Jump to content

ପୃଷ୍ଠା:Prabodha Chandrika (1856).pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେବ, ଅନାଥ ଦୀନ ଦୁଃଖିଙ୍କୁ ପ୍ରତିପାଳନ କରିବ । ଅଧିକ କି କ‌ହିବା, ଯହିଁରେ କାହାରି ଦୁଃଖ ନ ହୁଏ ଏ ପ୍ରକାର କର୍ମ କରିବ । ଇତ୍ୟାଦି ନାନା ପ୍ରକାର ଉପଦେଶ ଦେଇ ପରଦିନ ରାଜ୍ୟ ଦେବେ ଏହା ସ୍ଥିର କରି ଅଧିବାସ କରାଇଲେ ।

୪ । ଦେଶୀୟ ଭାଷା ନ ଜାଣିବାର ପ୍ରତିଫଳ ।

ଯେଉଁ ଦେଶରେ ଯେଉଁ ଭଷା ଚଳୁଥାଏ ସେ ଦେଶୀୟ ମନୁଷ୍ୟମାନଙ୍କର ସକଳ ଅଭିପ୍ରାୟ ସେହି ଭାଷାର ବ୍ୟକ୍ତ ହୁଏ, ମାତ୍ର ସେଇ ସବୁ ଭାଷାର ଶବ୍ଦ ଅନେକ ଏବଂ ତାହାର ଅର୍ଥ ମଧ୍ୟ ନାନାପ୍ରକାର ଅଛି, ଦେଶୀୟ ଲୋକେ ସବୁ ଶବ୍ଦର ସମସ୍ତ ଅର୍ଥ ବୁଝି ପାରନ୍ତି ନାହିଁ ଅନ୍ୟ ଲେକଙ୍କୁ ପଚାରି ଜ୍ଞାତ ହୁଅନ୍ତି, ଅତଏକ ଜ୍ଞାନି ଲୋକେ କହନ୍ତି ଯେବେ ଅନ୍ୟଦେଶୀୟ ଲୋକେ ଅପର ଦେଶର ଭାଷା ବ୍ୟବହାର କରନ୍ତି, ତେବେ ସେଥିରେ ଶବ୍ଦ ପୁଣି ଶାବ୍ଦର୍ଥ ଶିକ୍ଷାରେ ବିଲକ୍ଷଣ ମନୋଯୋଗ କରିବେ । କାରଣ ଅପଣା ୨ ଶବ୍ଦ ବୋଧରେ ଅନଭିଜ୍ଞ ହେଲେ ଅନ୍ୟ କାହାରିଠାରେ ଏକ ଶବ୍ଦ ଅନ୍ୟ ପ୍ରକାର କ‌ହି ପାରନ୍ତି, ଏବଂ ଶବ୍ଦାର୍ଥ ନ ଜାଣିଲେ ଏକ ଶବ୍ଦର ତାତ୍ପର୍ଯ୍ୟ ଅନ୍ୟ ପ୍ରକାର କହନ୍ତି, ତ‌ହିଁରେ ଶ୍ରୋତାମାନେ ଏକ ବିଷୟ ଅନ୍ୟ ପ୍ରକାର ବୁଝି, ଯଦ୍ୟପି ବିପରୀତ ବ୍ୟବହାର କରିବେ, ତେବେ ଅନିଷ୍ଟ ସମ୍ଭାବନାମଧ୍ୟ ହେବ, ଇହାର ଏକ ଉଦାହରଣ କ‌ହୁଅଛୁଁ ମନୋଯୋଗ କର ।

ଧାନ୍ୟ ନଗରେ ମାଧବ ଦାସ ବୋଲି ଜଣେ କ୍ଷତ୍ରିୟ ଥିଲା, ସେ ପ୍ରଥମାବସ୍ଥାରେ ଯୁଦ୍ଧ ଶିକ୍ଷା କରି ଅସ୍ତ୍ରଶସ୍ତ୍ର ଚଲାଇବାରେ ନିପୂଣ ହେଲା ପୁଣି ସେଇ ବିଦ୍ୟାମହିମାରୁ ଅନେକ ରାଜ୍ୟ ଜୟ କଲା, ତବ୍ଦାଦ ଦେଖିଲା ରାଜ୍ୟ ସାଧନ ବିଷୟରେ ତାହା ବାଞ୍ଚା ପୂର୍ଣ୍ଣ ହୋଇଅଛି । ତେତେବେଳେ କମଳପୁର ନାମକ ସୁଶୋଭିତ ରାଜଧାନୀରେ ଅବସ୍ଥାନ କଲା । ଏହି ସମୟରେ ଧାନ୍ୟ ନଗରରୁ ମାଧବ ଦାସର ଆପଣା ପରିବାରମାନେ ଆଗମନ କଲେ ପୁଣି ଜ୍ଞାତି କୁଟୁମ୍ଭମାନେ ସୁଦ୍ଧା କ୍ରମରେ କମଳପୁରକୁ ଅଇଲେ, ଅନନ୍ତର ଦିନେ ମାଧବ ଦାସର ଗୁରୁପୁରୋହିତ ଏକତ୍ର ହୋଇ ପରାମର୍ଶ କଲେ, ମାଧବ ଦାସ କମଳପୂରରେ ରାଜା ହୋଇଅଛେ ତାହା ଆମ୍ଭୀୟ ପରିବାର ଜ୍ଞାତି କୁଝୁମ୍ବସୁଦ୍ଧା ସେଠାକୁ