Jump to content

ପୃଷ୍ଠା:Prabodha Chandrika (1856).pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୋଟା ଭିନ୍ନ ୨ ସମାଚାର ପତ୍ର ଆଉ ଏ ପ୍ରବୋଧ ଚନ୍ଦ୍ରିକା ତୁଲ୍ୟ ମାସିକ କିମ୍ବା ସାପ୍ତାହିକ ପୁସ୍ତକ ଆରମ୍ଭ ହୋଇ ଦେଶ‌ଯାକ ପ୍ରଚାର ହୋଇଅଛି ପୁଣି ବିବିଧ ଜ୍ଞାନସୂଚକ ଅନେକ ପୁସ୍ତକ ମୁଦ୍ରିତ ହୋଇ ପ୍ରକାଶ ପାଇ ଅଛନ୍ତି ତଥାପି ଏ ଉତ୍କଳ ଦେଶରେ ଏତାଦୃଶ ଅତ୍ୟାବଶ୍ୟକ ବିଷୟରେ ଅଳ୍ପମାତ୍ର ଉଦ୍‌ଯୋଗ ହୋଇଅଛି । ଏ ସକଳ ବିଷୟରେ ଏ ଦେଶୀୟ ଲୋକ ଶିଥିଳ ଆଉ ନିଶ୍ଚେଷ୍ଟିତ । ଜ୍ଞାନଠାରୁ ଅଳ୍ପ ଧନସୁଦ୍ଧା ପ୍ରିୟରେ ବୋଧକରି ଯାହା ଦ୍ୱାରା ସେହି ଧନ ସର୍ବତ୍ର ପ୍ରଚୁର ରୁପେ ଉପାର୍ଜିତ ହୁଅଇ ତାହା ଅନାଦାର କରି ଅଛନ୍ତି । ଅତଏବ ଫଳଦେଖ, ଏ ଦେଶ ସ୍ଥାପିତ ନାନା ସରକାରୀ କଚେରୀ ଇତ୍ୟାଦିରେ ବିଦେଶୀୟ ଅର୍ଥାତ୍ ବଙ୍ଗାଳି ଲୋକେ ପ୍ରାୟ ସବୁ ଉତ୍ତମ ଉତ୍ତମ ପଦ ପ୍ରାପ୍ତ ହୋଇ ଅଛନ୍ତି ।

ଲୋକେ ଯେତେ ଅଜ୍ଞାନ ଓ ନିର୍ବୋଧ ହୋଇଛନ୍ତି ତେତେ କ୍ଳେଶାପନ୍ନ ହୁଅନ୍ତି ମାତ୍ର ଜ୍ଞାନ ସର୍ବ ପ୍ରକାର ଲାଭର ଅଥଚ ମାନସିକ ପୁଣି ଶାରୀରିକ ସୁଖର ମାର୍ଗସ୍ୱ‌ଋପ । ଯଥା ଏ ଦେଶର ଅତିପୁରାତନ ଜଣେ ପଣ୍ତିତ ଏହି ଶ୍ଳୋକରେ ଲେଖି ଅଛନ୍ତି ।

ବିଦ୍ୟା ଦ‌ଦାତି ବିନୟଂ ଚିନୟାଦ୍‌ପାତି ପାତ୍ରତାଂ ।
ପାତ୍ର‌ତ୍ୱାଦନମାପ୍ନୋତି ଧନାଦ୍ଧର୍ମଂ ତ‌ତଃ ସୁଖଂ ।

ଅର୍ଥାତ୍ ବିଦ୍ୟାରୁ ବିନୟ ଜନ୍ମଇ, ବିନୟି ଲୋକ ବିଶ୍ୱାସପାତ୍ର ହୁଏ, ବିଶ୍ୱାସ ପାତ୍ର ହେଲେ ଧନ ଉପାର୍ଜନ ହୁଅଇ, ତବ୍ଦାଦ ଧନ‌ରୁ ଧର୍ମ ଅର୍ଥାତ୍ ଧର୍ମକର୍ମ କରିବାର ଶକ୍ତି ଆଉ ଉପାୟ ପ୍ରାପ୍ତ ହୁଏ ଏବଂ ଶେଷରେ ଧର୍ମରୁ ସୁଖ ମିଳେ । ଅନାୟାସରେ ଜଣାଯାଏ କି ଏଦେଶୀୟ ପ୍ରଜାସମୂହର ଅନେକ କ୍ଲେଶ ଆଉ ଦୁର୍ଦ୍ଦଶା ପୁଣି ଅନେକ କୁତ୍ସିତ ବ୍ୟ‌ବ‌ହାର ଜ୍ଞାନାଭାବର ଫଳ ଅଟଇ ।

ମାତ୍ର ଭରସା ହେଉଅଛିକି ଦେଶାଧିକାରି ଇଙ୍ଗରେଜ କମ୍ପାନି ବାହାଦୁର ସର୍ବସାଧାରଣ ଲୋକଙ୍କ ମଧ୍ୟରେ ବିଦ୍ୟାଭ୍ୟାସ ଆଉ ଜ୍ଞାନ ପ୍ରଚାରାର୍ଥେ ବର୍ତ୍ତମାନ ଯେଉଁ ଉଦ୍‌ଯୋଗ କରୁଅଛନ୍ତି ତଦ୍ଦ୍ୱାରା ଏଦେଶରେ ମଧ୍ୟ ଯଥେଷ୍ଟ ଲାଭ ଉତ୍‌ପନ୍ନ ହୋଇ ପାରିବ । ସେଇ ଉଦ୍‌ଯୋଗରେ ଯତ୍‌କିଞ୍ଚିତ୍‌ଋପେ ହେଲେହେଁ ଏକ୍ଷୁଦ୍ର ପତ୍ରିକା ସ‌ହକାରିଣୀ ହୋଇ ପାରିବ, ଇହା ସମ୍ପଦକର ସମ୍ପୂର୍ଣ୍ଣ ମାନସ ଅଟେ ଫଳତଃ ସେଇ ଅଭିପ୍ରାୟରେ ଏପତ୍ରିକା ପ୍ରକଟିତ ହେଉଅଛି । ଅତଏବ ଏଦେଶୀୟ ଯେତେ ସମ୍ଭ୍ରାନ୍ତ ଲୋକେ ଏଜିଲା ମଧ୍ୟରେ ଉଚ୍ଚ ଓ