ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ସାର୍ବଦା ଉଦାସ ରହୁଥିଲା । ଆଖିରେ ସର୍ବଦା ଏକ ହଜିଲା ହଜିଲା ଭାବ ପରିସ୍କୃଟ ହୁଏ । କେବେ କାହାରି ମନରେ କଷ୍ଟ ଦେଲା ପରି ପଦେ କଥା ସେ କ ହିନଥାନ୍ତି । ଶିକ୍ଷକ-ମଣ୍ଡଳୀର ଭୋଜି ପ୍ରଭୃତି ହେଲେ ସେ ଆନନ୍ଦ ମନରେ ଯୋଗ ଦିଅନ୍ତି । ବନ୍ଧୁମାନେ ତାସ୍, କ୍ୟାରମ , ଚେସ୍ ପ୍ରଭୁତି ଖେଳରେ ଆନନ୍ଦରେ ମାତିଥିଲା ବେଳେ ସେ ପରିବା କାଟିବା ଆଦି କାମ କରି ରୋଷେଇ ସାହାଯ୍ୟ କରନ୍ତି । ବନ୍ଦୁମାନେ ତାଙ୍କୁ ଥଟ୍ଟା କଲେ ସେ ସାମାନ୍ୟ ମୁଚୁକି ହସି ଦିଅନ୍ତି । ଶିକ୍ଷକବନ୍ଧୁମାନଙ୍କର ସେ ଥିଲେ ପ୍ରିୟ । ତାଙ୍କର ଜୀବନ - ଦର୍ଶନ ତାଙ୍କ ରଚିତ 'ବ୍ୟଥା-ମୂଳ' ଶୀର୍ଷକ ଏକ କବିତାରେ ପରିସ୍କୃତ ହୋଇଛନ୍ତି । ସେଟି ସମ୍ବଲପୁର ଜିଲ୍ଲା ସ୍କୁଲ ପତ୍ରିକା ' ବୈଜୟନ୍ତି ' ର ୧୯୫୦ ମସିହା ସଂଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟି ନିମ୍ନରେ ପ୍ରଦତ୍ତ ହେଲା ;
ବ୍ୟଥା ମୂକ ନୀରବର ଦେଇଛି ସକତ ନାଥ ପାଷାଣେ ପତ୍ୟର ପ୍ରାଣ , ବ୍ୟଥା ଅପମାନ ଯେତେକ ତୁମରି କଠୋର କୃପାର ଦାନ । କହି ନାହିଁ ପଦେ କଷା ଘାତେ କଥା , ମରମରେ ଷି ଦୁଃସହ୍ୟ ବ୍ୟଥା, ଗୁରୁ ଗଜରବେ ତୁମରି ଆରତି ସାଜିଛି ଆକ୍ଷିର ଜଳେ ବିକ୍ଷତି ପ୍ରାଣେ ଥରି ଥରି ନାଥ ତୁମରି ଚରଣେ ତଳେ । ଅପମାନଭରେ ନମ୍ର ଶିର ମୁଁ ତୁମରି ବଦନ ଚାହିଁ ଭକ୍ତି ଯାଏ ସବୁ ବେସନୀ ବାହୁନୀ ଥୁମରି ପରଷ ପାଇ ସଧ୍ଧ୍ୟାରେ ତୁମେ ମଳିନ ମୋ ପାଇଁ ଗୋଧୂଳି ଲୋହିତ ରକ୍ତେ ମୋ ଚାହିଁ