ପୃଷ୍ଠା:Odishara Itihas.pdf/୪୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱିତୀୟ ଅଧ୍ୟାୟ

ପ୍ରସିଦ୍ଧ କବି କାଳିଦାସ ପ୍ରଣୀତ ରଘୁବଂଶ ନାମକ ଗ୍ରନ୍ଥରେ ପଞ୍ଚମ ଓ ଦଶମ ଶତାବ୍ଦୀ ମଧ୍ୟ ଲିଖିତ କୌଣସି କୌଣସି ପୁରାଣରେ ଓ ତଦପେକ୍ଷା ଆଧୁନିକ ଗ୍ରନ୍ଥମାନଙ୍କରେ ଉତ୍କଳନାମର ଆଭାଷ ମିଲଇ । କିନ୍ତୁ କାଳିଦାସ ଲିଖିତ ଆଧୁନିକ ଓଡ଼ିଶାର ଉତ୍ତରବର୍ତ୍ତୀ ଓ ମେଦିନୀପୁରସ୍ଥ କଶାଇନ‌ଦୀର ଦକ୍ଷିଣବର୍ତ୍ତୀ କୌଣସି ସ୍ଥାନ ମଧ୍ୟରେ ନିର୍ଦ୍ଧଷ୍ଟ ଥିବାର ବୋଧ ହୁଅଇ । ପଞ୍ଚମ ଶତାବ୍ଦୀରେ ମହାନ‌ଦୀ ତୀରବର୍ତ୍ତୀ ଦେଶ କୋଶଳ ଓ ଖୋର୍ଦ୍ଦା ଅଞ୍ଚଳ ଉଡ୍ର ନାମରେ ଆଖ୍ୟାତ ଥିଲା । କେଶରୀ ବଂଶୀୟ ରାଜାଙ୍କଦ୍ୱାରା କ୍ଷେତ୍ରମାନ ସ୍ଥାପିତ ହେଲା ଉତ୍ତାରୁ ଏ ଦେଶ ଉତ୍କଳ ନାମରେ ପବିତ୍ର ଦେଶ ବୋଲି କୌଣସି କୌଣସି ପୁରାଣରେ ବିସ୍ତାରିତରୂପେ ବର୍ଣ୍ଣିତ ହୋଇଅଛି । ସମ୍ଭବତଃ ସଂସ୍କୃତ ଲେଖକମାନେ ଉତ୍କଳିଙ୍ଗର ସଂକ୍ଷିପ୍ତ ଉତ୍କଳ ନାମ ସମଗ୍ର ଦେଶଖଣ୍ଡ ପ୍ରତି ବ୍ୟବହାର କରିଥିଲେ । ମନୁସଂହିତାରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ୍ର ନାମର ନିର୍ଦ୍ଦେଶ ଯେରୁପେ ହୋଇଥିଲା, ତାହା ଇତିପୂର୍ବେ ଲିଖିତ ହୋଇଅଛି । ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀରେ ହୁଏନସାଂ ନାମକ ଚୀନ ପର୍ଯ୍ୟଟକ ଆପଣା ଭ୍ରମଣବୃତ୍ତାନ୍ତରେ ଓଡ୍ରଦେଶର ନାମ ବର୍ଣ୍ଣନା କରି ଏଥର ଯେଉଁ ପରିମାଣ ନିର୍ଦ୍ଦେଶ କରିଅଛନ୍ତି, ସେଥରୁ ଏହା ଆଧୁନିକ ଖୋର୍ଦ୍ଦା ଅଞ୍ଚଳ ସଙ୍ଗେ ପ୍ରାୟ ସମାନ ଥିବାର ଜଣାଯାଏ । ତଦନନ୍ତର ଗଙ୍ଗବଂଶୀୟ ରାଜାଙ୍କ ସମକାଳୀନ କପିଳସଂହିତାରେ ଓଡ୍ରଦେଶ (ଓଡ଼ଶା) ନାମ ଉତ୍କଳ ନାମ ସଙ୍ଗେ ଓ ତାତ୍କାଳିକ ସମସ୍ତ ଉତ୍କଳାଧୀଶ୍ୱରଙ୍କ ରାଜ୍ୟ ସଙ୍ଗେ ସମୀକୃତରୂପେ ବର୍ଣ୍ଣିତ ହୋଇଅଛି । ଏ ସବୁରୁ ମଧ୍ୟ ସ୍ପଷ୍ଟ ଜଣାଯାଏ ଯେ ଓଡ୍ରଜାତିରୁ ଓଡ୍ରଦେଶ ଓ ଓଡ଼ିଶା ନାମର ଉଭବ ହୋଇଅଛି । ମୁସଲମାନମାନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ଅମ୍ଭେମାନେ ସ୍ପଷ୍ଟ ସମଗ୍ର ଦେଶ ପ୍ରତି ଓଡ଼ିଶା ଶବ୍ଦର ବ୍ୟବହାର ସରକାରୀ କାଗଜପତ୍ରରେ ଅନ୍ୟାନ୍ୟ ଲେଖାରେ ହୋଇଥିବାର ଦେଖିବାକୁ ପାଉଁ ।

ଆର୍ଯ୍ୟ ଆଗମନ - ଅବଶେଷରେ ହିନ୍ଦୁନାମଧାରୀ ଆର୍ଯ୍ୟମାନେ ଆଦିମ ଅସଭ୍ୟ ଓଡ୍ରଙ୍କୁ ପରାଭବ କରି ଓଡିଶାରେ ହିନ୍ଦୁରାଜତ୍ୱ ସ୍ଥାପନ କଲେ । ଆଦିମ ଅସଭ୍ୟମାନେ କେତେକ ଓଡ୍ରଙ୍କ ସମୟରୁ ସମ୍ଭବତଃ ଓଡିଶାର ବନ ପର୍ବତ


  • ସକୀର୍ତ୍ତ୍ୱା କପିଣାଂ ସୈନ୍ୟୈର୍ବଦ୍ଧଦ୍ୱିରଦସେତୁଭିଃ ।

ଉତ୍କଳାଦର୍ଶିତପଥଃ କଳିଙ୍ଗାଭିମମୂଖୋ ଯ‌ଯୌ । ---ରଘୁବଂଶ । ।
$ ଖୋର୍ଦ୍ଦାର ବର୍ତ୍ତମାନ ପରିମାଣ ସଂଖ୍ୟା ୯୪୩ ମାଇଲ । ହୁଏନସାଂ ଓଡ୍ରର ପରିମାଣ ୧୧୫୦ ମାଇଲ ବୋଲି ଲେଖିଅଛନ୍ତି ।