ପୃଷ୍ଠା:Odishara Itihas.pdf/୪୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


Digitized by srujanika@gmail.com

ମଧ୍ୟକୁ ପଳାଇଥିଲେ । ଆଉ କେତେକ ଏହି ଆର୍ଯ୍ୟ ଆଗମନ ସମୟରେ ମଧ୍ୟ ପଳାୟନ କରିଥିବାର ଅନୁଭୂତ ହେଉଛି $। କେହି କେହି ରହିଯାଇ ହିନ୍ଦୁଙ୍କର ଦାସତ୍ୱ ସ୍ୱୀକାର କଲେ । ଓଡ୍ରମାନେ ସୁଦ୍ଧା ଆର୍ଯ୍ୟଙ୍କର ବଶୀଭୂତ ଓ ଆଜ୍ଞାବ‌ହ ହେଲେ । କେଉଁ ସମୟରୁ ଏ ଆର୍ଯ୍ୟମାନଙ୍କର ଓଡ଼ିଶାରେ ଅଧିକାର ସଂସ୍ଥାପନ ହେଲା, ଏ କଥା ସ୍ଥିର କରି କ‌ହିବା ଦୁଃସାଧ୍ୟ । କେହି କେହି ଖ୍ରୀଷ୍ଟପୂର୍ବ ଆଠଶତ ବର୍ଷରୁ ଓଡ଼ିଶାକୁ ଆର୍ଯ୍ୟ ଆଗମନର ସମୟ ଅନୁମାନ କରିଅଛନ୍ତି । ସେ ଯାହାହେଉ, ରାମାୟଣ ଓ ମହାଭାରତ ଲେଖା ହେବା ପୂର୍ବରୁ ଯେ ଆର୍ଯ୍ୟମାନେ ଓଡ଼ିଶାରେ ରାଜ୍ୟ ସଂସ୍ଥାପନ କରି ନଥିଲେ, ଏ ବିଷୟରେ ଆପତ୍ତି ଉତ୍ଥାପିତ ହୋଇନ‌ପାରେ । ବୌଦ୍ଧଧର୍ମ ସଙ୍ଗେ ସଙ୍ଗେ କେତେକ ଆର୍ଯ୍ୟସନ୍ତାନମାନେ ଆସିଥିଲେ । ଗୁପ୍ତବଂଶୀୟ ରାଜାଙ୍କ ଓଡ଼ିଶା ବିଜୟ ଉତ୍ତାରୁ ଆର୍ଯ୍ୟବଂଶଭବ ବ୍ରାହ୍ମଣ ଓ ଅନ୍ୟାନ୍ୟ ଜାତିଏ ବ‌ହୁସଂଖ୍ୟାରେ ଆଗମନ କରିଥିଲେ । ଓଡ଼ିଶାର ଉଚ୍ଚଶ୍ରେଣୀୟ ହିନ୍ଦୁମାନେ ଏହି ଆର୍ଯ୍ୟଙ୍କର ସନ୍ତାନ ସନ୍ତ‌ତି । ମଧ୍ୟ ଏସିଆ ଏମାନଙ୍କ ଆଦିମ ବାସଭୂମି । ଇଙ୍ଗ୍ରାଜ, ଜର୍ମାନ,ଫରାସିସ୍, ରୋମନ, ଗ୍ରୀକ, ରୁଷ, ପାରସିକ ପ୍ରଭୃତି କେତେକ ପାଶ୍ଚାତ୍ୟ ଜାତିଙ୍କର ସେମାନେ ପୂର୍ବପୁରୁଷ ଅଟନ୍ତି ।

ମାଦଳା ପାଞ୍ଜି ଓ ଓଡ଼ିଶାର ଔପନ୍ୟାସିକ ରାଜାଗଣ - ଓଡ଼ିଶାର ପୂର୍ବତନ ଇତିହାସ ସଂଗ୍ରହ କରିବା ବିଷୟରେ ଜଗନ୍ନାଥ ମନ୍ଦିରରେ ରକ୍ଷିତ ହୋଇଥିବା ମାଦଳାପାଞ୍ଜି ନାମକ ପଞ୍ଜିକା ବିଶେଷ ସାହାଯ୍ୟକାରୀ ଅଟଇ । ସେଥିରେ ଓଡ଼ିଶା ରାଜାମାନଙ୍କର ଦୈନିକ ଇତିବୃତ୍ତି ସଂକଳିତ ହୋଇଅଛି । ପ୍ରାୟ ତ୍ରୟୋଦଶ ଶତାବ୍ଦୀରୁ (ଯେଉଁ ସମୟରୁ କି ଗଙ୍ଗବଂଶୀୟ ରାଜାମାନେ ଓଡ଼ିଶାରେ ରାଜପଣ କରୁଥିଲେ ।) ଏ ପଞ୍ଜିକାରେ ଆରବ୍‌ଧ ହୋଇଥିବାର ଏଥିର ଭାଷା (ଓଡ଼ିଆ) ଓ ଲିଖନରୀତିରୁ ପ୍ରତୀୟମାନ ହେଉଅଛି । କିନ୍ତୁ ମାଦଳାପାଞ୍ଜି ଲେଖକମାନେ କଳିଯୁଗ ଆରମ୍ଭରୁ ରାଜାମାନଙ୍କ ନାମ ନିର୍ଦ୍ଦେଶ କରିବା ବିଷୟରୁ ସଙ୍କୁଚିତ ହୋଇ ନାହାନ୍ତି । ଖ୍ରୀ:ପୂ: ୩୧୦୧ ବର୍ଷରୁ ଖ୍ରୀଷ୍ଟାବ୍ଦ ବର୍ଷ ପର୍ଯ୍ୟନ୍ତ ୧୪ ଜଣ ରାଜା ଓଡ଼ିଶାରେ ରାଜତ୍ୱ କରିଥିବାର ଲିଖିତ ହୋଇଅଛି । ତଦନନ୍ତର ଖ୍ରୀଷ୍ଟାବ୍ଦ ୭୮ ବର୍ଷରୁ ଖ୍ରୀଷ୍ଟାବ୍ଦ ୪୭୪ ବର୍ଷ ପର୍ଯ୍ୟନ୍ତ ସାତ ଜଣ ନରପତି ଓ ଯବନମାନେ ଓଡ଼ିଶା ରାଜ୍ୟ ଭୋଗ କରିଥିବାର ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ଉଲ୍ଲିଖିତ ରାଜାଙ୍କ


$ ଗଡ଼ଜାତର ମୋଟ ଅଧିବାସିସଂଖ୍ୟାର ଏମାନେ ପ୍ରାୟ ଏକ ଚତୁର୍ଥାଂଶ ହେବେ ।