ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୬୦

ଶିଷ୍ୟ । ପ୍ରତ୍ୟେକ ବୃକ୍ଷରେ ଅନେକ ପତ୍ର ଅଛି ପୁଣି ସମସ୍ତ ପତ୍ର ସମାନ ନୋହେ କିପାଁ ?

ଗୁରୁ । ଈଶ୍ୱରଙ୍କର ସର୍ବସୃଷ୍ଟି ବିଷୟରେ ନାନା ବିଶେଷ ଅଛି । ଜଗତର ମଧ୍ୟରେ ପ୍ରାୟ ଦୁଇ ବସ୍ତୁ ଏକ ସମାନ ନ ମିଳଇ । ଆଉ ଦେଖ, ପତ୍ରର ଉପରେ ଜଳ ବସି ଯେମନ୍ତ ହାନି ନ ଜନ୍ମଇ ଏହି ନିମନ୍ତେ ପତ୍ରର ଉପରି ଭାଗ ଚିକ୍ୱଣ ଥାୟେ । ପୁଣି ପୃଷ୍ଠଦେଶ ଯେମନ୍ତ କାକର ଗ୍ରହଣର ଯୋଗ୍ୟ ହୁଅଇ ଏକାରଣ ପତ୍ରର ପିଠୋଆଡ ଅଚିକ୍ୱଣ ଓ ଆଁ ସୁଆଁ ସୁଆ ହୁଅଇ ।

ଶିଷ୍ୟ । ଲୋକର ଉପକାରରେ ନିମନ୍ତେ ଅଫଳନ୍ତି ବୃକ୍ଷର ପ୍ରୟୋଜନ କି ?

ଗୁରୁ । ପ୍ରୟୋଜନ ଅଛି । ଦେଖ, ବଣ ବୃକ୍ଷ ସମସ୍ତ ଅତି ସୁଦୃଶ୍ୟ ହୁଅଇ ପୁଣି ପଥିକମାନଙ୍କର ସନ୍ତାପ ଦୂର କରିବାର ନିମନ୍ତେ ସୁଶୀତଳ ଛୟା ବିସ୍ତାର କରଇ । ଆଉ ଗୃହାଦି ରଚନା, ଜାହାଜର ମାସ୍ତଳ, କୃଷିକର୍ମ, ଗୃହୋପକରଣ, ଔଷଧ, ମୋଚିର କର୍ମ, ଶିଳ୍ପକର୍ମ, ପୁଣି ରାନ୍ଧଣା, ଇତ୍ୟାଦି କର୍ମର ନିମନ୍ତେ ସେ ବଣର ବୃକ୍ଷ ସମସ୍ତ ବଡ ଉପକାରୀ ହୁଅନ୍ତା ।

ଶିଷ୍ୟ । ଅବଧାନ, ବୃକ୍ଷରୁ ମନୁଷ୍ୟର ଏତେ ଉପକାର ଏହା ଆମ୍ଭେ ଆଗେ ଜାଣି ନ ଥିଲୁ । ଯେ ବୃକ୍ଷର ଫଳ ହୁଅଇ କେବଳ ସେହି ସମସ୍ତକୁଇ ଭଲ ବୋଲନ୍ତୁ ।

ଗୁରୁ । ଫଳବନ୍ତ ବୃକ୍ଷର ଅନେକ ପ୍ରକାର ଅଛି । ଆମ୍ଭମାନଙ୍କର ଆହାର, ରକ୍ଷା, ହିତ, ସୁଖ, ଆସ୍ୱାଦନ, ତୃପ୍ତି କରିବାକୁ, ପୁଣି ଗ୍ରୀଷ୍ମ କାଳରେ ତୃଷ୍ଣା ନିବାରଣ ଓ ଶାନ୍ତି କରିବାକୁ ଆମ୍ର, ପିଜୁଡୁ, ନାରଙ୍ଗ, ନେମ୍ବୁ, ବେଲ, ପଣସ, ଆତ, ଇତ୍ୟାଦି ଉତ୍ତମ ଫଳ ଯେ କରି ଅଛନ୍ତି ପୁଣି କୋବି, ଫୁଲକୋବି, ମୂଳା, ଶଲଗମ, ଗାଜର, ଆଳୁ, ଓଲୁଅ, ବାଇଗଣ, ନୌ, ପୋଟଳ, ଇତ୍ୟାଦି ବଗିଚାରେ