ପୃଷ୍ଠା:Odishara Itihas.pdf/୧୨୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୦
ଓଡ଼ିଶାର ଇତିହାସ ।

ସେ ଏକ ଅପୂର୍ବ ପରମ ରମଣୀୟ ନବତଳ ଅଟ୍ଟାଳିକା ନିର୍ମାଣ କରାଇଥିଲେ ଓ ସେହି ଅଟ୍ଟାଳିକା ତାଙ୍କର ବାସମନ୍ଦିର ଥିଲା । ଇଂରାଜଙ୍କ ଆଗମନ ସମୟକୁ କେତେକ ସଚିତ୍ର ଭଗ୍ନପ୍ରସ୍ତର ଛଡ଼ା ସେ ରାଜପ୍ରାସାଦର ଅନ୍ୟ କୌଣସି ଚିହ୍ନ ବିଦ୍ୟମାନ ନ ଥିଲା । ବୋଧ ହୁଅଇ ମୁସଲମାନମାନେ ସେ ପ୍ରାସାଦକୁ ଚୂର୍ଣ୍ଣୀଭୂତ କରି ସେଥିରେ ବ୍ୟବହୃତ ହୋଇଥିବା ପ୍ରସ୍ତର ଓ ଅନ୍ୟାନ୍ୟ ଦ୍ରବ୍ୟମାନଙ୍କରେ *ଉକ୍ତ ବାରବାଟୀ ମଧ୍ୟସ୍ଥିତ ମସଜିଦପ୍ରଭୃତି ନିର୍ମାଣ କରିଥିଲେ । ଆହୁରି ପ୍ରବାଦ ପ୍ରଚଳିତ ଅଛି ଯେ ମୁକୁନ୍ଦ ତାଙ୍କ ମାତାଙ୍କ ଅନୁରୋଧରେ ତ୍ରିବେଣୀ ନିକଟରୁ ଗଙ୍ଗାର ଏକଧାର ମହାନ‌ଦୀ ପର୍ଯ୍ୟନ୍ତ କଟାଇ ଆଣିବା କାର୍ଯ୍ୟରେ ପ୍ରବୃତ୍ତ ହୋଇଥିଲେ । ତ୍ରିବେଣୀ ପାର୍ଶ୍ୱରେ ଏପରି ଗୋଟିଏ ନାଳ କଟା ହୋଇଥିବାର ଚିହ୍ନ ଅଦ୍ୟାପି ସୁଦ୍ଧା ଦୃଷ୍ଟିଗୋଚର ହୁଅଇ । ମଧ୍ୟ ଜତୀପ ଓ ଭୂମିର ଉଚ୍ଚତା ନୀଚତା ସ୍ଥିର କରିବା ବିଷୟରେ ପୂର୍ବ ଓଡ଼ିଶାବାସିଙ୍କର ଯେପରି ସୂକ୍ଷ୍ମଜ୍ଞାନ ଓ ପ୍ରବେଶ ଥିଲା ସେମାନେ ସାଧାରଣ କାର୍ଯ୍ୟମାନଙ୍କରେ ଯେପରି ସାହସ ବଳାଉଥିଲେ, ସେସବୁରେ ରାଜାଙ୍କଠାରୁ ଆଜ୍ଞା, ବଳ, ଉତ୍ସାହ ଓ ସାହାଯ୍ୟ ପ୍ରାପ୍ତ ହୋଇ, ସେମାନଙ୍କର ଏପରି ଏକ ସୁମହତ୍ କାର୍ଯ୍ୟରେ ପ୍ରବୃତ୍ତ ହୋଇଥିବା ସୁଦ୍ଧା ଅନୁମାନ କରାଯାଇ ପାରେ; ତଥାପି ଉଲ୍ଲିଖିତ ପ୍ରବାଦରେ ସମ୍ପୂର୍ଣ୍ଣ ବିଶ୍ୱାସ ଜନ୍ମୁ ନାହିଁ । ବୋଧ ହୁଏ କେବଳ ନାଳ ଖୋଳାଇବାର ଗୋଟିଏ କଳ୍ପନା ମୁକୁନ୍ଦଙ୍କ ମନରେ ଉଦିତ ହୋଇଥିଲେ ହୋଇଥିବ । ମୁକୁନ୍ଦଙ୍କ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ଓଡିଶାର ସ୍ଥଳେ ସ୍ଥଳେ ବ୍ରାହ୍ମଣ ଶାସନମାନ ବସାଇଥିବା ଏକ ପ୍ରଧାନ କାର୍ଯ୍ୟ ବୋଲି କଥିତ ଅଛି । ମୁକୁନ୍ଦ ମଧ୍ୟ ଜଣେ ସଦାଳାପୀ ଓ ଅତିଥିସତ୍କାରଶୀଳ ରାଜା ଥିଲେ । ୧୫୧୪ ଖ୍ରୀଷ୍ଟାବ୍ଦରୁ ପୋର୍ତ୍ତୁଗିଜମାନେ ଓଡ଼ିଶାକୁ ବାଣିଜ୍ୟ କରିବା ନିମନ୍ତେ ଯାତାୟାତ ଆରମ୍ଭ କରିଥିଲେ । ମୁକୁନ୍ଦଦେବଙ୍କ ସମୟରେ ଜଣେ ପୋର୍ତ୍ତୁଗିଜ ପରିବ୍ରାଜକ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଭ୍ରମଣ କରି ଦେଶର ରାଜନୀତି ଓ ଅବସ୍ଥାରୁ ସବିଶେଷ ଅବଗତ ହୋଇଥିଲେ । ମୁକୁନ୍ଦଙ୍କ ସଦାଳାପ ପ୍ରଭୃତି ବିଷୟରେ ବିଶେଷ ପ୍ରଶଂସା ସେହି ବିଦେଶୀ


  • ଚୈତନ୍ୟ କଟକ ପ୍ରବେଶ କରିବା ସମୟରେ କଟକର ଗୋପାଳଜୀଉଙ୍କ ମନ୍ଦିର ବାରବାଟୀ କିଲ୍ଲା ନିକଟରେ ଥିଲା; ମୁସଲମାନମାନେ ସେ ଦେଉଳ ଭାଙ୍ଗି ସେଥିର ମାଲମସଲା ବାରବାଟୀ ମସଜିଦ କର୍ମରେ ଲଗାଇଥିଲେ, ବାରବାଟୀ ନିକଟରୁ ଗୋପାଳକୀ ଏହରୂପେ ହଟ‌ହଟା ହୋଇ ଆସି ବର୍ତ୍ତମାନ ଥିବା ସ୍ଥାନରେ ଆଶ୍ରୟ ନେଇଅଛନ୍ତି ।