ପୃଷ୍ଠା:Prabodha Chandrika (1856).pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୀତାଙ୍କ ବିବରଣ

ସୀତା ସ‌ହିତେ ଅଗସ୍ତ୍ୟ ପର୍ବତକୁ ଯାତ୍ରା କଲେ । ସେଇ ପର୍ବତକୁ ଆଗମନ ମାତ୍ରେ ଅଗସ୍ତ୍ୟ ମୁନି ଅଗ୍ରସର ହୋଇ ସେମାନଙ୍କୁ ଯଥୋଚିତ ସମାଦର କରି ଆପଣା ଆଶ୍ରମକୁ ଘେନିଗଲେ । ସେଇ ମୁନିଂକ ଆଶ୍ରମରେ କେତେକ ଦିନ ରହି ସେମାନେ ପଞ୍ଚବଟୀ ବନ‌କୁ ଗମନ କଲେ ଓ ସେଠାରେ କୁଟୀର ନିର୍ମାଣ କରି ବାସ କଲେ ।

ଏହି ସମୟରେ ଲଂକାରେ ରାବଣ ରାଜା ହୋଇଥିଲେ । ଲଂକା ଲବଣ ସମୁଦ୍ରୋ ମଧ୍ୟସ୍ଥ ଏକ ଦ୍ୱୀପ । ବର୍ତ୍ତମାନ ତାହା ନାମ ସିଂହଳଦ୍ୱୀପ । ସେଇ ଦ୍ଦୀପରେ ପୁର୍ବ ରାକ୍ଷସ ଜାତିଙ୍କର ଅଧିକାର ଥିଲା, ମାତ୍ର ସେମାନେ ଦେବତା- ମାନଂକ ସଂଗେ ସର୍ବଦା ଯୁଧ୍ୟୋରେ ବିଗ୍ରହୋ କରନ୍ତି, ଏହି କାରଣ ଦେବତାଗଣ ସେମାନଂକୁ ଯୁଧ୍ୟରେ ପରାଭବ କରି ରାକ୍ଷସ ବଂଶ ଧ୍ୱଂସ କଲାବାଦ ଲଂକା ଅଧିକାରୀ ହୋଇ ବିଶ୍ୱଶ୍ରବା ମୁନିଂକ ପୁତ୍ର ବ୍ୟିଶ୍ରବଣକୁ ସେହି ରାଜ୍ୟ ଦେଇ ଥିଲେ।

ମାତ୍ର ଯୁଦ୍ଧୟ ସମୟରେ କେତେ ଗୁଡାଏ ରାକ୍ଷସ ଲଂକାୠ ପଳାଇ କରି ପାତାଳ ମଦ୍ଧୟରେ ଲୁଚି ରହିଥିଲେ । ବ୍ୟିଶ୍ରବଣ ଲଂକାଧିପତି ହେଲାଋ ସେମାନଂକର ପୁନରାୟ ଲଂକାଧିକାରର ବାନ୍ଛା ହେବାଋ ସୁମାଳି ନାମରେ ରାକ୍ଷସାଦ୍ଧକ୍ଷ ଆପଣା ଦୁହିତା ନିକଷାକୁ କ‌ହିଲା ତୁମ୍ଭେ ବିଶ୍ୱଶ୍ରବା ମୁନିଂକ ନିକଟକୁ ଗମନ କର ଏବଂ ତାନ୍କୁ ପ୍ର୍ସନ କରି ତଦ୍ଦାରା ପୁତ୍ରୋ ଊତ୍ପାଦନ କର, ସେହି ପୁଚ୍ର ଲଂକାଧିକାରୀ ହେବ। ବିଶେଷ, ସେଇ ପୁତ୍ର ବୈଶ୍ରବଣଂକ ବୈମାତ୍ର ଭ୍ରାତା ହେବ ତ‌ଂହିରେ ରାଜ୍ୟ ମିଳିବା ସମ୍ଭବ। ନିକକ୍ଷା ପିତୃ ବାକ୍ୟରେ ବିଶ୍ୱଶ୍ରବା ମୁନିଂକ ନିକଟକୁ ଯାଇ କାୟମନୋବାକ୍ୟରେ ତାଙ୍କର ସେବା କଲା। ମୁନି ସେଥିରେ ସନ୍ତୁଷ୍ଟ ହୋଇ ତାକୁ ବର ପ୍ରାର୍ଥନା କରିବାକୁ କ‌ହିଲେ । ତ‌ହିଂରେ ନିକଷା ଏହି ପ୍ରାର୍ଥନା କଲା ଯେ ଆପଣଂକ ଦ୍ୱାରା ମୋହର ଦୁଇ ପୁତ୍ର ହେଊନ୍ତୁ । ବିଶ୍ୱଶ୍ରବା ମୁନି ସେଇ ପ୍ରାଥନା ପୁର୍ଣ୍ଣ କରି କ‌ହିଲେ, ତୁମ୍ଭ ଗର୍ଭରେ ଦୁଇ ପୁତ୍ର ଜନ୍ମିବେ; ମାତ୍ର ସେମାନେ ଦୁର୍ଜୟ ରାକ୍ଷସ ହେବେ । ନିକକ୍ଷା ମୁନିଂକି ପ୍ରଣାମ କରି କ‌ହିଲା ପ୍ରଭୋ, ମୋହର ଅଭିଳାକ୍ଷ ସିଦ୍ଧ କଲ ସେଥିରେ ପର୍ଫୁଲ୍ଲ ହେଲି। କିନ୍ତୁ ମୋହର ସନ୍ତାନ ଦୁର୍ଜୟ ରାକ୍ଷସ ହେବେ ଏଥିରେ X X ଅତଏବ ସର୍ବଗୁଣ ବିଶିଷ୍ଟ ଆଊ ଏକ ପୁତ୍ର ମୋତେ X X ତୋହର ଆଊ ଏକ ପୁତ୍ର ସର୍ବଗୁଣବିଶିଷ୍ଟ ହେବ ।