ ଚଟେଇ ଆସନ ଆଣି ତା' ଉପରେ ବସନ୍ତି । ପିଲାମାନେ ପାଣି ପିଇବା ପାଇଁ ସେ ଚାରୋଟି କଳସୀକୁ ଥାକ କରି ଫିଲ୍ଟରର ବ୍ୟବସ୍ଥା କରାଇଥିଲେ।
ଦିନେ ବୃନ୍ଦାବନ ସାର୍ କ୍ଲାସ୍ରେ ଶିକ୍ଷା ଦେଉଥିବା ଅବସ୍ଥାରେ ଇଷ୍ଟର୍ଣ୍ଣ ଷେଟ୍ସ୍ ଏଜେନ୍ସିର ଶିକ୍ଷା ପରାମର୍ଶଦାତା ଡ଼ି.ପି ସାହେବ ସ୍କୁଲ୍ରେ ଆସି ପହଞ୍ଚିଲେ । ସେ ତନ୍ମୟ
୧୩୩