ପୃଷ୍ଠା:Odishara Itihas.pdf/୮୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୬
ଓଡ଼ିଶାର ଇତିହାସ ।

ପଶୁ, ପକ୍ଷୀ ଓ ମନୁଷ୍ୟଙ୍କର ଅନେକ ଖୋଦିତ ପ୍ରତିମୂର୍ତ୍ତି ପୂର୍ବକାଳରେ ବ୍ୟବହାର କରୁଥିଲେ । ମନ୍ଦିରଚୟର ବହିର୍ଭାଗରେ ଏମାନ ସ୍ଥାପିତ ହୋଇଅଛି, କିନ୍ତୁ ସମସ୍ତ ଅନ୍ତରଭାଗ ଚୂନ‌ଦ୍ୱାରା ଚିକ୍କଣୀକୃତ ।
ଯେଉଁ ଲତା ଓ ପୁଷ୍ପମାନ ଭୁବନେଶ୍ୱର ଦେଉଳଚୟରେ ଖୋଦିତ ହୋଇଅଛି, ସେମାନ ଅଲୌକିକ ଶୋଭାଧାରଣ କରି ଆଜି ପର୍ଯ୍ୟନ୍ତ ବିରାଜମାନ ରହିଅଛି । ସେଥିରେ ଉତ୍କଳ ବଟାଳୀର ଓ ଶିଳ୍ପକାରଙ୍କ ହସ୍ତର ବିଶେଷ ସୁକ୍ଷ୍ମତା ପରିଦୃଷ୍ଟ ହୁଏ । ସିଂହ, ଗଜ, ଅଶ୍ୱ, ବାନର ପ୍ରଭୃତି ପଶୁ ଓ ଅସଂଖ୍ୟ ପକ୍ଷିମାନଙ୍କର ଯେଉଁ ପ୍ରତିମୂର୍ତ୍ତିଚୟ ଖୋଦିତ ହୋଇଅଛି, ସେ ସବୁ ଦେଖିଲେ ଆଦୌ ଚମତ୍କୃତ ହେବାକୁ ହୁଏ । ପ୍ରକୃତି ପରା ଅବିକଳ ବନ ପାହାଡ଼ ମଧ୍ୟରୁ ଆନୀତ ହୋଇ ମନ୍ଦିରମାନଙ୍କରେ ଚିତ୍ରିତ ହୋଇଅଛି । ପଶୁପକ୍ଷୀଚୟ ଯେ ଯାହା ଅପଣା ଉପଯୁକ୍ତ ପରିମାଣରେ ଖୋଦିତ ହୋଇ ଥିବାର ବୋଧ ହୁଅଇ । କେବଳ ସିଂହ କାଳ୍ପନନିକରୂପେ ଗଠିତ; ବରଂ ଉଦୟଗିରିର ସିଂହ କେତେକ ପରିମାଣରେ ପ୍ରାକୃତିକ । ଭୁବନେଶ୍ୱର ଦେଉଳମାନ ଗଠିତ ହେବା ସମୟକୁ ଓଡ଼ିଶାରୁ ସିଂହ ଲୁପ୍ତ ହୋଇଥିଲା । ତତ୍କାଳୀନ ଓଡ଼ିଆମାନେ ସିଂହ ଆଦୌ ଦେଖି ନ ଥିଲେ, ସୁତରାଂ ସିଂହକୁ ଏକ କିମ୍ଭୁତ କିମାକାର ମୂର୍ତ୍ତି ପ୍ରଦାନ କରିଥିଲେ । ମନୁଷ୍ୟମାନଙ୍କର ଗଠନ ଯେ ଭୁବନେଶ୍ୱର ଖୋଦିତ ମୂର୍ତ୍ତିମାନଙ୍କରେ ସ୍ୱାଭାବିକ ହୋଇଅଛି, ଏ କଥା କହିବା ବାହୁଲ୍ୟ । ଯେଉଁମାନେ ସେ ମୂର୍ତ୍ତିମାନ ଦେଖିଅଛନ୍ତି ଓ ସେମାନଙ୍କ ଦେହରେ ବସ୍ତ୍ର ଅଳଙ୍କାରାଦି କିରୂପେ ଖୋଦିତ ହୋଇଅଛି ସେ ସବୁ ପ୍ରତି ମନୋଯୋଗ ଦେଇଅଛନ୍ତି, ସେମାନେ ଓଡିଶା ଶିଳ୍ପିଙ୍କର ପ୍ରସ୍ତରଶିଳ୍ପରେ ଚୂଡ଼ନ୍ତ ଉନ୍ନତି ଲଭିଥିବା ବିଷୟ ଆଉ ମୂହୂର୍ତ୍ତକ ସକାଶେ ସନ୍ଦେହ କରିବେ ନାହିଁ । ଯାଜପୁର ଓ ଭୁବନେଶ୍ୱରରେ ଶାଢ଼ୀ, ଛିଟବସ୍ତ୍ର, ଟୋପର (ମୁକୁଟ), ଉଷ୍ଣୀଷ ଓ ନାନାପ୍ରକାର ବାଦ୍ୟଯନ୍ତ୍ର ଏବଂ ଅସ୍ତ୍ରଶସ୍ତ୍ରାବଳୀ ଯେଉଁ ପ୍ରକାର ସୂକ୍ଷ୍ମତା, ଚାତୁର୍ଯ୍ୟ ଓ ଚାରୁତାର ସହିତ ଖୋଦିତ ହୋଇଅଛି ସେ ସବୁ ଦେଖିଲେ ଓ ଚିନ୍ତା କଲେ ଚିତ୍ତ ସ୍ତମ୍ଭୀଭୁତ ହୁଏ । ଯେଉଁ ଶିଳ୍ପକାରମାନେ ଓଡ଼ିଶାରେ ଶିଳ୍ପୋନ୍ନତିର ଏପରି ଚୂଡ଼ାନ୍ତ ଉଦାହରଣମାନ ଏକ ସମୟରେ ଦେଖାଇଥିଲେ, ବର୍ତ୍ତମାନ ସେମାନେ ମୂହୂର୍ତ୍ତକ ସକାଶେ ଓଡ଼ିଶାର ଦୁରବସ୍ଥା ଦେଖିବା ନିମନ୍ତେ ମର୍ତ୍ତ୍ୟକୁ ଆଗମନ କଲେ, ଉଷ୍ଣଶ୍ୱାସ ନିଷେପ ନ କରି ରହି ପାରନ୍ତେ ନାହିଁ । ଏତଦ୍ୱାରା ବର୍ଣ୍ଣିତ ପୂର୍ବକାଳର ଶିଳ୍ପକାର୍ଯ୍ୟରେ ଯେ ମୃଣୁ ଭ୍ରମ ଭ୍ରାନ୍ତି ନ ଥିଲା, ଏ କଥା କହିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେ । ଶିଳ୍ପଶାସ୍ତ୍ରର ନିୟମାନୁସାରେ ଓଡିଶାର ମୂର୍ତ୍ତିମାନ ଗଠିତ