ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୭
ତୃତୀୟ ଅଧ୍ୟାୟ ।
ଲୋହଦଣ୍ଡମାନ* ମନ୍ଦିର ମଧ୍ୟରେ ଛତ ଦେହରେ ବବ୍ୟହୃତ ହୋଇଅଛି । କାନ୍ଥ ପ୍ରସ୍ତରମାନଙ୍କୁ ପରସ୍ପର ସଂଯୁକ୍ତ କରିବାର ଯେଉଁ ଯେଉଁ ଠାରେ ଆବଶ୍ୟକତା ଘଟିଅଛି, ସେହି ସେହି ସ୍ଥାନମାନଙ୍କରେ ବାରିଆ (ଲୌହବନ୍ଧନୀ) ଶିଳ୍ପକାରମାନେ ବ୍ୟବହାର କରିଅଛନ୍ତି । ବିଶେଷ କୌଣସି ଚୂନ ସୁରକୀ ମସଲାଦ୍ୱାରା ମନ୍ଦିର ପ୍ରସ୍ତରମାନ ସଂଯୁକ୍ତ ହୋଇ ନାହିଁ; କେବଳ ଚୂନ ସାହାଯ୍ୟରେ ଏକ ପ୍ରସ୍ତର ଉପରେ ଅନ୍ୟ ପ୍ରସ୍ତର ଘଷା ହୋଇ ବସିଅଛି । କିନ୍ତୁ ବର୍ତ୍ତମାନ ସେ ଚୂନର କୌଣସି ନିଦର୍ଶନ ଦେଖାଯାଏ ନାହିଁ । ଭୂବନେଶ୍ୱର ଦେଉଳ ନିର୍ମାଣରେ ରଙ୍ଗବାଲି ଓ ଅକର୍ମଶିଳା ପ୍ରସ୍ତରମାନ ବ୍ୟବହୃତ ହୋଇଅଛି । ଯେଉଁଠାରେ ମୂର୍ତ୍ତିପ୍ରଭୃତି ଖୋଦିତ ଓ ପ୍ରସ୍ତୁତ ହେବାର ଅବଶ୍ୟକତା ଘଟିଅଛି, ସେହି ସେହି ଠାରେ ମୁଗୁନିପଥର ବ୍ୟବହାରରେ ଲାଗିଅଛି । ମନ୍ଦିରର ଆପାଦମସ୍ତକ ଖୋଦିତ କହିଲେ ଅତ୍ୟୁକ୍ତି ହୁଅଇ ନାହିଁ । ବଡ଼ଦେଉଳର ବହିର୍ଦ୍ଦିଗର ତିନି ପାର୍ଶ୍ୱରେ ଗଣେଶ, କାର୍ତ୍ତିକ ଓ ଭଗବତୀଙ୍କର ଯେଉଁ ପ୍ରସ୍ତରଖୋଦିତ ମୂର୍ତ୍ତିତ୍ରୟ ସ୍ଥାପିତ ହୋଇଅଛି ଏବଂ ଦେଉଳ ମଧ୍ୟରେ ଓ ବିଳାସମାନଙ୍କରେ ଯେଉଁ ମୁନି, ତପସ୍ୱୀ, ବିଦ୍ୟାଧ୍ୟାପକ, ସୈନ୍ୟ, ସାମନ୍ତ, ନର୍ତ୍ତକ, ନର୍ତ୍ତକୀ, ଗାୟକ, ବାଦକ, ହସ୍ତୀ, ଅଶ୍ୱ ପ୍ରଭୃତିର ପ୍ରତିମୂର୍ତ୍ତିମାନ ଓ ନାନାପ୍ରକାର ଫୁଲ, ଲତା, ଯୁଦ୍ଧାସ୍ତ୍ର, ବାଦ୍ୟଯନ୍ତ୍ର ଖୋଦିତ ହୋଇଅଛି ସେ ସବୁ ଦେଖିଲେ ଚମତ୍କୃତ ହେବାକୁ ହୁଏ ଏବଂ ଓଡ଼ିଶା ତ୍ୟାଗ କରି କେଉଁ ଦିଗକୁ ବର୍ତ୍ତମାନ ସେ ଶିଳ୍ପକାରମାନେ ପଳାୟନ କଲେ ଏହି କଥା ଚିନ୍ତା କରି ଚକ୍ଷୁ ଅଶ୍ରୁବିସର୍ଜ୍ଜନ କରେ । ଉଲ୍ଲିଖିତ ପ୍ରତିମୂର୍ତ୍ତିମାନ ଏପରି ପ୍ରକୃତଭାବରେ ଖୋଦିତ ହୋଇଅଛି ଯେ ବର୍ତ୍ତମାନ ସେ ସମସ୍ତ ଦେଖିଲେ, ଜୀବିତ ପ୍ରାଣପୁଞ୍ଜ ଏବଂ ସ୍ୱର୍ଣ୍ଣରୌପ୍ୟର ଅଳଙ୍କାରଚୟ ଓ ଯୁଦ୍ଧ ଅସ୍ତ୍ରଶସ୍ତ୍ରାବଳୀ ଏବଂ ସଙ୍ଗୀତଯନ୍ତ୍ରମାନ ଅଭିଶପ୍ତ ହୋଇ ପ୍ରସ୍ତରୀଭୂତ ହୋଇଥିବା ପ୍ରାୟ ପ୍ରତ୍ୟକ୍ଷୀଭୂତ ହୁଅନ୍ତି । ଜନୈକ ବଙ୍ଗୀୟ ପୁରାତତ୍ତ୍ୱବିତ୍ତ ଏ ସମସ୍ତ କାର୍ଯ୍ୟ ପରୀକ୍ଷା କରି ଏହି ଉପସଂହାରରେ ଉପସ୍ଥିତ ହୋଇଅଛନ୍ତି ଯେ ଭୁବନେଶ୍ୱରସ୍ଥ ଭିନ୍ନ ଭିନ୍ନ ମନ୍ଦିରର ଉତ୍କଳବଟାଳିଖୋଦିତ ପ୍ରତିମୂର୍ତ୍ତିମାନ କୌଣସି କୌଣସି ବିଷୟରେ ଗ୍ରୀସ୍, ରୋମ, ମିସର, ବାବିଲୋନ ପ୍ରଭୃତି ଅନ୍ୟାନ୍ୟ ସ୍ଥାନମାନଙ୍କର ଖୋଦିତ ପ୍ରତିମୃର୍ତ୍ତିଚୟ ଅପେକ୍ଷା ଉତ୍କୃଷ୍ଟକର । ଭୁବନେଶ୍ୱରଦେଉଳ ଉତ୍କଳଦେଶର ପଞ୍ଚମ, ଷଷ୍ଠ ଓ ସପ୍ତମ ଶତାବ୍ଦୀର ଉନ୍ନତ* ତାଳଚେର ଓ ଅନ୍ୟାନ୍ୟ କୌଣସି କୌଣସି ଗଡ଼ଜାତ ସମ୍ଭବତଃ ଲୌହ ପ୍ରଦାନ କରୁଥିଲା ।
ମୁଗୁନିପଥର ସମ୍ଭବତଃ ନୀଳଗିରି ଗଡ଼ରୁ ଆନୀତ ହୋଇଥିଲା ।