ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମଧ୍ଯରେ ବିଦ୍ଯାସାଗରଙ୍କ 'ବ୍ଯାକରଣ କୌମୁଦୀ ' ଓ ' ଋଜୁ ପାଠ ' କୁ ଆୟତ୍ତ କରି ସଂସ୍କୃତ ଭାଷା ସାହିତ୍ଯ ଅଧ୍ଯୟନ କ୍ଷେତ୍ରରେ କିଛି ଦୂର ଅଗ୍ରସର ହୋଇଥିଲେ।ସେ ନିଜେ ତ ଥିଲେ ସାହିତ୍ଯରସିକ, ଅନ୍ଯ ଠାରୁ ସାହିତ୍ଯରସ ନିଷିକ୍ତ କରିବାରେ କି ଭଳି ପାରଙ୍ଗମ ଥିଲେ ନିମୋକ୍ତ ଘଟଣାରୁ ତାର ପରିଚୟ ମିଳେ ।

ବାଲେଶ୍ବର ମିଶନ୍ ସ୍କୁଲ୍ ଓ ବାଲେଶ୍ବର ବାଳିକା ମିଶନ୍ ସ୍କୁଲ୍ ସେତେବେଳେ ଗୋଟିଏ ବଡ ବଙ୍ଗଳାଘରେ ଚଳୁଥିଲା ।ମଝିରେ କେବଳ କାନ୍ଥଟିଏ ଥାଏ ବ୍ଯବଧାନ!।ସେଦିନ ଶିକ୍ଷାଦାନ ସମୟରେ ଶାରଦା ନାମ୍ନୀ ଜନୈକା ବାଳିକାକୁ କୌଣସି ପ୍ରୟୋଜନବୋଧରେ ଫକୀରମୋହ ନ ଆରପାଖ ଶ୍ରେଣୀରୁ ତାଙ୍କ ନିକଟ ପଠାଇବା ପାଇଁ ଶ୍ରେଣୀ ଶିକ୍ଷକ ବିଶ୍ବନାଥ ଶତପଥୀଙ୍କୁ ଛୋଟ କାଗଜରେ ଲେଖି ଜଣାଇଲେ । ଝିଅଟି ତ ଆସିଲା ନାହିଁ, ପତ୍ରବାହକ ସେ ପତ୍ରଟିକୁ ଫେରାଇ ଆଣିଲା ।ଫକୀରମୋହ ନ କାଗଜ ଖୋଲି ଦେଖିଲେ ସେଥରେ କେବଳ ଉତ୍ତର ସ୍ବରୂପ ଲେଖାଅଛି- "ଲଜ୍ଜାବତୀ ନେଚ୍ଛତି ତତ୍ର ଗନ୍ତୁମ୍ " । ଫକୀରମୋହ ନ ବିଶ୍ବନାଥ ଶତପଥୀଙ୍କର ଆଶୁ କଚିତ୍ବ ,ଗାୟନ ପଟୁତା ଓ କଳାକର୍ମ ନିପୁଣତାରେ ଅତ୍ଯନ୍ତ ପ୍ରୀତ ଥିଲେ ।ତେଣୁ କାଗଜ କଣ୍ଡି ହାତରେ ଧରି ବାରଣ୍ଡାକୁ ଉଠିଯାଇ ଶତପଥୀଙ୍କୁ ଡାକି ଆଦେଶ ଦେବା ଭଙ୍ଗାରେ କହିଲେ "ଶୀଘ୍ର ଏହି କବିତାଟିର ପାଦ ପୂରଣ କର ।ଗୋଟିଏ ମାତ୍ର ଚରଣ ଲେଖି କବିତ୍ବ ଜଣାଇବ ପରା ?"ବିଶ୍ବନାଥ ସେଇଠି ଠିଆ ହୋଇ ସଙ୍ଗେ ସଙ୍ଗେ ପାଦପୂରଣ କଲେ-

           "ଉତ୍ତୁଙ୍ଗ ବକ୍ଷାହି ନତମ୍ବ ଗୁର୍ବା
            ନବୀନ ଧାରାଧର ଚାରୁକେଶା
            ସଦୈବ ହାସ୍ଯାମୃତପୂର୍ଣ୍ଣ  ବକ୍ତ୍ରା
            ଲଜ୍ଜାବତୀ ନେଚ୍ଚ୍ଛତି ତ୍ତ୍ର ଗନ୍ତୁମ୍ ।

ସ୍ବୟଂ ଫକୀରମୋହ୍ନ ଶ୍କୋକ ରଚନା କ୍ଷେତ୍ରରେ କିଭଳି ସୁଦକ୍ଷ ଥିଲେ "ଛ ମାଣ ଆଠଗୁଣ୍ଠ" ରେ ବାଡିମଙ୍ଗଳାଙ୍କ ସ୍ତୁତି ଓ ଚଂପାର ରୂପ ବର୍ଣଣନାରୁ ପାଠକ ସାଧାରଣ ତାହା ଅବଗତ ହୋଇଥାନ୍ତି । "ମାମୁଁ " ଉପନ୍ଯାଷସର ପ୍ରତ୍ଯେକ ପରିଚ୍ଚ୍ଛେଦରେ ପ୍ରଦତ୍ତ ଶ୍ଳୋଜାବଳି, ଦାର୍ଶନିକ ଯୁକ୍ତିପ୍ରତିଯୁକ୍ତି ଏବଂ ଉପନିଷଦ ଅନୁବାଦରୁ ତାଙ୍କର ସଂସ୍କୃତ ଭାଷା-ସାହିତ୍ଯରେ ପ୍ରବେଶର ଗଭୀରତା କଳନା କରିହୁଏ ।ସେ ଆଖୁନ୍ଜୀଙ୍କ ଠାରୁ ଉର୍ଧହୁଭାଷା ଯେପରି ଶିକ୍ଷା କରିଥିଲେ ଇଂରାଜୀ ଫାଷ୍ଟବୁକ୍ ଅଫ ରିଡିଙ୍ଗ୍ରୁ ଇଂରାଜୀ ନିଜେ ନିଜେ ପଢି ଆରବିୟାନ୍