ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୧୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


କେନ୍ଦୁଝରରେ ନାରୀ ଶିକ୍ଷାର ପ୍ରବର୍ତ୍ତିକା ଶିକ୍ଷିକା

                                              କିରଣ କୁମାରୀ ମହାରଣା
                                              ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ

ଆଜିକାଲିକାର କେନ୍ଦୁଝର ଜିଲ୍ଲା ଆଗେ ଗୋ ଟିଏ ଗଡଜାତ ରାଜ୍ୟ ଥିଲା।ଅତୀତରେ ଦୀର୍ଘଦିନଧରି କେନ୍ଦୁଝର ଗଡଜାତର ରାଜା ନଥିବାରୁ ଏହା ବ୍ରିଟିଶ

ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଶାସିତ ହେ ଉଥିଲା ।ତେଣୁ କେନ୍ଦୁଝର ଗଡଜାତ ଓଡିଶାର ଅନ୍ଯାନ୍ଯ ଗଡଜାତ ମାନଙ୍କ ତୁଳନାରେ ଆୟତନରେ ଦିତୀୟ ବୃହତ୍ତମ ରାଜ୍ଯ ହୋଇଥିଲେ ମଧ୍ଯ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି କରିପାରି ନଥିଲା। ଯେଉଁଠାରେ ସାଧାରଣ ଶିକ୍ଷା ବିଶେଷ ଆଗେଇ ନଥିଲା, ସେଠାରେ ନାରୀଶିକ୍ଷା କଥା ଚିନ୍ତା କରିବା ବିଡ଼ମ୍ବନା ମାତ୍ର ।

୧୯୭