ପୃଷ୍ଠା:Prabodha Chandrika (1856).pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏଥିର ଅର୍ଥ ଏହି, ଅନେକ ସନ୍ଦେହର ନାଶକ ଏବଂ ଅପ୍ରତ୍ୟକ୍ଷ ବିଷୟ ଦର୍ଶକ ଏମନ୍ତ ଯେ ଶାସ୍ତ୍ର ସେ ସମସ୍ତଙ୍କର ଚକ୍ଷୁ, ତାହା ଯାହାର ନାହିଂ ସେ ଅନ୍ଧ । ପୁନଶ୍ଚ ଯୌବନ, ଧନସମ୍ପତ୍ତିଃ ପ୍ରଭୁତ୍ୱ, ଅବିବେକତା ଏହିଚତୁଷ୍ଟୟ ପ୍ରତ୍ୟେକରେ ଅନର୍ଥଜନ‌କ ହୁଏ, ତେବେ ଯେଉଁଠାରେ ଏ ଚତୁଷ୍ଟୟ ମିଳି କରି ଥାନ୍ତି ସେଠାରେ କି ନୋହିବ ?

ଇହା ଶୁଣି ସେ ରାଜା ଅଜ୍ଞାତଶାସ୍ତ୍ର ଏବଂ ସର୍ବଦା ବିପଥଗାମି ଆପଣା ପୁତ୍ରମାନଙ୍କୁ ଶାସ୍ତ୍ର ପଢ଼ାଇବା ସକାଶେ ଉଦ୍‌ବିଗ୍ନ‌ଚିତ୍ତ‌ହୋଇ ଏପ୍ରକାର ଚିନ୍ତା କଲେ ।

କୋର୍ଥଃ ପୁତ୍ରେଣ ଜାତେକ ଯୋନ ବିଦ୍ୱାନ୍ନ ଧାର୍ମିକଃ । କାଣେନ ଚକ୍ଷୁଷା କିମ୍ବା ଚକ୍ଷୁଃ ପୀଡୈବ କେବଳଂ ।

ଯେଉଁ ପୁତ୍ର ପଣ୍ତିତ ଓ ଧାର୍ମିକ ନୁହେ ସେ ପୁତ୍ର ଦ୍ୱାରା କି ଫଳ ? କାଣେ ଚକ୍ଷୁ କେବଳ ପୀଡ଼ାର କାରଣ ହୁଏ ।

ଅଜାତ ମୃତ ମୂର୍ଖାଣାଂ ବରମାଦ୍ୟୌ ନ ଚାନ୍ତିମଃ । ସକୃଦ୍ଦୁଃଖକରାବାଦ୍ୟାବନ୍ତିମସ୍ତୁ ପଦେ ପଦେ ।

ପୁନଶ୍ଚ ଅଜାତ, ମୃତ ଓ ମୂର୍ଖ ଏମାନଙ୍କ ମଧ୍ୟରେ ଆଦ୍ୟ ଦ୍ୱୟ ଭଲ, ଅନ୍ତିମ ଭଲ ନୁହେ; ଯେହେତୁଋ ଆଦ୍ୟଦ୍ୱୟ ଥରେ ମାତ୍ର ଦୁଃଖଦାୟକ ହୁଏ, ଅନ୍ତିମ ଅନୁକ୍ଷଣେ ଦୁଃଖଦାୟକ ହୁଏ ।