ତାଙ୍କର , ଓଡ଼ିଆ ସାହିତ୍ଯରେ ଯଥେଷ୍ଟ ଦକ୍ଷତା ଥିଲା ଓ ପ୍ରାୟତଃ ବିଭିନ୍ନ ଶ୍ରେଣୀରେ ସେ ଓଡ଼ିଆ ସାହିତ୍ଯ ପଢ଼ା ଊଥିଲେ । ବିଭିନ୍ନ କବି ଓ ଲେଖକଙ୍କ ଲେଖାରୁ ଉଦାହରଣ ଦେଇ ସେ ପାଠଦାଙ୍କୁ ସରସ କରିପରୁଥିଲେ । ବିଷ୍ୟବସ୍ତୁ ବାହାରୁ ଅନାବଶ୍ଯକ ବିଷୟମାନଙ୍କର ଅବତାରଣା କରି ସମ୍ୟ ନଷ୍ଟ କରୁନଥିଲେ। ତାଙ୍କର ଅକ୍ଷର ଗୁଡ଼ିକ ସ୍ପଷ୍ଟ ଓ ସୁନ୍ଦର ଥିଲା । ବ୍ଯାକରଣରେ ତାଙ୍କର ଯଥେଷ୍ଟ ବ୍ଯୁତ୍ପତ୍ତି ଥିବାରୁ ପାଠଦାନ ସମ୍ୟରେ ପାରୁଥିଲେ। କର୍ତ୍ତବ୍ଯରେ ପରାଯଣତରେ ସେ ଶିକ୍ଷକ ଗୋଷ୍ଟୀର ଆଦର୍ଶ ଥିଲେ । କୌଣସି ଦିନ ସେ କର୍ତ୍ତବ୍ଯରେ ଅବ ହେଳା କରିନାହାନ୍ତି । ନିୟମିତ ପ୍ରସ୍ତୁତ ହୋଇ ଶ୍ରେଣୀକକ୍ଷକୁ ଯିବା ତାଙ୍କର ଅଭ୍ଯାସ ଥିଲା । ପଢ଼ାଇବାକୁ ଥିବା ବିଷ୍ୟର ପାଠଟୀକା ପ୍ରସ୍ତୁତ କରି ପୁରୀପୂରି ପ୍ରସ୍ତୁତ ହୋଇ ସେ ପାଟଦାନରେ ପ୍ରବୃତ୍ତ ହେଉଥିଲେ । ଶିକ୍ଷକ ଜୀବନରେ ସବୁଠାରୁ କଠିନ କାମ ହେଉଛି ପିଲାମାନଙ୍କର ଗୃହକର୍ମର ସଂଶୋଧନ । ସେ କାମରେ ସତ୍ଯନାରାୟଣବାବୁଞ୍ଜୁ ଖୁଣିବାର ନ ଥିଲା । ଉପରଠାଜରିଆ କରି ପଢ଼ି ଦସ୍ତଖତରେ ମାଇରଦେବା ତାଙ୍କର କଳ୍ପନାରେ ନ ଥିଲା । ଯେତେ ସମ୍ୟଲାଗୁ ପଛକେ ସବୁ ପିଲାଙ୍କର ଖାତା ଟିକିନିଖି ପଢ଼ି ସଂଶୋଧନ କରିବାରେ ସେ କେବେ ଅଭେଲା କରିନାହାନ୍ତି । ଅସମ୍ବ ଓ ଅସଂହତ ଚିନ୍ତାଧାରା, ଅଶୁଦ୍ଧ ବାକ୍ଯ, ଅଶୁଦ୍ଧ ବନାନ ଓ ଶଦ୍ଦର ଅପ ପ୍ର ୟୋଗ ପ୍ରଭୃତି ସେ ପରିଷ୍କାର ଭାବରେ ସୂଚାଇ ଦେଉଥିଲେ । ସମୟ ନମିଳିଲେ ତାଙ୍କୁ ସ୍କୁଲ ବନ୍ଦ ହାବା ପରେ ବାହାର ପାହାଚରେ ବସି ଖାତା ଦେଖିବାର ଦୃଶ୍ଯ ଏ ଲେଖକ (୨) ଦେଖିଛି ଓ ସେଥିପାଇଁ ସ ହ କର୍ମୀମାନେ ଟାହି ଟାପରା କରିବାର ଶୁଣିଛି । କିନ୍ତୁ ସେଥିରେ ସତ୍ଯନାରାୟଣବାବୁ ଥିଲେ ଅବଚଳିତ । କର୍ତ୍ତବ୍ଯ ହିଁ କର୍ତ୍ତବ୍ଯ । ସେଥିରେ ଅବ ହେଳା କରିବାର ତାଙ୍କ ପାଇଁ ପ୍ରଶ୍ନ ନଥିଲା । ସେ ଥିଲେ ପୂରାପୁରି ସମୟାନୁବର୍ତ୍ତୀ, କୌଣସି ଗୋଟିଏ ଦିନ ସ୍କୁଲ୍ କୁ ଡ଼େରିରେ ଆସିବା ଅଥବା କମନ୍ ରୁମ୍ ରେ ବସି ସାମାନ୍ଯ ବିଳମ୍ବ ରେ ଶ୍ରେଣୀକୁ ଯିବାରେ ତାଙ୍କୁ କେହି ଦେଖି ନାହାନ୍ତି । ବୈକୁଣ୍ଠନାଥ ପଟ୍ଟନାୟକଙ୍କପରି ନୀତିନିଷ୍ଠ, ଶୃଖଳାବାଦୀ ଓ ସମୟାନୁବର୍ତ୍ତୀ ପ୍ରଧାନ ଶିକ୍ଷକ ମଧ୍ଯ ତାଙ୍କୁ ଦିଙ୍କ ପାଇଁ ବିଳମ୍ବ ରେ ସ୍କୁ ଲ ଆସିବା ଦେଖିନାହାନ୍ତି । ଖରା
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୫୮
ଦେଖଣା