ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରାଧାନାଥ ଘରୋଇ ପାଠଶାଳାରୁ ପାଠପଢା ଆରମ୍ଭ କରିଥିଲେ ।ତିନି ବର୍ଷ ଭିତରେ ସେ ବର୍ଣ୍ଣ ଶିକ୍ଷା,ଗଣିତ ଓ ଛାନ୍ଦ ବୋଲା ଶେଷ କରି ସୋରସ୍ଥିତ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କଲେ ।ଏହିଠାରେ ସେ ପଣ୍ଡିତ ଆର୍ତ୍ତତ୍ରାଣ ନନ୍ଦଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ ।ଏଠାରେ ଦୁଇ ତିନି ବର୍ଷ ପଢିବାପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ୧୮୫୮ ମସିହାରୁ ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ରହି ଶିକ୍ଷାଲାଭ କଲେ । ରାଧାନାଥ ପ୍ରଥମରୁ ହିଁ ଜିଲ୍ଲା ସ୍କୁଲରେ ତାଙ୍କର କୃତିତ୍ତ୍ୱ ପ୍ରଦର୍ଶନ କରିଥିଲେ ।