ପୃଷ୍ଠା:Odishara Itihas.pdf/୮୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୫୯

ତୃତୀୟ ଅଧ୍ୟାୟ ।

ସମୟରେ ଚିଲିକାହ୍ରଦ ଓଡ଼ିଶାର ଏକ ପ୍ରଧାନ ବନ୍ଦର ଥିଲା ଓ ଚିଲିକା ଦେଇ ଦେଶ ବିଦେଶକୁ ଅର୍ଣ୍ଣବପୋତ ଯାତାୟତ କରୁଥିଲ। ।
କେଶରୀବଂଶୀୟ ଶେଷ ଚାଳିଶଜଣ ରାଜା- ଲ‌ଲାଟେନ୍ଦୁଙ୍କ ଉତ୍ତାରୁ ଆଉ ଚାଳିଶଜଣ କେଶରୀବଂଶୀୟ ଅପ୍ରସିଦ୍ଧ ଭୂପତି ଓଡ଼ିଶା ସିଂହାସନ ଆରୋହଣ କରିଥିଲେ । ସେମାନଙ୍କୁ ନାମର ନିର୍ଘଣ୍ଟ ପରିଶିଷ୍ଟରେ ପ୍ରକାଶିତ ହେବ । ସେମାନଙ୍କର ରାଜତ୍ୱ ସମୟରେ ବିଶେଷ କୌଣସି ଘଟଣା ଘଟିଥିବାର ଲିଖିତ ନାହିଁ । କେବଳ ସେମାନଙ୍କ ମଧ୍ୟରୁ ଜଣକେତେ ନୃପତିଙ୍କର ସାଧାରଣ କାର୍ଯ୍ୟ ବିଷୟରେ ଏହିପରି ବର୍ଣ୍ଣିତ ଅଛି ଯେ, କୁଣ୍ଡଳକେଶରୀ (୮୧୧ -୮୨୯ ) ପୁରୀ ନଗରସ୍ଥ ମାର୍କଣ୍ଡେଶ୍ୱର ଦେଉଳ ନିର୍ମାଣ କରିଥିଲେ; ସମରପ୍ରିୟ ରାଜା ନୃପକେଶରୀଙ୍କଦ୍ୱାରା (୯୪୧-୯୧୩ ) କଟକ ନ‌ଗରୀ ସଂସ୍ଥାପିତ ହୋଇଥିଲା; ମର୍କଟ ବା ମର୍କରକେଶରୀ (୯୫୩-୯୬୧) କଟକର ଉତ୍ତର ପଶ୍ଚିମ ଓ ଦକ୍ଷିଣସ୍ଥିତ ମହାନ‌ଦୀ ଓ କାଠ‌ଯୋଡ଼ି କୂଳେ କୂଳେ ପଥରବନ୍ଧ ପ୍ରସ୍ତୁତ କରାଇଥିଲେ; କଟକର ଦକ୍ଷିଣବର୍ତ୍ତୀ ସାରଙ୍ଗଗଡ଼ ପରିଖା ମହାଦେବକେଶଙ୍କୀଦ୍ୱାରା (୯୭୧-୯୮୯ ) ନିର୍ମିତ ହୋଇଥିଲା; ମତ୍ସ୍ୟକେଶରୀ (୧୦୩୪-୧୦୫୦ ) ପୁରୀ ଅଠରନଳା ଘାଟ ବନ୍ଧାଇଥିଲେ । ଆହୁରି କଥିତ ଅଛି ଯେ ସାଲିନୀକେଶରୀଙ୍କ ରାଣୀ (୧୦୯୯-୧୧୦୪) ଭୁବନେଶ୍ୱର ଦେଉଳର ନାଟମନ୍ଦିର ପ୍ରସ୍ତୁତ କରାଇ ଦେଇଥିଲେ । କେଶରୀ ବଂଶସମ୍ଭୁତ ଉଦୟକେଶରୀ ନାମକ ଜଣକର ମାତା ଭୁବନେଶ୍ୱରର ମୁଖଶାଳା ଦେଉଳ ନିର୍ମାଣ କରାଇଥିବାର 'ଭୁବନେଶ୍ୱରମନ୍ଦିରସ୍ଥ ଏକ ଖୋଦିତଲିପିରୁ ପ୍ରକାଶିତ ହୋଇଅଛି ।
ପାଳବଂଶୀୟ ରାଜାମାନେ (୭୦୦୦-୯୦୦) ଦୁଇଶ ବର୍ଷ କାଳ ବଙ୍ଗଦେଶରେ ପ୍ରଭୂତ କ୍ଷମତା ବିସ୍ତାର କରି ରାଜତ୍ୱ କରିଥିଲେ । ସେମାନେ ସମସ୍ତେ ବୌଦ୍ଧଧର୍ମାବଲମ୍ବୀ ଥିଲେ । କଥିତ ଅଛି ସେମାନଙ୍କ ମଧ୍ୟରୁ ବିଶାଳ କ୍ଷମତାଶାଳୀ ଦେବପାଳ ଓ ମହୀପାଳ ନାମକ ଦୁଇ ରାଜା ସେମାନଙ୍କ ସମକାଳୀନ ଓଡ଼ିଶାର ରାଜାଙ୍କୁ ନିଜ ନିଜ ଅଧୀନତା ସ୍ୱୀକାର କରାଇଥିଲେ ।
ବଙ୍ଗଦେଶର ସେନବଂଶୀୟ ଆଦିରାଜା ଶୂରସେନ ବା ଆଦିଶୂର ଯେ କି ୯୬୪ ଖ୍ରୀଷ୍ଟାବ୍ଦରେ ସିହାଂସନ ଆରୋହଣ କରିଥିଲେ, ବଙ୍ଗଦେଶରେ ଶାସ୍ତ୍ରଜ୍ଞ ଓ ବେଦବେଦାଙ୍ଗକୁଶଳ ବ୍ରାହ୍ମଣମାନଙ୍କର ଅଭାବ ଦେଖି ପ୍ରଥମେ ଓଡ଼ିଶାରୁ ବୈଦିକ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଘେନି ଗଲେ, କିନ୍ତୁ ଓଡ଼ିଶାରୁ ନିମନ୍ତ୍ରିତ ହୋଇ ଯାଇଥିବା ବ୍ରାହ୍ମଣମାନେ ବଙ୍ଗାଧିପତିଙ୍କର ମନୋଗତ ନ ହେବାରୁ ପୁଣି କାନ୍ୟକୁବ୍‌ଜରୁ ସେ ପାଞ୍ଚଜଣ ବ୍ରାହ୍ମଣ ନିମନ୍ତ୍ରଣ କରି ଅଣାଇଲେ । ଓଡିଶା