ପୃଷ୍ଠା:Odishara Itihas.pdf/୧୫୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତମ ଅଧ୍ୟାୟ ।

ପ୍ରଦାନ କରି ସେଥିରେ ସମ୍ମତି ଦାନ କଲେ । ଯେଉଁ ଓଡ଼ିଶାର ଜୟବଂଶ ରାଜସ୍ୱ ଦେଇ ଗ୍ରହଣ କରିବା ସକାଶେ ଇଂରାଜମାନେ ଏକସମୟରେ ବ‌ହୁଯତ୍ନ କରି ବିଫଳ ହୋଇଥିଲେ, ବର୍ତ୍ତମାନ ସେହି ଓଡ଼ିଶାର ଅବିଚ୍ଛିନ୍ନ ଅଧିକାର, ଇଂରାଜମାନେ ବାହୁବଳଦ୍ୱାରା ଅନାୟାସରେ ଲଭିବାକୁ ସମର୍ଥ ହେଲେ ।

ମରହଟ୍ଟା ଅତ୍ୟାଚାର-ଓଡ଼ିଶାରେ ମରହଟ୍ଟାଙ୍କ ଶାସନ ସମୟକୁ ଅତ୍ୟାଚାର ଓ ଅରାଜକତାର ସମୟ ବୋଇଲେ ଅତ୍ୟୁକ୍ତି ହୁଅଇ ନାହିଁ । ଓଡ଼ିଆମାନେ ଅର୍ଦ୍ଧଶତ ବର୍ଷ ପୃଥିବୀକି ଘୋର ଦୁଃଖର କାହାଣୀ ଶୁଣାଇବାପାଇଁ ମରହଟ୍ଟାଙ୍କ ନିଷ୍ଠୁର ଶାସନର ଅଧୀନ ହୋଇଥିଲେ । କେବଳ ଲୋକଙ୍କଠାରୁ ଅର୍ଥ ଶୋଷଣ କରିବା ମରହଟ୍ଟା ଶାସନର ଗୂଢ଼ ଉଦ୍ଦେଶ୍ୟ ଥିଲା । ଆଜି ଏକ ଗ୍ରାମ ମରହଟ୍ଟା ଅଶ୍ୱାରୋହିମାନେ ଲୁଣ୍ଠନ କରୁଥିଲେ ତ, କାଲି ସ୍ଥାନାନ୍ତରରୁ ସେମାନେ ସର୍ବସ୍ୱ ଅପହରଣ କରୁଥିଲେ । ସେମାନଙ୍କ ଶାସନକାଳରେ ଓଡ଼ିଶା ଏପରି ତନ୍ତ୍ରବିପର୍ଯ୍ୟୟ ଓ ବିଶୃଙ୍ଖଳ ଅବସ୍ଥାରେ ଅବସ୍ଥିତ ହୋଇଥିଲା ଯେ, ସମାଜବନ୍ଧନ ସ୍ଥିର ହୋଇ ରହିଥିବା ବିଷୟରେ କେହି କେହି ଅଦ୍ୟାବଧି ଆଶ୍ଚର୍ଯ୍ୟ ବୋଧ କରନ୍ତି । ଓଡିଶାର ବୃଦ୍ଧଲୋକଙ୍କ ନିକଟରୁ ବର୍ତ୍ତମାନ ଏପରି ଶୁଣାଯାଏ ଯେ, ସପ୍ତାହକାଳ ଏକ ହାଣ୍ଡିରେ ରନ୍ଧନ କରି ଖାଇବା ଓଡ଼ିଶାର ଚାହିଲୋକଙ୍କ ପକ୍ଷରେ ଅସମ୍ଭବ ବିଷୟ ହୋଇଥିଲା । ମରହଟ୍ଟାଙ୍କ ଅତ୍ୟାଚାରରେ ଓଡ଼ିଶାପ୍ରଜାଙ୍କ ଅନେକ ଥର ବନ ପର୍ବତ ଆଡ଼କୁ ପଳାଇ ଯିବାପାଇଁ ବାଧ୍ୟ ହେବାକୁ ହୋଇଥିଲା । ରାଜସ୍ୱପ୍ରଣାଳୀ ଓ ଫଉଜଦାରୀ ଶାସନ--ମୋଗଲମାନଙ୍କର ଯେପରି ରାଜସ୍ୱ ଆଦାୟର ବନ୍ଦୋବସ୍ତ ହୋଇଥିଲା, ସେଥିରେ ମରହଟ୍ଟାମାନେ ଆଉ କିଛି ପରିବର୍ତ୍ତନ ଘଟାଇଥିବାର ଜଣାଯାଏ । କଟକ, ଭଦରଖ, ସୋରୋ ଓ ବାଲେଶ୍ୱର ଏହିପରି ଚାରି ଚକଳାରେ ମରହଟ୍ଟାମାନେ ଓଡ଼ିଶାକୁ ଭାଗ କରିଥିଲେ । ପ୍ରତ୍ୟେକ ପ୍ରଗନ୍ନା ତାଲୁକ ଚୌଧୁରୀ, ତାଲୁକ କାନୁନଗୋ ଉଲାଏତୀ, ତାଲୁକ କାନୁନଗୋ, ତାଲୁକ ସଦର କାନୁନଗୋ, ତାଲୁକ ମଜକୁରୀ ଏହି ପାଞ୍ଚ କିମ୍ୱା ଏଥିମଧ୍ୟରୁ ଦୁଇ ତିନି ବିଭାଗରେ ବିଭକ୍ତ ହୋଇଥିଲା । ପ୍ରତ୍ୟେକ ଚକଳାରେ ଜଣେ ଲେଖାଁଏ ଅମିଲ ନିଯୁକ୍ତ ହୋଇଥିଲେ । ସେମାନେ ତାଙ୍କମାନଙ୍କ ଅଧୀନ ଚକଳାମାନଙ୍କର ରାଜସ୍ୱ ଆଦାୟ କରି ସରକାରରେ ପଟାଉଥିଲେ ।

ସେମାନଙ୍କ ହସ୍ତରେ ରାଜସ୍ୱ, ଦେବାନୀ ଓ ଫଉଜଦାରୀ ସବୁ କାର୍ଯ୍ୟର ଭାର ଥିଲା । ଆମିଲମାନେ ସ୍ୱୟଂ ନାନକାର ନାମଧେୟ ନଷ୍କର ଭୂମି ପ୍ରାପ୍ତ ହୋଇ ସେଥିର ଆୟରୁ ଆପଣା ଆପଣାର ବ୍ୟୟ ଚଳାଉଥିଲେ । ଅମିଲଙ୍କ ଅଧୀନରେ ସଦର କାନୁନଗୋଇ ଓ ସହର କାନୁନ‌ଗୋଇଙ୍କ ଅଧୀନରେ ଓ ପ୍ରତି ପ୍ରଗନ୍ନାରେ