ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୬୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୭୩

ଗୁରୁ । ସର୍ବଦା ଏକ ପ୍ରକାର ନ ଫଳଇ ପ୍ରମାଣ । ପୁଣି କ୍ଷେତରେ ଗୁଣାଗୁଣ,କୃଷକର ଯତ୍ନ ବିଶେଷ, ବୀଜର ଭଲମନ୍ଦ ବୁଣିବାର ତାତ୍ପର୍ଯ୍ୟ, ଇତ୍ୟାଦିରେ ବିଶେଷ ଫଳଇ ।

ଶିଷ୍ୟ । ଶଷ୍ୟରେ ଈଶ୍ୱରର ନିପୁଣତା ପୁଣି ଅନୁଗ୍ରହ ଆଉ କି ପ୍ରକାରେ ଜଣା ଯାଉଅଛି ?

ଗୁରୁ । ଏଥିରେ ପରମେଶ୍ୱରର ଅନୁଗ୍ରହ ଭଲଋପରେ ଦେଖା ହେଉଅଛି । ଦେଖ, ଗୋଲାର ମଧ୍ୟରେ ଶସ୍ୟ ରକ୍ଷା କରି ଦୁର୍ଭିକ୍ଷ୍ୟ ସମୟରେ ତହିଁରେ ପ୍ରାଣ ଧାରଣ କରନ୍ତି । ଆଉ ଫଳ ଏକ ବରସ ପର୍ଯ୍ୟନ୍ତ ରକ୍ଷା ନ ପାୟେ ପୁଣି ଆଉ ଫଳ ପକ୍ୱ ହେଲେ ଏକ ମାସ କିବା ଏକ ପକ୍ଷ କି ଏକ ଦିନ ପର୍ଯ୍ୟନ୍ତେଇ ଭଲ ନ ଥାୟେ । ପୃଥିବୀସ୍ଥ ଫଳର ମଧ୍ୟରେ ଆମ୍ଭମାନଙ୍କର ଭକ୍ଷଣାର୍ଥେ ଶସ୍ୟର ତୁଳ୍ପ ଆଉ କୌଣସି ଜୀବନୋପାୟ ଫଳ ନାହିଁ । ଦେଖ, ପ୍ରତ୍ୟହ ଆମ୍ଭେମାନେ ଅନ୍ନାଦି ଭୋଜନ କରୁଅଛୁଁ ତଥାପି ତହିଁରେ ଅରୁଚି ନ ଜନ୍ମଇ । ଏହିନିମନ୍ତେ ଶସ୍ୟ ସମସ୍ତ ପ୍ରାଣିବର୍ଗର ପ୍ରାଣଧାରଣର ପ୍ରଧାନ ଉପାୟ ହୋଇଅଛି ପୁଣି ସେ ବିଷୟରେ ଆମ୍ଭେମାନେ କେମନ୍ତ ଅବିବେଚକ । ଦେଖ, ନିତ୍ୟ ସେହି ଭକ୍ଷ୍ୟ ପାଇ ଆମ୍ଭେମାନେ ଅତ୍ୟଳ୍ପ ଉପକାର ମାନ୍ୟ କରୁଅଛୁଁ ।

ଶିଷ୍ୟ । ଯେ, ଶସ୍ୟ ଭକ୍ଷଣର ନିମନ୍ତେ ନୋହେ ତାହାର ମଧ୍ୟରେ କି ଅତି ଉପକାରକ ଅଛି ?

ଗୁରୁ । ମସିକା ପୁଣି ଛଣପଟରେ ଅନେକ ପ୍ରୟୋଜନ ଅଛି । ମସିକାରେ କୃଷକ ଲୋକମାନଙ୍କର ଅନେକ ଲାଭ ପୁଣି ଆଉ ଲୋକମାନଙ୍କରଇ ମହା ଉପକାର ଅଟଇ ।

ଶିଷ୍ୟ । ମସିକାରୁ କି ପ୍ରକାରେ ଲାଭ ପୁଣି ଉପକାର ହେବାକୁ ପାରଇ ?

ଗୁରୁ । ତାହାର ବୀଜରୁ ତୈଳ ଜନ୍ମଇ ପୁଣି କାଣ୍ଡର ଚୋପାରୁ