ଓ ଖୋଦିତ ହୋଇଥିଲା । ସ୍ୱଭାବକୁ ସର୍ବତ୍ର ସେମାନେ ଅନୁକରଣ କରି ନ ଥିଲେ । ସୁତରାଂ ଅନେକ ମୁର୍ତ୍ତି ନିତାନ୍ତ କାଳ୍ପନିକ ସୁଦ୍ଧା ହୋଇଅଛି । ଗୋଟିଏ ଗୋଟିଏ ମୁର୍ତ୍ତିରେ ସୌନ୍ଦର୍ଯ୍ୟର ପରାକାଷ୍ଠା ଦେଖାଇବା ପାଇଁ ଚେଷ୍ଟା କରି ସେସବୁକୁ ସ୍ଥଳେ ସ୍ଥଳେ ଅସୁନ୍ଦର ଓ ଅସୌଷ୍ଟବଯୁକ୍ତ କରିଅଛନ୍ତି । ଆଉ ଗୋଟିଏ ବିଷୟରେ ଓଡ଼ିଶା ଶିଳ୍ପକାରଙ୍କର ମନ୍ଦରୁଚି ପ୍ରକାଶ ପାଇଅଛି । ମନ୍ଦିରର ସ୍ଥାନ ସ୍ଥାନରେ ଯେ ଅଶ୍ଳୀଳ ମୂର୍ତ୍ତିମାନ ସ୍ଥାପିତ ହୋଇଅଛି, ସେସବୁ ଦୃଷ୍ଟିକଟୁ ଦୋଷରେ ଦୂଷିତ ଓ ସେମାନ ମନ୍ଦରୁଚିର ପରିଚାୟକ ମାତ୍ର ।
କେବଳ ପ୍ରସ୍ତରଣିଳ୍ପରେ ଯେ ଓଡ଼ିଶା ଶିଳ୍ପୀମାନେ ଚୂଡ଼ନ୍ତ ଉନ୍ନତି ଲଭିଥିଲେ ଏମନ୍ତ ନୁହେଁ । କାଷ୍ଠଶିଳ୍ପରେ ସୁଦ୍ଧା ସେମାନଙ୍କର ଉନ୍ନତି ଊଣା ନ ଥିଲା । ପୂର୍ବକାଳର କାଷ୍ଠନିର୍ମିତ କାର୍ଯ୍ୟମାନ ଅଦ୍ୟାବଧି ରକ୍ଷିତ ହୋଇ ନାହଁ, ତଥାପି ଭୁବନେଶ୍ୱର ବଡ଼ଦେଉଳ ଦ୍ୱାରରେ ଯେଉଁ ଦୁଇପଟ କବାଟ ଅଛି ଓ ସେ ଦୁଇ ପଟ କବାଟରେ ଯେଉଁ ଶିଳ୍ପକାର୍ଯ୍ୟମାନ ପ୍ରଦର୍ଶିତ ହୋଇଅଛି, ସେଥିରୁ ପୂର୍ବ ଓଡ଼ିଆଙ୍କର କାଷ୍ଠଶିଳ୍ପରେ ଅଭିଜ୍ଞତା ଓ ଉନ୍ନତିର ପରିଚୟ ମିଳଇ । ଖଣ୍ଡିକେତେ ପଲଙ୍କର ଆକୃତିମାନ ପ୍ରସ୍ତରରେ ଖୋଦିତ ହୋଇଅଛି । କାଷ୍ଠରେ ସେମାନ ସେହିପରି ନିର୍ମିତ ହୋଇଥିଲେ ପୂର୍ବଶିଳ୍ପିଙ୍କର କାଷ୍ଠଶିଳ୍ପରେ ଚୂଡ଼ାନ୍ତ ଉନ୍ନତି ବିଷୟରେ ଆଉ ସନ୍ଦେହ ରହଇ ନାହିଁ । ନୌକା, ପାଲିଙ୍କୀ ପ୍ରଭୃତି ଯାନ ଓ ଜୀବନର ସୁଖସ୍ୱଚ୍ଛନ୍ଦପ୍ରଦ ଅନ୍ୟାନ୍ୟ ପଦାର୍ଥସବୁ ଓଡ଼ିଶା ଶିଳ୍ପକାରମାନେ ପୂର୍ବେ ନିର୍ମାଣ କରୁଥିବାର ଯଥେଷ୍ଟ ପ୍ରମାଣ ମିଳିଅଛି । ମଧ୍ୟ ଅର୍ଣ୍ଣବପୋତର ଚଳନ ଯେପରି ତେତେବେଳେ ହୋଇଥିଲା ଓ ଓଡ଼ିଶାଶିଳ୍ପିମାନେ ଶିଳ୍ପଦ୍ୟାରେ ଯେପରି ଉନ୍ନତିଲାଭ କରିଥିଲେ - ସେ ସବୁରୁ ବୋଧ ହୁଅଇ ଯେ ସମୁଦ୍ରବାହୀ କୌଣସି କୌଣସି ପ୍ରକାରର ପୋତମାନ ସୁଦ୍ଧା ଓଡ଼ିଶା ଶିଳ୍ପକାରମାନେ ନିର୍ମାଣ କରୁଥିଲେ ।
ବାଣିଜ୍ୟ ଓ ପୋତଯାତ୍ରା—ଚିଲକାହ୍ରଦ କେଶରୀବଂଶୀୟ ରାଜାଙ୍କ ସମୟରେ ଓଡ଼ିଶାର ବନ୍ଦର ଥିବାର ଲିଖିତ ହୋଇଅଛି । ଅର୍ଣ୍ଣବପୋତମାନ ଚିଲିକାକୂଳରୁ ଯାତାୟାତ କରୁଥିଲା । ଲୁଗା, ମୁକ୍ତା, କଉଡ଼ି ଇତ୍ୟାଦି କେତେକ ପଦାର୍ଥର ବ୍ୟବସାୟ ପୂର୍ବେ ଚଳୁଥିବାର ପ୍ରମାଣ ମିଳିଅଛି । କେଶରୀବଂଶୀୟ ରାଜାଙ୍କର ଶେଷ ସରିକି ପ୍ରାୟ ୧୧୦୦ ଅବ୍ଦରେ ଓଡ଼ିଶା ଉପକୂଳରୁ ଧୀବରମାନେ ତମଲୁକଠାକୁ ଯାଇ ସେଠାରେ ରାଜପଣ କରିଥିଲେ । ଚାରିଶ ଘର ଧୀବର ଏକାବେଳକେ ସେଠାକୁ ଯାଇ ବାସ କରିଥିବାର କଥିତ ଅଛି । ଇତିପୂର୍ବେ ତମଲୁକରେ ମୟୁରବଂଶୀୟ ରାଜାମାନେ ରାଜତ୍ୱ କରୁଥିଲେ । ମୟୁରଭଞ୍ଜର
ପୃଷ୍ଠା:Odishara Itihas.pdf/୮୯
Appearance
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୭
ତୃତୀୟ ଅଧାୟ