ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୯୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନରିଦାସ ପୁଣି ବିକଳ କ୍ରନ୍ଦନ କରି କହି ଉଠିଲେ,"ବାଟ କୁହନ୍ତୁ ସାର,ମୋତେ ବଞ୍ଚାନ୍ତୁ,ଆପଣଙ୍କର ଧର୍ମ ହେବ ସାର" ମଢୁଆଳ ସାର କହିଲେ,"ହେଉ ତୁମେ ପ୍ରଥମେ ପିଲାଟିର ଦଉଡ଼ି ଖୋଲି ଦିଅ । ଠେଙ୍ଗା ଓ ଛଡ଼ି ଫୋପାଡ଼ି ଦିଅ ।" ପିଲାଟିକୁ ଆଉଁଶି ଦେଲେ ସେ । ହୃଦୟରେ ତାଙ୍କର କୋହ ଓ ଆଖିରେ ତାଙ୍କର ଲୁହ-ନିଜକୁ ସମ୍ଭାଳି ନେଇ କହିଲେ । "ଶ୍ୟାମ ତୁ ଏପରି ହେଉଛୁ କାହିଁକି ବାପ । ଦେଖ୍ ତୋର ବାପାଙ୍କ ଅବସ୍ଥା", ଏମିତି ବହୁତ ବୁଝାଇଲେ । ଧୂଳି ଝାଡ଼ି ଝୁଡ଼ି ଦେଲା । ମାଡ଼ର କ୍ଷତ ସ୍ଥାନରେ ଔଷଧ ଲାଇଦେଲେ । ତାଙ୍କୁ ଖାଇବାକୁ ଦେଲେ । ତାପରେ ତା ବାପାକୁ ବୁଝାଇ ଶୁଝାଇ ଘରକୁ ପଠାଇ ଦେଲେ । ନରି ଦାଶ ତାଙ୍କ ପିଲାର ଭବିଷ୍ୟତର ଆଶା ଭରସା ଧରି ଘରକୁ ଫେରିଲେ । ମଢୁଆଳ ସାରଙ୍କ ଆଦର ଯତ୍ନ ଓ ସ୍ନେହ ସୋହାଗରେ ଶ୍ୟାମ ମଣିଷ ହେଲା । ସେ ଏବେ ବଡ଼ ଚାକିରି କରିଛି । ତା ବାପାଙ୍କର ସ୍ୱପ୍ନ ସାକାର ହୋଇଛି ।

କେବଳ ଜଣେ ନୁହେଁ ।ଏମତି ବହୁ ଛାତ୍ରଙ୍କୁ ମଣିଷ କରିଛନ୍ତି ମଢୁଆଳ ବାବୁ । ବହୁ ପଥହରା ବିଦ୍ୟାର୍ଥୀଙ୍କୁ ପଥ ଦେଖାଇ ସେମାନଙ୍କ ଜୀବନରେ ସାଫଲ୍ୟ ଆଣିଦେଇଛନ୍ତି ।

ସେହି ଦରଦି ଛାତ୍ରପ୍ରାଣ ମଢୁଆଳସାରଙ୍କ ପୁରାନାମ ସୁରେନ୍ଦ୍ର ନାଥ ମଢୁଆଳ । ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ସବ୍-ଡ଼ିଭିଜନ କୁଆମରା ଗାଁରେ ତାଙ୍କର ଜନ୍ମ । ସେ ଜନ୍ମଗ୍ରହଣ କରନ୍ତି ୧୯୦୭ ମସିହା ମାର୍ଚ୍ଚ ୧ ତାରିଖରେ । ପିତା କୃଷ୍ଣଚନ୍ଦ୍ର ମଢୁଆଳ ଜଣେ ଆଦର୍ଶ ମଣିଷ ଓ ସେ ଅଞ୍ଚଳର ଜଣେ ଖ୍ୟାତିସମ୍ପନ୍ନ ତାଙ୍କର କୃଷକ ଦାଦା ପଦ୍ମଲୋଚନ ମଢୁଆଳ । ସେ ଜଣେ ଆଦର୍ଶ ପ୍ରାଥିମିକ ଶିକ୍ଷକ । ଶ୍ରୀ ଯୁକ୍ତ ମଢୁଆଳଙ୍କ ଉପରେ ତାଙ୍କ ପିତା ଓ କାକାଙ୍କ ପ୍ରଭାବ ପଡ଼ିଥିଲା ।

ମୟୁରଭଞ୍ଜ ଜିଲ୍ଲାର ଜୟପୁର ନିକଟସ୍ଥ ଅସ୍ତିଆ ଗାଁରେ ପ୍ରଥାମିକ ଶିକ୍ଷକ ଥିଲେ ତାଙ୍କ କଳା । ତାଙ୍କ ପାଖରେ ରହି ସେ ପ୍ରାଥମିକ ଶକ୍ଷା ସମାପ୍ତ କଲେ । ତାପରେ ସେ ବାରିପଦା ଏମ୍.କେ.ସି ହାଇସ୍କୁଲରେ ଅଧ୍ୟୟନ କଲେ । ପାରିବାରିକ ଅସୁବିଧା ହେତୁ ନବମ ଶ୍ରେଣୀ ପାସ କଲା ତାଙ୍କ ଛାତ୍ର ଜୀବନରେ ପୂର୍ଣ୍ଣ ଛେଦ ପଡ଼ିଲା । ପରିସ୍ଥିତିର ଚାପରେ ପଡ଼ି ବନ ବିଭାଗରେ ଚାକିରି ଏବଂ ପରେ କୁଳିଅଣା ତହସିଲ ଅଫିସ୍ ରେ କିରାଣୀ ଭାବେ ସେ ଚାକିରି କଲେ । ମାତ୍ର ଏ ସବୁ ଚାକିରି ତାଙ୍କୁ ଆନନ୍ଦ ଦେଇ ପାରିଲା ନାହିଁ । ପରିଶେଷରେ ଏ ସବୁ ଚାକିରି ଛାଡ଼ି ଶିକ୍ଷା ବିଭାଗରେ ଚାକିରି କଲେ ଶ୍ରୀ ଯୁକ୍ତ ମଢୁଆଳ ।