ପୃଷ୍ଠା:Odishara Itihas.pdf/୪୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱିତୀୟ ଅଧ୍ୟାୟ । ୨୧

ଥିବାର ଦେଖାଯାଏ; ଖୋର୍ଦ୍ଧାର ସମସ୍ତ ପାଇକମାନେ ପ୍ରାୟ ଏହି ଓଡ୍ରଜାତୀୟ । ଏମାନଙ୍କର ଆଧୁନିକ ନୀଚ ସାମାଜିକ ଅବସ୍ଥା ଓ ରାଜନୀତି ପ୍ରତି ଦୃଷ୍ଟିପାତ କଲେ, ଏମାନଙ୍କ ଧମନୀରେ ଅନାର୍ଯ୍ୟ ରକ୍ତର ପ୍ରାବଲ୍ୟ ସପ୍ରମାଣ ହୁଅଇ * । ମାତ୍ର ଏ ଦେଶକୁ ଆର୍ଯ୍ୟସୁତେ ଆସିବା ପୂର୍ବରୁ ଏଠାରେ ଏମାନଙ୍କର ବିଶେଷ ପ୍ରାଦୁର୍ଭାବ ଏତେଦୂର ବିସ୍ତୁତ ଥିବାର କୌଣସି ପ୍ରମାଣ ନାହିଁ । ବରଂ ଏକ ତାମ୍ରପଟାରୁ ଦେଖାଯାଏ ଯେ ମହାନଦୀ ପାର୍ଶ୍ୱବର୍ତ୍ତୀ ଦେଶ ଯଯାତିକେଶରୀଙ୍କ ସମୟରେ କୋଶଳ ନାମରେ ପରିଚିତ ଥିଲା । ସେ ଓଡ୍ରଦେଶରୁ ବିନିର୍ଗତ ଏକ ବ୍ରାହ୍ମଣକୁ କୋଶଳରେ ଭୂମି ଦାନ ଦେଇଥିଲେ । ସେଥିରେ ଓଡ଼୍ରଦେଶର ସୀମା ଆଧୁନିକ ଖୋର୍ଦ୍ଧାର ଅନ୍ତର୍ଭୂତ । ମଧ୍ୟ "ଓଡ଼ିଶା" ନାମ ଓଡ୍ରଦେଶରୁ ବାହାରି ଅଛି ଓ ବର୍ତ୍ତମାନ "ଓଡିଶା" ନାମରେ ଏପ୍ରଦେଶୀୟ ସାଧାରଣ ଲୋକେ ଖୋର୍ଦ୍ଦାକୁ ନିର୍ଦ୍ଦେଶ କରନ୍ତି ।

ପୁରୀଜିଲାରେ (ବିଶେଷତଃ ଖୋର୍ଦ୍ଦାରେ) ଓଡଙ୍କ ସଂଖ୍ୟା ୮୭ ସ‌ହସ୍ରରୁ ଅଧିକ; ଗଡ଼ଜାତରେ ୩ ସହସ୍ର; ବାଲେଶ୍ୱରରେ ନାହାନ୍ତି ପୁଣି କଟକଜିଲ୍ଲାରେ ମୁହ, ୨୦ ଜଣ ଓଡ ଅଛନ୍ତି ବୋଲି ବଙ୍ଗଲୋକସଂଖ୍ୟା ବିବରଣରେ ଲିଖିତ ଅଛି । ମାତ୍ର କଟକଜିଲାରେ ପ୍ରକୃତ ଓଡ଼୍ର ସଂଖ୍ୟା ଏତଦପେକ୍ଷା ଅଧିକ ଓ ସେମାନେ ଅଧିକାଂଶ ପ୍ରାୟ ବେଣାଟିଆ ଓଡ଼ଙ୍କ ଶ୍ରେଣୀଭୁକ୍ତ; କିନ୍ତୁ କୌଶଳକ୍ରମେ ସେମାନେ ହିନ୍ଦୁସମାଜର ଗଉଡ଼, ଭଣ୍ଡାରୀ ଓ ଅନ୍ୟାନ୍ୟ ନିକୃଷ୍ଟଜାତିଙ୍କ ଉପରେ କେତେକ ପରିମାଣରେ ପ୍ରଭାବ ଚଳାଇ ଓ ହିନ୍ଦୁଙ୍କ ସ‌ହବାସରେ ସ୍ୱ ସ୍ୱ ଆଚାର ନୀତିରେ କେତେକ ପରିବର୍ତ୍ତନ ଘଟାଇ, ମଧ୍ୟ ସ୍ଥଳେ ସ୍ଥଳେ ସମ୍ଭବତଃ ଶୂଦ୍ରଚଷାଙ୍କ ସଙ୍ଗେ ବନ୍ଧୁତା କରି, ଆପଣା ଆପଣାକୁ ବଡ଼ ଜାତି ବୋଲି ମଣନ୍ତି ଓ ପେଣ୍ଡକଳସା, ଦହିକଳସା ଓ ଶୂକରଲଛା ବୋଲି ଯେ ଆଉ ତିନିଜାତୀୟ ଓଡ଼ ଅଛନ୍ତି ସେମାନଙ୍କୁ ଅସ୍ପ‌ର୍ଶ୍ୟ ଜ୍ଞାନ କରନ୍ତି, ଏମନ୍ତ କି ଶୂଦ୍ରଚଷାଙ୍କୁ ସେମାନଙ୍କ ହାଳିକି ହୀନ ବୋଲି କ‌ହନ୍ତି । ସୁତରାଂ ହୁଏ ତ ଲୋକସଂଖ୍ୟାର ଗଣନ‌କାରମାନେ ସେମାନଙ୍କ ସାଧାରଣ ଏକ ଚଷା (ଶୂଦ୍ରଚଷା) ଶ୍ରେଣୀରେ ଭୁକ୍ତ କରିଅଛନ୍ତି । ଖୋର୍ଦ୍ଦା ଓଡ଼ମାନେ ବଶେଷରୂପେ ଓଡ଼ ବୋଲି ନିର୍ଦ୍ଦିଷ୍ଟ ଓ ସେମାନଙ୍କ ମଧ୍ୟରେ ଚାରିଜାତିର ପରସ୍ପରଙ୍କ ପ୍ରତି ଦେବାନେବା, ଖିଆପିଆ କୌଣସି ବିଷୟରେ କିଛି କୁସଂସ୍କାର ନାହିଁ ।

* ଏମାନଙ୍କ ହସ୍ତର ପାଣି ଅସ୍ୱର୍ଶ୍ୟ । ହିନ୍ଦୁଙ୍କ ପରି ଶବଦାହର ବିଶେଷ ବିଧି ନାହିଁ । ଧନସମ୍ପତ୍ତି ହେଲେ ସୁଦ୍ଧା ହାତର ପିତଳଖଡ଼ୁ ପରିବର୍ତ୍ତରେ ସୁନା ରୁପାର ଖଡ଼ୁ ପ୍ରଭୃତି ପିନ୍ଧିବା, ଅବିଧିଯୁକ୍ତ ଇତ୍ୟାଦି । କଟକଜିଲାର ଗର୍ବିତ ଓଡ଼ମାନେ ସୁଦ୍ଧା କଙ୍କଡା ଖାନ୍ତି । ଓଡ଼ିଶା ଶବ୍ଦ ବର୍ତ୍ତମାନ ଓଡ଼ିଶାରେ ଏକ ଘୃଣ୍ୟ ତିରସ୍ତାରବାଚକ ଶବ୍ଦ ଅଟେ ।