ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୪୭

ଆମ୍ଭମାନଙ୍କର ପାପ ନାହିଁ ଯେଣୁ ସମସ୍ତ ଅଧୁ ସେମାନଙ୍କର ପ୍ରୟୋଜନର ଯୋଗ୍ୟ ନୋହେ । ଅତଏବ ପରମେଶ୍ୱର ଆମ୍ଭମାନଙ୍କର ହିତର ନିମନ୍ତେ ଯେ ମଧୁମକ୍ଷିକା ଦ୍ୱାରା ମହୁର ସୃଷ୍ଟି କରିଅଛନ୍ତି ଏହା ଆମ୍ଭମାନଙ୍କର ନିଶ୍ଚୟ ଅଛି । ଆଉ ସେମାନଙ୍କୁ ହିଁ ଅବା କିପାଁ ବଧ ନ କରିବା ? ଆମ୍ଭେମାନେ କି ମସ୍ଚ୍ୟମାନଙ୍କୁ ବଧ ନ କରି? ତେବେ ଏକାବେଳେ ଯେ ସମୂହ ମକ୍ଷିକା ନଷ୍ଟ ହୁଅଇ ଏ ଖେଦର ବିଷୟ ପ୍ରମାଣ ପୁଣି ଏକ ବରସର ମଧ୍ୟରେ ଯେତେ ଛେଳି, ମେଣ୍ଢା ଆଦି ନଷ୍ଟ ହେଉଅଛନ୍ତି ତାହା ଯେବେ ଏକ କାଳରେ ଆମ୍ଭମାଙ୍କର ସାକ୍ଷାତରେ ନଷ୍ଟ ହୁଅନ୍ତେ ତେବେ ତହିଁରେଇ ଆମ୍ଭେମାନେ ଖେଦାନ୍ୱିତ ହୋଇ ଏ ବଡ ନିର୍ଦୟର କର୍ମ ଏମନ୍ତ କଥା ବୋଲନ୍ତୁ ପୁଣି କ୍ରମେ ବିନଷ୍ଟ ହେବାରେ ଆମ୍ଭମାନଙ୍କର ସେଋପ ଖେଦ ନୁହଇ । ସେ ଯାହା ହେଉ, ଯହିଁରେ ମଧୁମକ୍ଷିକାଗଣକୁ ନଷ୍ଟ ନ କରି ମଧୁ ନେବାକୁ ପାରନ୍ତି ଏମନ୍ତ ଉପାୟରେ ଯେବେ ମଧୁ ଗ୍ରହଣ କରନ୍ତି ତେବେ ତାହା ଉତ୍ତମ କର୍ତ୍ତବ୍ୟ ପ୍ରମାଣ ।

ଶିଷ୍ୟ । ମଧୁ ଅପହରଣ ହେଲେ ସେମାନେ ଶୀତକାଳରେ କରିପାରେ ପ୍ରାଣଧାରଣ କରିବାକୁ ପାରନ୍ତି ?

ଗୁରୁ । ସେମାନଙ୍କର ନିମନ୍ତେ କିଞ୍ଚିତ ଅବଶେଷ ମଧୁ ରଖିବାର ଉଚିତ, ତାହା ନ ହେଲେ ସେମାନଙ୍କର ପ୍ରୟୋଜନାନୁସାରେ କ୍ରମେ କିଛି ଦେବାର ଉଚିତ । ଏହିଋପେ ଯେବେ ମଧୁ ଗ୍ରହଣ ହୁଅଇ ତେବେ ଯହିଁରେ ସେମାନଙ୍କର ପ୍ରୟୋଜନ ନାହିଁ ଏମନ୍ତ ଅବଶେଷ ମଧୁହିଁ ଗ୍ରହଣ ହୁଅଇ ତହିଁରେ କୌଣସି ଦୋଷ ହେବାକୁ ନ ପାରଇ ।

ଶିଷ୍ୟ । ପିପୀଲିକା କି ଆଶ୍ଚର୍ଯ୍ୟ କୀଟ ନୋହେ ?

ଗୁରୁ । ହାଁ, ସେମାନେହେଁ ମହୁମାଛି ସଦୃଶ ବଶୀଭୂତ ପ୍ରକାର ପ୍ରାୟେ କ୍ଷୁଦ୍ର ଜନ୍ତୁ ପ୍ରମାଣ, ତେବେ ମହୁମାଛି ସଙ୍ଗେ ଏହି ମାତ୍ର