ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଛବି

ଅମୃତମୟ ସୃଷ୍ଟିର ଅନନ୍ୟ ଦ୍ରଷ୍ଟା ଶିକ୍ଷକ

ମଧୁସୂଦନ ରାଓ

ପ୍ରଫେସର ଜଗନ୍ନାଥ ମହାନ୍ତି

"ହେ ଶିକ୍ଷକ! ତୁମେ କବିତା ପଢ଼ାଇବାର ଭାର ଗ୍ରହଣ କରିଅଛ । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମ୍ରାଣ ଭାବରେ ବସିଅଛନ୍ତି। ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହିଦେଉଅଛ। କବିତାର ସୌନ୍ଦର୍ଯ୍ୟ, କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୃଷ୍ଟି ନାହିଁ। ତୁମ୍ଭେ କିପରି ସୁକୁମାରମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଷିଖାଇପାରିବ ? ତୁମ୍ଭେ କିପରି ଛାତ୍ରମାନଙ୍କର ହୃଦୟ କୁସୁମର ଶ୍ରୀବର୍ଦ୍ଧନ କରିପାରିବ ? ତୁମେ କିପରି ସୁନୀଳ ଅନନ୍ତ ଗ‌ଗନ ପଟରେ ଯେଉଁ ରବିଚନ୍ଦ୍ରମୟୀ ମହାକବିତା ଲିଖିତ ହୋଇ‌ଅଛି, ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କର ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କୁ ବ୍ରହ୍ମାଣ୍ଡପତିଙ୍କର ମହାସ୍ତବ ଶୁଣାଇ ପାରିବ ? ତୁମେ କିପରି ପର୍ବତକାନନ ଜଳସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍‌ଘାଟନ କରିପାରିବ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୁଢ଼ ସୌନ୍ଦର୍ଯ୍ୟ ନିଜେ ନିଜେ ନଦେଖି ଅନ୍ୟକୁ ଦେଖାଇପାରିବ?

୨୧