ପୃଷ୍ଠା:Prabodha Chandrika (1856).pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରବୋଧ ଚନ୍ଦ୍ରିକା
୧ ସଂଖ୍ୟା ।

ସନ ୧୨୬୩ । ମାଘ । * ସନ ୧୮୫୬ । ଜାନୁଆରୀ ।

୧। ପାଠକମାନଙ୍କ ପ୍ରତି ପ୍ରଥମ ପତ୍ର ।


ଏ ପ୍ରବୋଧ ଚନ୍ଦ୍ରିକା ବିଷୟକ ।


ଓଡ଼ିଶା ନାମରେ ବିଖ୍ୟାତ ଏହି ଦେଶ ଉତ୍ତରରେ ସୁବର୍ଣ୍ଣରେଖା ନଦୀଠାରୁ ସମୁଦ୍ର କୁଳେ ୨ ଦକ୍ଷିଣରେ ଚିଲିକା ଓ ଗଞ୍ଜା ପ୍ରଦେଶ ପର୍ଯ୍ୟନ୍ତେ ନିର୍ଦ୍ଦିଷ୍ଟ ଅଛି । ତାହାର ପୂର୍ବ ସୀମା ବଙ୍ଗ ସାଗର ଏବଂ ପଶ୍ଚିମ ସୀମା ଗଡ଼ଜାତ । ପୂର୍ବକାଳରେ ଉତ୍କଳ ଦେଶର ସୀମା ଅଧିକ ପ୍ରଶସ୍ତ ଆଉ ରାଜମହେନ୍ଦ୍ର ଓ ବିଜୟ ନଗର ଏ ଦୁହେଁ ଏ ଦେଶ ରାଜାମାନଙ୍କର ପ୍ରଧାନ ୨ ନଗର ମଧ୍ୟରେ ଗଣିତ ଥିଲେ, ଆଉ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତେ ରାଜ୍ୟର ଦକ୍ଷିଣ ସୀମା ବିସ୍ତୃତ ଥିଲା । ମାତ୍ର ଏ ପୁରାତନ ସୀମା ଛାଡ଼ି ଇଦାନୀ ଯେଉଁ ସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଅଛି ତଦୁପଲକ୍ଷରେ ଏଦେଶ ଅତିବୃହତ୍ ଓ ବିଚାର ଯୋଗ୍ୟ ଅଟେ । କେବଳ ମୁଗଲବନ୍ଦି ଭିତରେ ଲୋକ ସଂଖ୍ୟା ପନ୍ଦରଲକ୍ଷରୁ ଅଧିକ । ଏ ବୃହତଦେଶରେ ସର୍ବତ୍ର ଲୋକେ କି ପ୍ରକାର ଅଜ୍ଞାନରେ ପତିତ ହେବାଋ ନାନାବିଧ କ୍ଳେଶ ଆଉ ଦୁରବସ୍ଥା ଭୋଗ କରିଅଛନ୍ତି ତାହା ବିଜ୍ଞ ଲୋକଙ୍କ-ଠାରେ ସୁବ୍ୟକ୍ତ । ଯଦ୍ୟପି ଅଳ୍ପ ବର୍ଷ ମଧ୍ୟରେ ସମୀପବର୍ତ୍ତି ବଙ୍ଗ ଦେଶରେ ବଙ୍ଗଳା ଭାଷା ଅତିଯତ୍ନପୂର୍ବକ ସେ ଦେଶର ଅନେକ ବିଦ୍ୱନ୍ମହାଶୟ କର୍ତ୍ତୃକ ପରିଷ୍କୃତ ଓ ସୁଶୋଭିତ ହୋଇଅଛି ପୁଣି ଦେଶୀୟ ଏବଂ ଇଙ୍ଗରେଜୀ ବିଦ୍ୟା ଶିକ୍ଷାର୍ଥେ ଅନେକ ପାଠଶାଲା ଓ କଲେଜ ନିଯୁକ୍ତ କରାଯାଇଅଛି ଏବଂ ଛାପା ଯତ୍ନ ସ୍ଥାପିତ ହୋଇଅଛି ଅଥଚ ଅତୀତ ସପ୍ତତ୍ରିଂଶବ୍ବର୍ଷ ମଧ୍ୟରେ ପ୍ରାୟ ଶଏ