ପୃଷ୍ଠା:Odishara Itihas.pdf/୭୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୩
ତୃତୀୟ ଅଧ୍ୟାୟ ।
ହିନ୍ଦୁଧର୍ମାବଲମ୍ବିଙ୍କର ଚେଷ୍ଟା ସ୍ଥକିତ ରହି ନ ଥିଲା । ବୁଦ୍ଧ, ଧର୍ମ ଓ ସଂଘ ନାମକ ତିନି ମୂର୍ତ୍ତି ବୌଦ୍ଧଙ୍କର ଉପାସ୍ୟ ଥିଲେ । ବଳଭଦ୍ର ଓ ସୁଭଦ୍ରା ନାମକ ଆଉ ଦୁଇ ମୂର୍ତ୍ତି ସୁଦ୍ଧା ହିନ୍ଦୁମାନେ ସୃଷ୍ଟି କରି ବୌଦ୍ଧଙ୍କ ମତ ସଙ୍ଗେ ଅଧିକ ସାମଞ୍ଜସ୍ୟ ରକ୍ଷା କଲେ । ଯଯାତି ତାଙ୍କର ଏହି କାର୍ଯ୍ୟ ସକାଶେ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଆଖ୍ୟା ପ୍ରାପ୍ତ ହୋଇ ଲୋକରେ ସମ୍ମାନିତ ହୋଇଥିଲେ ।
ମହାନଦୀ ଓ ବିରୂପାର ମଧ୍ୟବର୍ତ୍ତୀ ଚଉଦୁଆର ନଗର ଜନ୍ମେଜୟଙ୍କଦ୍ୱାରା ସ୍ଥାପିତ ହୋଇଥିବାର ଏଥିପୂର୍ବେ ଲିଖିତ ହୋଇଅଛି । ଯଯାତିଙ୍କ ରାଜତ୍ବକାଳରେ ସେ ନଗର ହୀନଶ୍ରୀ ନ ଥିଲା । ମାତ୍ର ଯ‌ଯାତିକେଶରୀ ଯାଜପୁରଠାରେ ରାଜଧାନୀ ସ୍ଥାପିତ କରିଥିଲେ । ସେଠାରେ ଚତୁର୍ଦ୍ୱାରବିଶିଷ୍ଟ ଏକ ରାଜପ୍ରାସାଦ ତାଙ୍କ ଆଜ୍ଞାରେ ନିର୍ମିତ ହୋଇଥିଲା । ସେଥିର ଭଗ୍ନାବଶେଷ ଆଜିକାଲି ଆଉ ଦୃଷ୍ଟିଗୋଚର ହୁଅଇ ନାହିଁ *। ଯାଜପୁରର ଦଶାଶ୍ୱମେଧ ଘାଟ ଯଯାତିଙ୍କ ସମୟର ଏକ ଅତି ପ୍ରାଚୀନ କିର୍ତ୍ତି ଅଟଇ ő। ଖଣ୍ଡଗିରିର ଅନତିଦୂରରେ ବୌଦ୍ଧଙ୍କର ପ୍ରାଦୁର୍ଭାବ ଦମନ କରିବା ଅଭିପ୍ରାୟରେ ଭୁବନେଶ୍ୱରର ସୁପ୍ରକାଣ୍ଡ ବଡ଼ ଦେଉଳର ମୂଳପତ୍ତନୀ ଯଯାକେଶରୀଙ୍କ ରାଜତ୍ୱର ଅନ୍ୟତର ପ୍ରଧାନ କାର୍ଯ୍ୟ ।
। କଥିତ ଅଛି ଯଯାତିକେଶରୀ ରାଜ୍ୟଶାସନ ଆରମ୍ଭ କରିବା ସମୟରେ ବୌଦ୍ଧଧର୍ମ ପ୍ରଭାବରୁ ବେଦଜ୍ଞ ଓ ଶାସ୍ତ୍ରୋଚିତ ଆଚାରବିଶିଷ୍ଟ ବ୍ରାହ୍ମଣ ଓଡ଼ିଶାରେ ଦୁଷ୍ପ୍ରାପ୍ୟ ଦେଖି ସତ୍କର୍ମଶୀଳ ଦଶସହସ୍ର ବ୍ରାହ୍ମଣଙ୍କୁ କାନ୍ୟକୁବ୍‌ଜରୁ ନିମନ୍ତ୍ରଣ କରି ଅଣାଇଲେÞ । ସେ ସମୟରେ ଉତ୍ତରଭାରତବର୍ଷର ଚତୁର୍ଦ୍ଦିଗରେ ଶୈବଧର୍ମ
* ରାଜପ୍ରାସାଦ ଓ ଅନ୍ୟାନ୍ୟ କେତେକ ମନ୍ଦିର ଥିବା ସ୍ଥାନରେ ବର୍ତ୍ତମାନ ଯାଜପୁରର ସରକାରୀ କଚେରୀ ଘରମାନ ପ୍ରସ୍ତୁତ ହୋଇଅଛି । ő ଏହିଠାରେ ଅଦ୍ୟାବଧି ନରକରୁ ଉଦ୍ଧାର ପାଇବା ଆଶାରେ ହିନ୍ଦୁମାନେ ଗୋଦାନ କରନ୍ତି । ଏଥିଦ୍ୱାରା ଯାଜପୁର ବ୍ରାହ୍ମଣମାନଙ୍କର ମଧ୍ୟ କିଛି କିଛି ଅର୍ଥ ଲାଭ ହୁଅଇ ।

Þ କନୌକଦେଶାତ୍ ସ୍ୱୟମାହୁତା ଯେ ଦଶାଶ୍ୱମେଧାୟ ପୁରାବିଧାତ୍ରା ।
ମର୍ତ୍ତ୍ୟସ୍ଥିତାଃ ସ୍ୱର୍ଗଗତାଶ୍ଚ ବିପ୍ରା ସ୍ତେଭ୍ୟୋ ଦିଜେଭ୍ୟଃ ପ୍ରଦଦାମିଚାର୍ଘ୍ୟ"

,

Tradition


ବୌଦ୍ଧଧର୍ମର ପ୍ରାଦୁର୍ଭାବରେ କନୌଜ ବ୍ରାହ୍ମଣମାନେ ହୀନତାକୁ ଲଭି ନ ଥିଲେ । ବଙ୍ଗଦେଶର ରାଜା ଆଦିଶୂର ଦଶମ ଶତାବ୍ଦୀରେ ସେହିଠାରୁ ଉତ୍ତମ ଶାସ୍ତ୍ରଜ୍ଞ ବ୍ରାହ୍ମଣ ଅଣାଇଥିଲେ ।