ପୃଷ୍ଠା:Prabodha Chandrika (1856).pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରି ପାରିବେ । କଟକ ଶହର ବାହାରେ ଯେଉଁମାନେ ବାସ କରୁଥିବେ ସେମାନେ ଡ଼ାକରେ ଅତି ଶୀଘ୍ର ମାସକୁମାସ ଏ ପୁସ୍ତକ ପାଇ ପାରିବେ ଏହି ମାତ୍ର ଆବଶ୍ୟକ କି ନିର୍ଦ୍ଦିଷ୍ଟ ମୂଲ୍ୟରୁ ଅତିରିକ୍ତ ବାରଅଣା ନତୁବା ବାରଗୋଟା ଡ଼ାକ ଟିକିଲି ଦେବାକୁ ହେବ । ତାହାହେଲେ ନିର୍ବିଘ୍ନଋପେ ମାସକୁମାସ ସେମାନଙ୍କ ନିକଟରେ ଡ଼ାକରେ ପ‌ହୁଞ୍ଚାଇ ଦିଆଯିବ ।

୨। ପଞ୍ଚତନ୍ତ୍ରପ୍ରଭୃତି ନୀତିଶାସ୍ତ୍ରୋଦ୍ଧୃତ

ମିତ୍ରଲାଭ - ସୁହୁଭେଦ - ବିଗ୍ରହ - ସନ୍ଧ୍ୟବୟବାନ୍ୱିତ

ବିଷ୍ଣ ଶର୍ମକର୍ତ୍ତୃକ ସଂଗୃହୀତ

ହିତୋପଦେଶଃ ।

ଆଭାଷଃ

ଏହି ହିତୋପଦେଶ ଶ୍ରୁତ ହେଲେ ସଂସ୍କୃତ ବାକ୍ୟରେ ପଟୁତା ଏବଂ ସର୍ବତ୍ର ବାକ୍ୟର ବିଚିତ୍ରତା ମଧ୍ୟ ନୀତିବିଦ୍ୟା ପ୍ରଦାନ କରେ ।

ଅଜରାମରବତ୍ ପ୍ରାଜ୍ଞୋ ବିଦ୍ୟାମର୍ଥଂଚ ଚିନ୍ତୟେତ୍ ।

ଗୃହୀତ ଇବ କେଶେଷୁ ମୃତ୍ୟୁନା ଧର୍ମମାଚରେତ୍ ।

ପ୍ରାଜ୍ଞଲୋକ ଅଜର ଆଉ ଅମର ପ୍ରାୟ ହୋଇ ବିଦ୍ୟା ଓ ଅର୍ଥ ଚିନ୍ତା କରିବ, ଏବଂ ଯମ ଦ୍ୱାରା କେଶରେ ଗୃହୀତ ହେଲାପରି ଧର୍ମାଚରଣ କରିବ ।

ସର୍ବଦ୍ରବ୍ୟେଷୁ ବିଦ୍ୟୈବ ଦ୍ରବ୍ୟମାହୁରନୁତ୍ତମଂ ।

ଅହାର୍ଯ୍ୟତ୍ୱାଦନର୍ଘ୍ୟତ୍ୱାଦକ୍ଷୟତ୍ୱାଚ୍ଚ ସର୍ବଦା ।।

ସକଳ ଦ୍ରବ୍ୟ ମଧ୍ୟରେ ବିଦ୍ୟା କେବଳ ଅତି ଉତ୍ତମ ଦ୍ରବ୍ୟ ବୋଲି ପଣ୍ତିତମାନେ କ‌ହିଅଛନ୍ତି; ଯେହେତୁରୁ ବିଦ୍ୟାଋପ ଧନ‌କୁ ଚୋର ଅପ‌ହରଣ କରି ନ ପାରନ୍ତି, ଏବଂ ବିଦ୍ୟାର ମୂଲ୍ୟ ନାହିଁ, ଅଥଚ କଦାପି କ୍ଷୟ ହୁଏ ନାହିଁ ।

ସଙ୍ଗମୟତି ବିଦ୍ୟୈବ ନୀଚଗାପି ନରଂ ସରିତ୍ ।

ସମୁଦ୍ରମିବ ଦୁର୍ଦ୍ଧର୍ଷଂ ନୃପଂଭାଗ୍ୟମତଃପରଂ ।।