ବୋଲି କବି ଲେଖ୍ ଛନ୍ତି । ଏଇ ମୁଁ ଜଣକ କିଏ ?" ପ୍ରଥମ ପଦ ଶେଷରେ ମୁଁ ହନୁମାନ କ ହୁଛି ' ବୋଲି ଶିକ୍ଷକମାନେ କହିଲେ । ଦ୍ୱତୀୟ ପଦରେ ଭୀମ ଲଢ଼େଇ କରିଥାନ୍ତେ ବୋଲି କହିଲେ । ଏହି ଭଳି ଉତ୍ତର ଶୁଣି ଗୋବିନ୍ଦବାବୁ ଶିକ୍ଷକମାନଙ୍କୁ ବୁଝାଇ ଦେଲେ , ଏଠାରେ ଏ ବହି ପଢ଼ୁଥ୍ ବା ଛାତ୍ର ହିଁ କ ହୁଚି, ମୁ ରାବଣର ଅନ୍ୟାୟ ପାଇଁ ତା ବିରୋଧରେ ଲଢ଼ିଥାନ୍ତି । ଦୁଃଶାସାନର ଅମଣିଷପଣିଅ ବିରୋଧରେ ସଂଗ୍ରାମ କରିଥାନ୍ତି । ଏତଦ୍ୱାରା ପିଲାଟିର ମନୋବଳ ବଢ଼ିବ । ସେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ । ତା' ମନରୁ ଆତ୍ମାହେୟଜ୍ଞାନ ଦୁର ହେବା । ସେ ସ୍ୱାଭିମାନୀ ହେବା । ଅନ୍ୟାୟ ଅତ୍ୟାଚାର ବିରୋଧରେ ବଳିଷ୍ଟ ପଦକ୍ଷେପ ନେବାରେ ସତ୍ ସାହାସ ପାଇବା । ସେ କେବଳ ଛାତ୍ରମାନଙ୍କର ସନ୍ଦେହ ମୋଚନ କରୁନଥ୍ ଲେ , ଆବଶ୍ୟକ ସ୍ଥଳେ ଶିକ୍ଷକମାନଙ୍କୁ ମଧ୍ଯ ଦିଗ୍ ଦର୍ଶନ ଦେଉଥ୍ ଲେ ।
ଛାତ୍ରମାନଙ୍କୁ ସେ ଦିନ ମଧ୍ଯରେ ପ୍ରାୟ ଏଗାର ବାର ଘଣ୍ଟା ପଢ଼ଉଥ୍ ଲେ । ସ୍କୁଲ୍ ରେ ପ୍ରାୟ ୬ ଘଣ୍ଟା ଓ ହଷ୍ଟେଲ୍ ରେ ପ୍ରା ୟ ୬ ଘଣ୍ଟା । ସେ ରାତି ହୋଇଥ୍ ଲେ ଫୁଲବାଣୀକୁ ବଦଳି ହୋଇ ଆସିପାରିଥାନ୍ତେ । କିଛି ନହେଲେ ଟିଉସନ୍ ରୁ ମାସିକ ଶତାଧ୍ କ ଟଙ୍କା ପାଇ ପାରିଥାନ୍ତେ । କିନ୍ତୁ ସେ ଏହା ଚାହିଁନଥ୍ ଲେ । ଫିରିଙ୍ଗିଆରେ ସେ ଟିଉସନ୍ ପାଇ ମଧ୍ଯ କରିନାହାନ୍ତି । ଯେଉଁ ବାବୁ ଭାୟା ତାଙ୍କ ପିଲାଙ୍କୁ ଟିଉସନ୍ ହେବାକୁ କୁହନ୍ତି-ଗୋବିନ୍ଦ ବାବୁ ସେଭଳି ପିଲାଙ୍କୁ ହଷ୍ଟେଲ୍ କୁ ଅଣାଇ ବିନା ପଇସାରେ ପଢ଼ାନ୍ତି । ତାଙ୍କ ଚାକିରି କାଳ ମଧ୍ଯରେ ହଷ୍ଟେଲ୍ ରେ କୌଣସି ଅଘଟଣ ଘଟିନାହିଁ । କୌଣସି ପିଲା ଦୁର୍ଘଟଣାର
ସମ୍ମୁଖୀନ ହୋଇନାହାନ୍ତି। ପିଲାମାଙ୍କ ପ୍ରତି ସେ ସବୁବେଳେ ସଚାର ଦୃଷ୍ଟି ଦେବାରେ କଦାପି ଅବ ହେଳା କରୁନଥିଲେ।ତାଙ୍କ ସ୍କୁଲରୁ ବ ହୁସଂଖ୍ୟାରେ ଉଚ୍ଚ ପ୍ରାଥମିକ ବୃତ୍ତି ପାଉନଥିଲେ ମଧ୍ଯ କେବେ ଶୂନ ପଡେ ନାହିଁ । ଗୋଟିଏ ବା ଦୁଇଟି ପିଲା ବୃତ୍ତି ପାଆନ୍ତି । ଗୋବିନ୍ଦ ବାବୁଙ୍କର ଶିକ୍ଷକ ଜୀବନ କାହାଣୀ କନ୍ଧମାଳେର ପ୍ାଥମିକ ଶିକ୍ଷା କ୍ଷେତ୍ରରେ ଚାଳିଶି ବର୍ଶରୁ ଊର୍ଦ୍ଧ କାଳର ଏକ ନିଛକ ଇତିହାସ । ସେ ତେଯେ କଷ୍ଟ ସ୍ୱୀକାର କରି ସଫଳ ଭାବେ ଶିକ୍ଷକତା କରିଛନତି ତା'ର ପଟାନ୍ର ନାହିଁ । ସେ ନିଜର ବା ନିଜ ପରିବାରର