ପୃଷ୍ଠା:Odishara Itihas.pdf/୧୪୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୧
ଷଷ୍ଠ ଅଧ୍ୟାୟ ।

ମଧ୍ୟ ନିୟମିତରୂପେ ଦେଉଥିବାର ପ୍ରତୀୟମାନ ହୁଅଇ । ଯେହେତୁ ଟମସ୍ ସାହେବଙ୍କ ପ୍ରଣୀତ ମୋଗଲରାଜ୍ୟର ରାଜସ୍ୱସମ୍ବନ୍ଧୀୟ ପୁସ୍ତକରେ ଓଡିଶାରୁ ବ‌ହୁପରିମାଣରେ ରାଜସ୍ୱ ଟଙ୍କା ଆଦାୟ ହେଉଥିବାର ଲିଖିତ ଅଛି ।

ମୁସଲମାନମାନଙ୍କ ସମୟରେ କି ବଙ୍ଗ କି ଓଡ଼ିଶା ଦୁଇ ଦେଶରେ ବୈଷ୍ଣବଧର୍ମର ଶିଷ୍ୟସଂଖ୍ୟା ବୃଦ୍ଧିକି ପ୍ରାପ୍ତ ହୋଇଥିଲେ । ଓଡିଶାରେ ମୁସଲମାନଧର୍ମର ଶିଷ୍ୟତ୍ୱ ହିନ୍ଦୁମାନଙ୍କ ମଧ୍ୟରୁ ଅନେକେ ସ୍ୱୀକାର କରିଥିବାର ବୋଧ ହୁଅଇ ନାହିଁ ।

ବାଣିଜ୍ୟ—ମୁସଲମାନମାନଙ୍କ ରାଜତ୍ୱ ସମୟରେ ଓଡ଼ିଶାରେ ଉତ୍ତମ ଉତ୍ତମ ସୂକ୍ଷ୍ମ ବସ୍ତ୍ରମାନ ପ୍ରସ୍ତୁତ ହେଉଥିଲା । ଇଂରାଜମାନେ ସେହି ବସ୍ତ୍ରର ବିଶେଷ ବ୍ୟବସାୟୀ ଥିଲେ । କାଠ ଓ ଅନ୍ୟାନ୍ୟ ପଦାର୍ଥର ବାଣିଜ୍ୟ ମଧ୍ୟ ସେ ସମୟରେ ପ୍ରଚଳିତ ଥିବାର ସ୍ପଷ୍ଟ ବୋଧ ହୁଅଇ । ମୁସଲମାନମାନେ ବ୍ୟବସାୟ ସାମଗ୍ରିମାନଙ୍କ ଉପରେ ବିଶେଷ କରମାନ ବସଣି କରିଥିବାରୁ ବାଣିଜ୍ୟ ଅନେକ ପରିମାଣରେ ହ୍ରାସ ପ୍ରାପ୍ତ ହୋଇଥିଲା । ଏପରି କଥିତ ଅଛି, ମୁସଲମାନମାନେ କେତେ କେତେ ବେଳେ ଆଠଅଣା ମୂଲ୍ୟର ଦ୍ରବ୍ୟ ଉପରେ ଦଶ ଟଙ୍କା ଚାରି ଅଣା ହିସାବରେ କର ଧାର୍ଯ୍ୟ କରିଥିଲେ ।

ଆଫଗାନ ଉପନିବେଶ-ଆଫଗାନମାନେ ଓଡ଼ିଶାରେ ୩୮ ବର୍ଷ କାଳ ବିଦ୍ରୋହାଗ୍ନି ପ୍ରଜ୍ଜ୍ୱଳିତ ରଖିଥିଲେ । ସେମାନେ ସହଜରେ ଅବନତ ହେବାର ଲୋକ ନ ଥିଲେ । ସବୁବେଳେ ଉଦ୍ଧତ & ଦୁର୍ଦ୍ଦାନ୍ତ, ସେମାନଙ୍କର କ୍ଷମତା ବ‌ହୁ ପରିମାଣରେ ଖର୍ବୀକୃତ ହୋଇଥିଲେ ସୁଦ୍ଧା ରାଜ୍ୟଲାଭାକାଙ୍କ୍ଷାରେ ଉନ୍ନତ୍ତ ହୋଇ ପ୍ରବଳ ପରାକ୍ରମୀ ମୋଗଲଙ୍କ ସଙ୍ଗେ ବାରମ୍ବାର ଯୁଦ୍ଧ କରିବାରୁ ସେମାନେ କ୍ଷାନ୍ତ ହୋଇ ନ ଥିଲେ । ଅବଶେଷରେ ସେମାନେ ଯେତେବେଳେ ଚତୁର୍ଦ୍ଦିଗରୁ ନିସ୍ତେଜ ହେଲେ ଓ ମୋଗଲ ସୁବାଦାରମାନେ ସେମାନଙ୍କ ବଳ ହ୍ରାସ କରିବା ପାଇଁ ନାନାବିଧ ଉପାୟ ଅବଲମ୍ବନ କଲେ, ତେତେବେଳେ ସେମାନେ ବାଧ୍ୟ ହୋଇ ବଙ୍ଗ ବେହାର ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଉପନିବେଶ ସଂସ୍ଥାପନ କଲେ । ଆଧୁନିକ ଓଡ଼ିଶାର ମୁସଲମାନମାନେ ପ୍ରାୟ ଅଧିକାଂଶ ପଠାଣ ବା ଆଫଗାନ । ଆଜିକାଲି ଓଡ଼ିଶାର ଚତୁର୍ଦ୍ଦିଗରେ ସେମାନେ ବାସ କରିଥିବା ପରି ବୋଧ ହୁଅନ୍ତି ନାହିଁ । ପୁରୀ ଜିଲାରେ ମୁସଲମାନ ଅଧିବାସିସଂଖ୍ୟା ଅତି ଅଳ୍ପ; କଟକ ଓ ବାଲେଶ୍ୱରରେ ତଦପେକ୍ଷା କିଛି ଅଧିକ । ସେମାନଙ୍କ ମଧ୍ୟରୁ ପୁଣି ଅଧିକାଂଶ ଦୁଃଖୀ । ମୁସଲମାନ ଜମିଦାର କି ଧନୀ ଲୋକ ଓଡ଼ିଶାରେ ଅତି ଅଳ୍ପ ଥିବାର ଦେଖାଯାଏ । ମୁସଲମାନମାନେ ବର୍ତ୍ତମାନ ଓଡ଼ିଶାରେ ଅଧିକାଂଶ ଚାଷ