ପୃଷ୍ଠା:Odishara Itihas.pdf/୧୪୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୭
ସପ୍ତମ ଅଧ୍ୟାୟ ।

ପ୍ରବଳତାର ସହିତ ଉପସ୍ଥିତ ହୋଇଥିଲା । ଅନନ୍ତର ୧୭୦୨ ମସୀହାରେ ବାବାଜୀ ନାମକ ଆଉ ଜଣେ ଓଡ଼ିଶାର ମରହଟ୍ଟା ଶାସନକର୍ତ୍ତା ନିଯୁକ୍ତ ହେଲେ ।
ବାବାଜୀ ଓ ମାଧୋଜୀ ହରି—ବାବାଜୀ ଓଡ଼ିଶାର ସୁବାଦାର ଥିବା ସମୟରେ ସାବାଜୀ ଭୋନ୍‌ସଲା ନାଗପୁର ସିଂହାସନରେ ଅଧରୁଢ଼ ହେଲେ । ସାବାଜୀ ରାଜା ହୋଇ ମାଧୋଜୀ ହରି ନାମକ ତାଙ୍କର ଜଣେ ପ୍ରିୟବ୍ୟକ୍ତିକି କଟକର ସୁବାଦାର କରି ପଠାଇଲେ । ମାଧୋଜୀ ଆସି ବାବାଜୀଙ୍କି କାରାରୁଦ୍ଧ କଲେ; ଇତିମଧ୍ୟରେ ସାବାଜୀ ଭୋନ୍‌ସଲାଙ୍କ ମୃତ୍ୟୁ ସଂଘଟିତ ହେଲା । ନୂତନ ନାଗପୁର ରାଜପ୍ରତିନିଧି ମାଧୋଜୀଙ୍କି ପଦଚ୍ୟୁତ କରି ବାବାଜୀଙ୍କି ପୁନରାୟ ତାଙ୍କ ପଦରେ ନିଯୁକ୍ତ କଲେ; କିନ୍ତୁ ନାଗପୁର ରାଜଦରବାରରେ ବାବାଜୀଙ୍କର ଅନେକେ ବିରୋଧି ଥିଲେ, ସେମାନେ ତାଙ୍କୁ ସୁବାଦାର ହେବାକୁ ଦେଲେ ନାହିଁ; ମାଧୋଜୀ ସୁତରାଂ ସୁବାଦାରୀ ପରେ ସ୍ଥିରୀକୃତ ହେଲେ; ପୁଣି ତାଙ୍କ ସୁବାଦାରୀ ସମୟରେ ( ୧୭୭୭ ) ଓଡ଼ିଶାରେ ଏକ ବିଷମ ଦୁର୍ଭିକ୍ଷ ଘଟିଥିଲା । ଦଶପଣ କଉଡ଼ିକି ସେରେ ଚାଉଳ ମିଳିବାର ଦୁର୍ଘଟ ହୋଇଥିଲା । ଏବେ ମରହଟ୍ଟାଙ୍କ ପ୍ରପୀଡ଼ନରେ ଲୋକେ ଜର୍ଜରିତ ହୋଇ ରହିଥିଲେ; ସେଥିରେ ପୁଣି ଦୁର୍ଭିକ୍ଷ ଉପରେ ଦୁର୍ଭିକ୍ଷ । ଏହି ୧୬୭୭ ମସୀହା ଦୁର୍ଭିକ୍ଷରେ ମରହଟ୍ଟାମାନେ ଓଡ଼ିଶାର ୭ ଲକ୍ଷ ଟଙ୍କା ରାଜସ୍ୱ ଛାଡ଼ ଦେଇଥିବାର କଥିତ ଅଛି ।
ରାଜାରାମ—ଅନନ୍ତର ୧୭୭୯ ମସୀହାରେ ରାଜାରାମ ପଣ୍ଡିତ ନାମକ ଏକ ବ୍ୟକ୍ତି ଓଡ଼ିଶାର ଶାସନଭାର ପ୍ରାପ୍ତ ହେଲେ । ସେ ବହୁକାଳରୁ ନାଏବ ସୁବାଦାର ପଦରେ ଅଧିଷ୍ଠିତ ଥିଲେ । ଦେଶର ଅବସ୍ଥା, ବନ୍ଦୋବସ୍ତ ଓ ଅନ୍ୟାନ୍ୟ ବିଷୟରେ ତାଙ୍କର ଅଭିଜ୍ଞତା ଥିଲା । ତାଙ୍କର ସୁନିର୍ମଳ ଚରିତ୍ର ଓ କାର୍ଯ୍ୟପଟୁତା ଯୋଗୁଁ ସମସ୍ତେ ତାଙ୍କ ପ୍ରତି ସ୍ନେହ ବ‌ହୁଥିଲେ । ପୂର୍ବ ଦେଶର ରାଜସ୍ୱ ବଂଶାନୁକ୍ରମେ ଚଉଧୁରୀ ଓ କାନଗୋଇଙ୍କଦ୍ୱାରା ଯେପରି ଆଦାୟ ହେଉଥିଲା, ରାଜାରାମ ସେ ପ୍ରଥା ରହିତ କରି ସରକାରୀ ମନୁଷ୍ୟଙ୍କଦ୍ୱାରା ରାଜସ୍ୱ ଆଦାୟ କରିବାର ଆରମ୍ଭ କଲେ । ଖୋରଧାରାଜା ବୀରକିଶୋରଦେବ ଉନ୍ମାଦରୋଗଗ୍ରସ୍ତ ହୋଇ, ଅପଣାର ଚାରି ପୁତ୍ରଙ୍କର ପ୍ରାଣ ବିନାଶ କରି ମରହଟ୍ଟାଙ୍କ ଦ୍ୱାରା କାରାରୁଦ୍ଧ ହୋଇଥିବାର କଥିତ ଅଛି । ଆହୁରି ମଧ୍ୟ ବର୍ଣ୍ଣିତ ଅଛି ଯେ ମରହଟ୍ଟାମାନେ ତାଙ୍କ ପୁତ୍ର ଦିବ୍ୟସିଂହଙ୍କଠାରୁ ବାର୍ଷିକ ଦଶସ‌ହସ୍ର ସିକାଟଙ୍କା ନେବାର ଅଙ୍ଗୀକାର କରାଇ ତାଙ୍କୁ ଖୋର୍ଦ୍ଧା ଗାଦିରେ ବସାଇଥିଲେ । କିନ୍ତୁ ଅଙ୍ଗୀକୃତ ଟଙ୍କା ଦିବ୍ୟସିଂହଙ୍କଠାରୁ ନିୟମିତରୂପେ ଆଦାୟ କରିବା ବଡ଼ କଷ୍ଟକର କାର୍ଯ୍ୟ ହୋଇଥିଲା । ବିନା ଯୁଦ୍ଧରେ ଖୋର୍ଦ୍ଧା ରାଜା କର ଦେବାର ଲୋକ ନ ଥିଲେ; ସେ ସମୟର