ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୫୮

ଫଳ, ପୁଷ୍ପ, ଇତ୍ୟାଦି ଉତ୍ପନ୍ନ କରିଅଛନ୍ତି ।ସୃଷ୍ଟିକାଳଠାରୁ ଯୁଗେ ଏହି ସମସ୍ତ ସୃଷ୍ଟି ହୋଇ ରକ୍ଷିତ ହେଉଅଛନ୍ତି ମାତ୍ର ଏହି ପର୍ଯ୍ୱନ୍ତେ ଆମ୍ଭମାନଙ୍କର ବୋଧାନୁସାରେ ମନୁଷ୍ୟ, ପଶୁ, ପକ୍ଷୀ, ମସ୍ଚ୍ୟ, କୃମି, କୀଟ, ପତଙ୍ଗ, ଇତ୍ୟାଦି ପ୍ରାଣୀ ଏଋପେଇ ସୃଷ୍ଟ ହୋଇ ଆସୁଛନ୍ତି ତଦିନ୍ମ କୌଣସି ପ୍ରାଣୀ କି ଆଉ କୌଣସି ପ୍ରାଣୀ କି ଆଉ କୌଣସି ବସ୍ତୁ ନୂତନ ଋପରେ ସୃଷ୍ଟ ହୁଅଇ ନାହିଁ । ଏହାର ମଧ୍ୟରେ ଏକ କଥା ତୁମ୍ଭର ମନୋଯୋଗରୁ ଯୋଗ୍ୟ ଅଛି । ଦେଖ, ଏହି ସମସ୍ତ ଅସଂଖ୍ୟ ବୃକ୍ଷାଦି ଏକ ମୃତ୍ତିକାରେ ରୋପିତ, ଏକ ସୂର୍ଯ୍ୟ କିରଣରେ, ଏକ ମେଘର ବୃଷ୍ଟିରେ ବର୍ଦ୍ଧିତ ହେଲେହେଁ ଏକ ବୃକ୍ଷରୁ ଆଉ ବୃକ୍ଷର ଆସ୍ୱାଦନ, ଗନ୍ଧ, ବର୍ଣ୍ଣର ଅନେକ ପ୍ରଭେଦ ହେଉଅଛି ।

ଶିଷ୍ୟ । ଏହି ସମସ୍ତ ବୃକ୍ଷ ଜାତିରେ, ବର୍ଗରେ, ଗଣରେ, ପ୍ରକାରରେ ବିଭକ୍ତ ଅଛନ୍ତି କି ନାହିଁ ।

ଗୁରୁ । ହାଁ, ପୃଥିବୀରେ ଯେ ବୃକ୍ଷ ଅଛନ୍ତି ସେ ସମସ୍ତି ବିଲାତ ପଣ୍ଡିତଗଣଙ୍କ ଦ୍ୱାରା ବିଭକ୍ତ ହୋଇଅଛନ୍ତି । ଜାତିର ମଧ୍ୟରେ ବର୍ଗ, ବର୍ଗର ମଧ୍ୟରେ ଗଣ ଅଛି, ଗଣର ମଧ୍ୟରେ ପ୍ରକାର ଅଛି ପୁଣି ପ୍ରକାରର ମଧ୍ୟରେ ନାନା ବିଶେଷ ଅଛି ।

ଶିଷ୍ୟ । ବୃକ୍ଷାଦିର ଜାତି ଓ ବର୍ଗାଦିର ନାମ କି ପ୍ରକାରେ ନିର୍ଣ୍ଣୟ ହୁଅଇ ?

ଗୁରୁ । ପାଖୁଡାରେ ହୁଅଇ । ପୁଣି ଯାହାର ପୁଷ୍ପର ଏକ ପାଖୁଡା ଥାୟେ ସେ ପ୍ରଥମ ଜାତି ହୁଅଇ ପୁଣି ଯେବେ ଦୁଇ ପାଖୁଡା ତେବେ ଦ୍ୱିତୀୟ ଜାତି ହୁଅଇ । ଏହି ପ୍ରକାର ତିନି ଚତୁର୍ଥାଦି ପାଖୁଡା ଥିଲେ ତୃତୀୟ ଚତୁର୍ଥାଦି ଜାତି ହୁଅଇ ଜାଣିବ । ଆଉ ଗର୍ଭଶିରାରେ ବର୍ଗର ନିର୍ଣ୍ଣୟ ହୁଅଇ ଅର୍ଥାତ ଯାହାର ପୁଷ୍ପ ମଧ୍ୟରେ ଏକ ଗର୍ଭଶିରା ଥାୟେ ସେ ପ୍ରଥମ ବର୍ଗର ମଧ୍ୟରେ ଗଣିତ ହୁଅଇ ପୁଣି ଦୁଇ ଗର୍ଭଶିରା ଥିଲେ ଦ୍ୱିତୀୟ ବର୍ଗର ମଧ୍ୟରେ ଗଣିତ ହୁଅଇ ।