ପୃଷ୍ଠା:Odishara Itihas.pdf/୨୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଅଧ୍ୟାୟ

ରାଜାଙ୍କର ଆବାସ ଓ ଦରବାରସ୍ଥାନ ଥିଲା । ମୁସଲମାନମାନଙ୍କ ସମୟରୁ ଏପର୍ଯ୍ୟନ୍ତ ନଗରର ଦକ୍ଷିଣବର୍ତ୍ତୀ ଲାଲବାଗ ପ୍ରଧାନ ଦରବାର ଓ ପ୍ରଧାନତମ ରାଜପ୍ରତିନିଧିଙ୍କର ଆବାସଭୂମି ହୋଇଅଛି ଓ ବାରବାଟୀ ସୈନ୍ୟଙ୍କ ଆବାସ ଓ ସୌକର୍ଯ୍ୟାର୍ଥ ନିଯୋଜିତ ରହିଅଛି । ଗୋଟିକେତେ ଇଂରାଜଙ୍କ ନିର୍ମତ ସରକାରୀ ଗୃହ ଛଡ଼ା ଏଠାରେ ସୁରମ୍ୟ ଅଟ୍ଟାଳିକା ଦୃଷ୍ଟିଗୋଚର ହୁଅଇ ନାହିଁ । ଦେଶୀୟଲୋକଙ୍କ ଘରର ଅତିଅଳ୍ପ ସଂଖ୍ୟକ ଇଷ୍ଟକ ବା ପ୍ରସ୍ତର ନିର୍ମିତ । ଅଧିକା°ଶ ମୃତ୍ତିକାଗ୍ରଥିତ କୁଟୀରରେ ନଗର ପୂର୍ଣ୍ଣ ରହିଅଛି । ଇଂରାଜଙ୍କ ଯତ୍ନରୁ ନରାଜ ଓ ଯୋବରା ବନ୍ଧଦ୍ୱୟ ନିର୍ମିତ ହୋଇ ବର୍ତ୍ତମାନ ଏ ସ୍ଥାନର ବାଣିଜ୍ୟ କ୍ରମଶଃ ଦୁଦ୍ଧିକି ଲଭିବାର ଲକ୍ଷଣ ଦେଖାଯାଉଅଛି । ତିନିଦିଗରେ ନଦୀଦ୍ୱାରା ବେଷ୍ଟିତ ହୋଇ ଯେପରି ନଗରର ପ୍ରାକୃତିକ ଶୋଭା ବର୍ଦ୍ଧିତ ହୋଇଅଛି । ସେହିପରି ଏହା ଏକ ଭୟାବହ ଅବସ୍ଥାରେ ଅବସ୍ଥିତ ରହିଅଛି । ମର୍କଟକେଶରୀକୃତ ବନ୍ଧ ମରହଟାଙ୍କଦ୍ୱାରା ପୁନଃସଂସ୍କୃତ ହୋଇ ଏଥିର ତିନି ଦିଗରେ ରହି ନ ଥିଲେ ଏହା ଅଦ୍ୟାବଧି ନଦୀଦ୍ୱାରା ଧୌତ ନ ହୋଇ ରହିଥାନ୍ତା କି ନାହିଁ ସନ୍ଦେହ । ଏଥିର ଆୟତନ ବର୍ତ୍ତମାନ ୪ ବର୍ଗମାଇଲ ଓ ଲୋକସଂଖ୍ୟା ପ୍ରାୟ ୫୦ ସହସ୍ର ଅଟଇ । ଅଧିକାଂଶ ଅଧିବାସୀ ନିମ୍ନଶ୍ରେଣୀୟ ନିର୍ଦ୍ଧନୀ ଲୋକ ଅଟନ୍ତି ।
ପୁରୀ ଓଡ଼ିଶାର ଏକ ପୁରାତନ ନଗର ଅଟଇ । ବୌଦ୍ଧମାନଙ୍କ ସମୟରୁ ଏଥିର ଅସ୍ତିତ୍ୱ ଲକ୍ଷିତ ହୁଅଇ, କନ୍ତୁ ଗଙ୍ଗବଂଶୀୟ ରାଜାଙ୍କ ରାଜତ୍ୱ ସମୟରେ ଏଥିର ପ୍ରକୃତ ନଗରକୁ ସଞ୍ଜାତ ଓ ଗୌରବ ବର୍ଦ୍ଧିତ ହୋଇଅଛି । ସେଥି ପୂର୍ବେ ପୁରୀ କଦାପି ରାଜଧାନୀ କି ରାଜବାସୋପଯୋଗୀ ସ୍ଥାନରୂପେ ବ୍ୟବହୃତ ହୋଇ ନ ଥିଲା । ବର୍ତ୍ତମାନ ପୁରୀର ପ୍ରାଧାନ୍ୟ ଓ ମାହାତ୍ମ୍ୟ ଜଗନ୍ନାଥଙ୍କ ମନ୍ଦିର ଯୋଗୁଁ । ଏ ଦେବାଳୟ ୧୧୯୮ ମସିହାରେ ଗଙ୍ଗବଂଶୀୟ ରାଜା ଅନଙ୍ଗଭୀମଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏଠାରେ ଖୋର୍ଦ୍ଧା ରାଜବଂଶୀୟ ରାଜାମାନେ ବର୍ତ୍ତମାନ ରାଜବନ୍ଦୀରୂପେ ଅବସ୍ଥିତ କରନ୍ତି । କଲେକ୍ଟର ସାହେବଙ୍କର ଏଠାରେ ଏକ କଚେରୀ ଅଛି, ଏଥୁର ଅଧ୍ବବାସୀ ସଂଖ୍ୟା ୨୨ ସହସ୍ର ।
ବାଲେଶ୍ୱର ଓଡଶାର ସମସ୍ତ ପଧାନ ପ୍ରଧାନ ନଗରମାନ ସଂସ୍ଥାପିତ ହେଲା ଉତ୍ତାରୁ ସ୍ଥାପିତ ହୋଇଅଛି । ଇଂରାଜ, ଫରାସିସ, ଦୀନମାର ଓ ଡଚମାନେ ଇଉରୋପରୁ ଓଡଶାକୁ ବାଣିଜ୍ୟ କରିବା ନିମନ୍ତେ ଆସି ସପ୍ତଦଶ ଶତାବ୍ଦୀରେ ବାଣିଜ୍ୟ କୋଠିମାନ ଏହ ନଗରରେ ସଂସ୍ଥାପିତ କଲା ସମୟରୁ ଏ ନଗରର ପ୍ରୟୋଜନଶୀଳତା ବର୍ଦ୍ଧିତ ହୋଇଅଛି । ସେହି ସପ୍ତଦଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଏହି ନଗର