ପୃଷ୍ଠା:Odishara Itihas.pdf/୧୦୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୭
ଚତୁର୍ଥ ଅଧ୍ୟାୟ ।

ପ୍ରତାପରୁଦ୍ରଙ୍କ ସମୟରେ ଓଡ଼ିଶାରେ ବୌଦ୍ଧଧର୍ମ*, ପ୍ରାଦୁର୍ଭୂତ ଥିବାର କେହି କେହି ଅନୁମାନ କରିଅଛନ୍ତି । ପ୍ରଥମେ ତାଙ୍କର ନିଜର ସେ ଧର୍ମ ଆଡ଼କୁ ମତି ଫେରିଥିଲା । ମାତ୍ର ବାହ୍ମଣଙ୍କ ବୁଦ୍ଧିକୌଶଳଦ୍ୱାରା ସେ ଧର୍ମରୁ ହିନ୍ଦୁଧର୍ମ ଆଡ଼କୁ ତାଙ୍କ ମନ ଶେଷକୁ ନୀତ ହୋଇଥିଲା ।
ଆଧୁନିକ ଓଡ଼ିଆ ଭାଷାର ସୃଷ୍ଟି ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ହୋଇଥିବାର ଅନୁମିତ ହୋଇଅଛି । ପ୍ରତାପରୁଦ୍ରଙ୍କ ସମୟକୁ ଏହି ଭାଷା ଏକ ପ୍ରକାର ପ୍ରାଞ୍ଜଳ ହୋଇଥିଲା । ଏହା ତାଙ୍କ ସମୟର କବି ଜଗନ୍ନାଥ ଦାସ, ବଳରାମ ଦାସ ପ୍ରଭୃତିଙ୍କ ଲେଖାରୁ ସ୍ପଷ୍ଟ ଜଣା ଯାଉଅଛି । ସଂସ୍କୃତର ଆଲୋଚନା ସୁଦ୍ଧା ତେତେବେଳେ ସମାଜର ଉଚ୍ଚଶ୍ରେଣୀୟ ଲୋକଙ୍କଠାରେ ବିସ୍ତର ଆଦରଣୀୟ ଥିଲା । ସାଧାରଣ ଲୋକେ ସେଥିରେ ସମ୍ପୂର୍ଣ୍ଣରୂପେ ଅଜ୍ଞ ଥିଲେ ।
ପ୍ରତାପରୁଦ୍ର ଭିନ୍ନ ଭିନ୍ନ ସ୍ଥାନରେ ଅନେକ ଦେଉଳ ତୋଳାଇଥିଲେ । ଯାଜପୁରର ବରାହନାଥ ସେସବୁ ମଧ୍ୟରେ ପ୍ରଧାନ । ପ୍ରତାପରୁଦ୍ର ୨୮ ବର୍ଷ କାଳ ରାଜତ୍ୱ କରି ୧୫୩୨ ମସିହାରେ ମାନବଲୀଳା ସମ୍ବରଣ କରିଥିଲେ ।
ଗଙ୍ଗାବଂଶୀୟ ଶାସନ ଲୋପ – ପ୍ରତାପରୁଦ୍ରଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ଓଡ଼ିଶାରୁ ଗଙ୍ଗାବଂଶୀୟ ରାଜାଙ୍କର ପ୍ରାଦୁର୍ଭାବ ଏକପ୍ରକାର ଲୁପ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ଉତ୍ତାରୁ କଲୁୟଦେବ ଓ କଠୋରଦେବ ନାମକ ତାଙ୍କର ଦୁଇପୁତ୍ର ବର୍ଷେଲେଖାଏଁ ରାଜପଣ କରିଥିଲେ । ସେ ଦୁହେଁ ପ୍ରଧାନ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧରଙ୍କଦ୍ୱାରା ନିହତ ହେଲେ । ସେ ଦୁହିଙ୍କର ଅଉ ଯେ ତ୍ରିଂଶ ଭ୍ରାତା ଥିଲେ, ଗୋବିନ୍ଦବିଦ୍ୟାଧରଙ୍କ ଆଜ୍ଞାରେ ତାଙ୍କ ପୁତ୍ର ଶ୍ରୀଚନ୍ଦନଙ୍କଦ୍ୱାରା ସେମାନେ ସୁଦ୍ଧା ଯମାଳୟକୁ ପ୍ରେରିତ ହେଲେ । ପ୍ରତାପରୁଦ୍ରଙ୍କର ଦ୍ୱାତ୍ରିଂଶତ୍ ପୁତ୍ର ଏହିରୂପେ ଅକାଳମୃତ୍ୟୁ ହସ୍ତରେ ପତିତ ହେବାରୁ ଗଙ୍ଗାବଂଶୀୟ ରାଜଶ୍ରେଣୀର ଏକାବେଳକେ ଲୋପ ସାଧିତ ହେଲା ! ସେହି ସମୟରୁ ଲକ୍ଷ୍ମୀ ଓଡ଼ିଶା ତ୍ୟାଗ


* ବୋଧ ହୁଅଇ ଜୈନଧର୍ମକୁ ଓଡ଼ିଆ ଲେଖକେ ଭ୍ରମକ୍ରମେ ବୌଦ୍ଧଧର୍ମରୂପେ ଗ୍ରହଣ କରିଅଛନ୍ତି ।
Ớ ବୌଦ୍ଧ ଓ ବ୍ରାହ୍ମଣଙ୍କୁ ଏକ ସଭାକୁ ଆହ୍ୱାନ କରି ସେମାନଙ୍କ ସମ୍ମୁଖରେ ଏକ ରୁଦ୍ଧ ମାଠିୟା ରଖିଲେ । ପୁଣି ସେଥି ମଧ୍ୟରେ କଣ ଥିଲା କ‌ହିବାକୁ ଅନୁରୋଧ କଲେ । ଏଥକୁ ବୌଦ୍ଧମାନେ ଯାହା ଥିବାର କହିଲେ ମାଠିୟା ଫିଟାଇବାରୁ ତାହା ନ ଥାଇ ବ୍ରାହ୍ମଣଙ୍କ କହିବା ବସ୍ତୁ ସେଥି ମଧ୍ୟରୁ ବାହାରିଲା । ସେହି ଦିନଠାରୁ ପ୍ରତାପରୁଦ୍ରଙ୍କର ମତି ବ୍ରାହ୍ମଣଙ୍କ ପ୍ରତି ବିଶେଷରୂପେ ଧାବିତ ହେଲା ।