ପୃଷ୍ଠା:Odishara Itihas.pdf/୧୭୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୬
ଓଡ଼ିଶା ଇତିହାସ।

ଶୀଳତାର ସାକ୍ଷ୍ୟ ପ୍ରଦାନ କରିବ । ସାର୍ଦ୍ଧ ଦୁଇସହସ୍ର କି ତିନିସହସ୍ର ବର୍ଷ ପୂର୍ବେ ଏହ ପ୍ରଦେଶଖଣ୍ଡ ବନମୟ ଥିଲା । ଏହି ବନମଧ୍ୟରେ ଯେ ଜଣକେତେ ଲୋକ ଥିଲେ, ସେମାନେ ସମ୍ପୂର୍ଣ୍ଣ ଉଲ୍ଲଙ୍ଗ ଥିଲେ । ବନର ଫଳ ମୂଳ ଓ ସ୍ରୋତସ୍ୱତୀର ବାରି ସେମାନଙ୍କର ଆହାର୍ଯ୍ୟ ଓ ପାନୀୟ ଥିଲା । କୃଷି କି ପରିଧେୟ ବସ୍ତ୍ରାଦିର ନାମ ଗନ୍ଧ ନ ଥିଲା । ବାସୋପଯୋଗୀ ଗୃହ ମଧ୍ୟ ସ୍ୱପ୍ନ ପ୍ରାୟ ଥିଲା । ମନୁଷ୍ୟପାଇଁ ମନୁଷ୍ୟ ଉଚିତ ସୁଖ ଦୁଃଖ ବୋଧ କରୁ ନ ଥିଲା । ମନୁଷ୍ୟକୁ ମନୁଷ୍ୟ ଅକାତରଭାବରେ ବଧ କରୁଥିଲା । ମାତ୍ର ବର୍ତ୍ତମାନ୍ ଦେଖ, ଏହି ଦୁଇ ତିନି ସହସ୍ର ବର୍ଷ ମଧ୍ୟରେ ଓଡ଼ିଶାର ପ୍ରକୃତି କିରୂପେ ପରିବର୍ତ୍ତିତ ହୋଇଅଛି । ଏଥିରେ ଉଲ୍ଲଙ୍ଗ କନ୍ୟମନୁଷ୍ୟମାନେ ବସ୍ତ୍ର ପିନ୍ଧି ଓ କୃଷିକାର୍ଯ୍ୟ କରିବାକୁ ଶିଖି ଅଛନ୍ତି । ସେମାନଙ୍କର ମନ, ଅତ୍ମା ହୃଦୟର ବିକାଶ ମଧ୍ୟ କେତେକ ପରିମାଣରେ ହୋଇଅଛି । ବର୍ତ୍ତମାନ ଏହି ଉତ୍କଳଦେଶରେ କେତେ କେତେ ସୁନ୍ଦର ସୁନ୍ଦର ମନ୍ଦିର ଓ ଅଟ୍ଟାଳିକାମାନ ଗଠିତ ହୋଇଅଛି । ଭିନ୍ନ ଭିନ୍ନ ଦିଗରୁ ଉନ୍ନତ ଲୋକମାନେ ଆସି ଏଠାରେ ବାସ କରିଅଛନ୍ତି । ସେମାନଙ୍କ ମଧ୍ୟରେ ସମାଜବନ୍ଧନ ଓ ଶାସନଶୃଙ୍ଖଳା ସ୍ଥାପିତ ହୋଇଅଛି । ବୌଦ୍ଧରାଜାଙ୍କ ଶାସନକାଳରୁ ଗଙ୍ଗାବଂଶୀୟ ରାଜାଙ୍କ ଶାସନ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ସାମାଜିକ ସୁଖସ୍ୱଚ୍ଛନ୍ଦତାର ବୃଦ୍ଧି, ଜ୍ଞାନଚର୍ଚ୍ଚା ଓ ଧର୍ମାଲୋଚନା କେତେଦୂର ପର୍ଯ୍ୟନ୍ତ ହୋଇଥିଲା ତାହା ଇତିପୂର୍ବେ ବର୍ଣ୍ଣିତ ହୋଇଅଛି । ଯେଉଁ ଜାତୀୟ ସାହିତ୍ୟ ଯେଡ଼େ ଉନ୍ନତ ଓ ବଳ ବୀର୍ଯ୍ୟ ଯେଡ଼େ ପ୍ରଖର, ସେ ଜାତି ତେଡ଼ିକି ସଭ୍ୟ ଓ ଜଗତରେ ତେଡ଼ିକି ଆଦରଣୀୟ । ଗଙ୍ଗବଂଶୀୟଙ୍କ ଶାସନ କାଳରେ ଉତ୍କଳରେ ଯେଉଁମାନେ ଅଧିଷ୍ଠିଯ ଓ ସମାଜବଦ୍ଧ ହୋଇ ଏକଜାତିତ୍ୱରେ ପରିଣତ ହୋଇଥିଲେ, ସେମାନଙ୍କର ବଳ ବୀର୍ଯ୍ୟ ନିତାନ୍ତ ଊଣା ନ ଥିଲା । ଦୂର ଦକ୍ଷିଣସ୍ଥିତ କାଞ୍ଚୀ ପର୍ଯ୍ୟନ୍ତ ସେମାନଙ୍କର ଜୟପତାକା ଉଡ଼୍ଡୀନ ହୋଇଥିଲା । ଯେଉଁ ଦୁର୍ଦ୍ଦମ ପଠାଣଜାତୀୟ କେବଳ ସପ୍ତଦଶ ଅଶ୍ୱାରୋହିଙ୍କି ଦେଖି ବଙ୍ଗୀୟରାଜା ବାଡ଼ୀଦ୍ୱାର ବାଟେ ପଳାଇଥିଲେ ସେହି ପଠାଣଙ୍କୁ ଏମାନେ ବାରମ୍ବାର ପରାଭବ କରିଥିଲେ । ଜାତୀୟ ସାହିତ୍ୟର ମଧ୍ୟ ଅଙ୍କୁର ସ୍ବତଃ ଉଦ୍‌ଭୂତ ହୋଇଥିଲା । ପୋତଦ୍ୱାରା ଭିନ୍ନ ଭିନ୍ନ ଦେଶକୁ ଗମନାଗମନ କରୁଥିଲେ । ଊଣା ଅଧିକରେ ଦୈଶିକ ଓ ବୈଦେଶିକ ବାଣିଜ୍ୟ ମଧ୍ୟ ଚଳୁଥିଲା । ଦେଶ ଶାସନରେ ରାଜାମାନଙ୍କର ଏକାଧିପତ୍ୟ ଥିଲେ ସୁଦ୍ଧା ପଞ୍ଚବିଚାର ( ପଞ୍ଚାୟତ ) ରୀତି ପ୍ରଚଳିତ ଥିବାରୁ ଲୋକେ କେତେକ ଅଂଶରେ ସ୍ୱକୀୟ ଶାସନାଧିକାର ପ୍ରାପ୍ତ ହୋଇଥିଲେ । ରାଜାଏ ଯେଉଁ ରାଜସ୍ୱ ନେଉଥିଲେ, ପୁଜାଏ ମଧ୍ୟ ନାନା ଉପାୟରେ ସେଥିର