Jump to content

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସେତେବେଳେ ସଦାଶିବ ଗାଆଁରେ ଥିବା ଗୋଟିଏ ଭର୍ଣାକ୍ୟୁଲାର ସ୍କୁଲ୍ ରେ ସଦାଶିବ ଶିକ୍ଷକ ଭାବେ ଯୋଗଦେଲେ । ବିନା ଦରମାରେ ପାଞ୍ଚ ମାସ କାଳ ପାଢ଼ିବାପରେ ତାଙ୍କୁ ମାସକୁ ୧୫ ଟଙ୍କା ଲେଝାଏଁ ଦରମା ମିଳିଲା । ଏଣିକି ସଦାଶିବଙ୍କର ପରିବାର ସୁରୁଖୁରୁରେ ଚଳିଗଲା । ଏହି ସୁଖ ସାଙ୍ଗକୁ ସଦାଶିବଙ୍କର ଆଉ ଗୋଟିଏ ଦୁଃଖ ଥିଲା ଯେ, ପିଲାମାନଙ୍କୁ ପଢ଼ିବା ପାଇଁ ଯେତିକି ଜ୍ଞାନ ଦରକାର, ତାଙ୍କ ପାଖରେ ସେତିକି ନଥିଲା । ତେଣୁ ଗୋଟିଏ ବିଷୟ ନିଜେ ନ ବୁଝି ପିଲାଙ୍କୁ ବୁଝେଇବେ ବା କେମିତି ? ଏଥି ପାଇଁ ସଦାଶିବ ଦିନରେ ସ୍କୁଲ୍ ରେ ରହ ନ୍ତି ଏବଂ ରାତିରେ ପୁରୀ ଗୁରୁ ଟ୍ରେନିଂ ସ୍କୁଲ୍ ର ଶିକ୍ଷକ ହରିହର ରଥଙ୍କ ପାଖକୁ ଯାଇ ତାଙ୍କଠାରୁ ସବୁ ବିଷୟ ଭଲ କରି ବୁଝନ୍ତି ଏବଂ ପରଦିନ ସ୍କୁଲ୍ ରେ ପିଲାମାନ ଙ୍କୁ ପଢ଼ାନ୍ତି । ଏହିପରି ଅନେକ ଦିନ ପରି ପର୍ଯନ୍ତ ସେ ନିଜର ଉଦ୍ୟମ ରଖିଲେ । ସେତେବେଳେ ଚାରିଆଡ଼େ ବ୍ରାହ୍ଣଣ ପଣ୍ଡିତ ମାନେ ତାଳପତ୍ର ପୋଥି ପଢ଼ିବାରେ ଗର୍ଭ ଅନୁଭବ କରିବା ସ ହିତ ଛାପା ବ ହି କୁ ଛୁଇଁବାକୁ ଘୃଣା କରୁଥିଲେ । ହେଲେ ସଦାଶିବ ଏ ସବୁ କାଥାକୁ ଖାତିର ନ କରି ନିଜେ ଛାପା ବ ହି ପଢ଼ା ପଢ଼ି କଲେ । ଅନ୍ୟ ପଣ୍ଡିତ ମାନେ ଏଥିପାଇଁ ସଦାଶିବଙ୍କୁ ଢ଼େର ନିନ୍ଦା ଓ ଗାଳିଗୁଳଜ କଲେ ମଧ୍ୟ ସଦାଶିବ ସେଥିକୁ କାନ ଦେଉ ନ ଥିଲେ ପରେ ପରେ ତାଙ୍କରି ଉଦ୍ୟମରେ ଗାଆଁ ସ୍କୁଲ୍ ଟି ଅନେକ ଇନ୍ନତ ହୋଇଗଲା । ସେତେବେଳେ ଶ୍ରୀକ୍ଷେତ୍ର ଜଗନ୍ନାଥ ଧର୍ମ ପୁରିରେ ସଂସ୍କୃତ ଭାଷା ଚର୍ଚାର ଢ଼େର ଆଦର ଥିବାରୁ ଦୃଷ୍ଟିରୁ ସଦାଶିବ ସଂସ୍କୃତ ପଢ଼ିବାକୁ ଆଗ୍ରହ ପ୍ରକାଶ ପୁର୍ବକ ଚାକିରୀ ଜୀବନରେ ମିଳୁଥିବା ଛୁଟି ସମୟର ସଦୁଙ୍କର ପ୍ରବଳ ଇଚ୍ଛା ଦେଖି ତାଙ୍କ ଗୁରୁ ଖୁସି ହୋଇ ସଦାଶିବଙ୍କୁ ପୁରୀରେ ରହି ସଂସ୍କୃତ ପଢ଼ିବାକୁ କ ହିଲେ ସଦାଶିବ ଗୁରୁଙ୍କ ଆଦେଶ ମାନିନେଲେ ସିନା ଏଣେ ଘର ଚଳିବାରେ ଅସୁବିଧା ହେଲା । ତାଙ୍କ ବଡ଼ ଭାଇ ଘର ଅଳିନେବେ ବୋଲି କ ହିବାରୁ ସଦାଶିବ ପୁରୀ ଆସି ସଂସ୍କୃତ ପଢ଼ରେ ମନନିବେଶ କଲେ । ସଂସ୍କୃତ ବିଦ୍ୟାଳରେ ହେଡ଼ପଣ୍ଡିତ ଥିବା