ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୬୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୭୧

ଶିଷ୍ୟ । ଯଦଚା କି ଉତ୍ପନ୍ନ ହୁଅଇ ?

ଗୁରୁ । ତହିଁରୁ ରୋଟୀ, ଛତୁ, ଇତ୍ୟାଦି ହୁଅଇ । ପୁଣି ଇଉରୋପ ଦେଶରେ ତହିଁରୁ ଏକ ପିଇବାର ଦ୍ରବ୍ୟ ପ୍ରସ୍ତୁତ ହୁଅଇ ।

ଶିଷ୍ୟ । ଶସ୍ୟର ନଡାରେ ପ୍ରୟୋଜନ କି ?

ଗୁରୁ । ଯେମନ୍ତ ଓଦା ଭୂମିରେ ସଫଳ ଶାଷା ପଡି ନ ଥାୟେ ପୁଣି ଗ୍ରାମଲୋକମାନଙ୍କର ଗୃହ ଯେମନ୍ତ ଛାଉଣି ହୁଅଇ ପୁଣି ଆଉ କର୍ମଇ ହୁଅଇ ଏହିନିମନ୍ତେ ଣ୍ଡାର ପ୍ରୟୋଜନ ଅଛି ।

ଶିଷ୍ୟ । ଭଲା ଅବଧାନ, ଶସ୍ୟର ଣ୍ଡା ଏମନ୍ତ ତୈଳ ପଡି ଚିକ୍ୱଣ କିପାଁ ?

ଗୁରୁ । ତାହାର ନଡାରେ ବୃଷ୍ଟି ଜଳ ଲାଗିଲେ ଯେମନ୍ତ ହାନି ଏହିନିମନ୍ତେ ତାହା ଚିକ୍ୱଣ ହୁଅଇ ।

ଶିଷ୍ୟ । ନଡାରେ ଏମନ୍ତ ଗଣ୍ଠି ପତ୍ର ହେବାର ଫଳ କି ?

ଗୁରୁ । କ୍ଷେତରେ ବାୟୁରେ ଯେମନ୍ତ ଶସ୍ୟ ଣ୍ଡା ଭାଙ୍ଗି ନ ପଡଇ ଏହିନିମନ୍ତେ ତାହାର ଗଣ୍ଠି ପୁଣି ଫଳର ପ୍ରୟୋଜନ ।

ଶିଷ୍ୟ । ଶସ୍ୟର ନଡା ବେଳକୁବେଳ ନଇଁବାଯୋଗ୍ୟ ପୁଣି ସରୁ ହୁଅଇ କିପାଁ ?

ଗୁରୁ । ଏମନ୍ତ ନୋହିଲେ ପକ୍ଷିଗଣ ତାହାର ଉପରେ ବସି ପକ୍ୱ ଅପକ୍ୱ ଫଳ ସମସ୍ତ ଭକ୍ଷଣ କରନ୍ତେ ।

ଶିଷ୍ୟ । ଭଲା ଅବଧାନ, ଶୀତକାଳରେ ଶସ୍ୟର ପୁଅ କିପ୍କାରେ ରକ୍ଷା ପାୟେ ?

ଗୁରୁ । ଶୀତକାଳରେ ତାହାର ଚାରିଆଡେ ଘାସର ପ୍ରାୟେ ଅନେକ ପତ୍ର ଥାୟେ । ଗ୍ରୀଷ୍ମକାଳରେ ସେହି ସମସ୍ତ ପତ୍ର ଶୁଷ୍କ ହୋଇ ପଡଇ । ତହିଁରେ କ୍ରମେ ଶସ୍ୟ ନଡା ବଢି ଉଠଇ ପୁଣି ସମ୍ପୁର୍ଣ୍ଣ ହୁଅଇ ।

ଶିଷ୍ୟ । ଶସ୍ୟର ଫଳ କି ପ୍ରକାରେ ରକ୍ଷା ପାୟେ ?