ପୃଷ୍ଠା:Odishara Itihas.pdf/୧୬୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୪୦
ଓଡ଼ିଶାର ଇତିହାସ ।

ହୋଇଥିବାର ପ୍ରତୀୟମାନ ହୁଅଇ ନାହିଁ । ୧୮୭୨ ମସିହାରେ ବୌଦରାଜାଙ୍କ ସଙ୍ଗେ କୋଡିଏ ବର୍ଷ ସକାଶେ ଇଂରାଜଙ୍କର ପେସ୍‌କସ୍ ବନ୍ଦୋବସ୍ତ ହୋଇଅଛି । ପ୍ରଥମେ ବୌଦ ଓ ଆଠମଲିକ ରାଜାଙ୍କ ସଙ୍ଗେ କ୍ରମାନ୍ୱୟେ ୫ ଓ ୩ ବର୍ଷ ସକାଶେ ବନ୍ଦୋବସ୍ତ ସ୍ଥିର ହୋଇଥିଲା । ଦଶପଲା ରାଜା ବାରମୂଳ ଘାଟି ନିରାପଦରେ ରକ୍ଷା କରିବା ସକାଶେ ଓ ଇଂରାଜଙ୍କ ଶତ୍ରୁଙ୍କୁ ସେ ବାଟେ ଆସି ନ ଦେବାପାଇଁ ଦଶପଲା ଗଡ଼ ବିନା ପେସ୍‌କସ୍‌ରେ ଭୋଗ କରିବାର ଅଧିକାର ପ୍ରାପ୍ତ ହୋଇଥିଲେ । ଅନୁଗୁଳର ଅଙ୍ଗୀଭୂତ ଯୋଡମୁହଁକୁ ଜୟ କରି ସ୍ୱରାଜ୍ୟଭୁକ୍ତ କରିଥିବାଯୋଗୁଁ ସେହି ନବରାଜ୍ୟାଂଶ ସକାଶେ ଦଶପଲା ରାଜା ଯତ୍‌କିଞ୍ଚିତ୍ ପେସ୍‌କସ୍ ଦେବାପାଇଁ ଏକରାରନାମା ଲେଖି ଦେଇଥିଲେ ।

ଦେଶମଧ୍ୟରେ ଯେଉଁମାନେ ବ୍ରହ୍ମତ୍ୱ, ଦେବତ୍ୱ, ପୀରତ୍ୱ କି ସେବକତ୍ୱ ନିଷ୍କରଭୂମି ଭୋଗ କରୁଥିଲେ, ସେମାନଙ୍କ ମଧ୍ୟରୁ ସନନ୍ଦ ଦେଖାଇ ପାରିଥିବା ଲୋକେ ଜାତି କି ଧର୍ମ ନିର୍ବିଶେଷରେ ଆପଣା ଆପଣା ଭୂମି ଓ ବୃତ୍ତିରେ ଇଂରାଜ ଶାସନକର୍ତ୍ତାଙ୍କଦ୍ୱାରା ଅଧିକାରୀସ୍ୱରୂପ ସ୍ଥାପିତ ହେଲେ; କିନ୍ତୁ କି ଓଡ଼ିଆ କି ବଙ୍ଗାଲୀ କି ଖୋର୍ଟା କି ମୁସଲମାନ ଯେଉଁମାନେ ନିଷ୍କରଭୂମି ଭୋଗ କରି ସେ ସବୁର ସନନ୍ଦ ଦେଖାଇବାକୁ ଅସମର୍ଥ ହେଲେ, ସେମାନଙ୍କର ନିଷ୍କରଭୂମି କର‌ଯୁକ୍ତ ହେଲା ।

ଜଗବନ୍ଧୁ ବିଦ୍ୟାଧରଙ୍କର ଖୋର୍ଦ୍ଧାବିଦ୍ରୋହ — ଓଡ଼ିଶା ଇଂରାଜଙ୍କ ଶାସନରେ କିଛିକାଳ ଶାନ୍ତିଭୋଗ କଲା ଉତ୍ତାରୁ ଓଡ଼ିଶାର ଅନ୍ତର୍ଗତ ଖୋର୍ଦ୍ଧାଠାରେ ପୁଣି ଏକ ବିଦ୍ରୋହ ଉପସ୍ଥିତ ହେଲା । ଖୋର୍ଦ୍ଧା ଓ ଘୁମସରର, ମଧ୍ୟ ଅନ୍ୟ କୌଣସି ସ୍ଥାନର ପାଇକଙ୍କଦ୍ୱାରା ଜଗବନ୍ଧୁ ବିଦ୍ୟାଧର ନାମକ ଏକ ବ୍ୟକ୍ତିର ନେତୃତ୍ୱରେ ଉଲ୍ଲିଖିତ ବିଦ୍ରୋହାଗ୍ନି ପ୍ରଜ୍ୱଳିତ ହେଲା ।

ବିଦ୍ରୋହ, ଘଟିବାର ହେତୁ ଏହି ଯେ ଜଗବନ୍ଧୁ ବିଦ୍ୟାଧର ପୁରୁଷାନୁକ୍ରମେ ଖୋର୍ଦ୍ଧା ରାଜାଙ୍କର ବକ୍‌‌ସୀ ଥିଲେ । ଖୋର୍ଦ୍ଧାରାଜା ଯେତେବେଳେ ତାଙ୍କଦ୍ୱାରା ଅଙ୍ଗୀକୃତ କେତେକ ଟଙ୍କା ମରହଟ୍ଟାଙ୍କୁ ଦେଇ ନ ପାରି ସେଥି ପରିବର୍ତ୍ତରେ ଲେମ୍ବାଇ, ରାହାଙ୍ଗ, ସିରାଇ ଓ ଚବିଶକୁଦ ନାମକ ଯେଉଁ ପରଗନ୍ନାମାନ ମରହଟ୍ଟାଙ୍କୁ, ପ୍ରଦାନ କରିଥିଲେ, ରୋଡ଼ଙ୍ଗନାମକ ଏକ କିଲା ସେହି ଚାରି ପ୍ରଗନ୍ନାର ଅନ୍ତର୍ଗତ ଥିଲା । ବିଦ୍ୟାଧରବଂଶୀୟ ପୁରୁଷମାନେ ଖୋର୍ଦ୍ଧାରାଜାଙ୍କଠାରୁ ଉକ୍ତ କିଲ୍ଲା କ୍ରୟ କରିଥିଲେ । ଯେତେବେଳେ ଇଂରାଜମାନେ ପ୍ରଥମ ଓଡ଼ିଶାରେ ଉପସ୍ଥିତ ହେଲେ । ଜଗବନ୍ଧୁ ସେହି ସମୟରୁ ସେମାନଙ୍କର ବଶତା ସ୍ୱୀକାର କରିଥିଲେ । ମଧ୍ୟ ୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରାଜମାନେ ରୋଡ଼ଙ୍ଗ କିଲ୍ଲାର ବନ୍ଦୋବସ୍ତ ପ୍ରଥମ ବର୍ଷକ