ପୃଷ୍ଠା:Prabodha Chandrika (1856).pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦେଶୀୟ ଭାଷା ନ ଜାଣିବାର ପ୍ରତିଫଳ

ଯାଇଅଛନ୍ତି, ତେବେ ଆମ୍ଭେମାନେ ଧାନ୍ୟ ନ‌ଗରରେ କି ଅବଲମ୍ବନରେ ରହିଲୁ, ଚାଲ, କମଳପୁରକୁ ଯାଇ ତାଙ୍କ ସଙ୍ଗେ ସାକ୍ଷାତ୍ କରିବ, ସେ ଅବଶ୍ୟ ଆମ୍ଭମାନଙ୍କୁ ପାଖରେ ରଖିବେ । ଏହି ପରାମର୍ଶ କରି ଗୁଋ ପୁରୋହିତ କମଳପୁରକୁ ଗଲେ । ମାତ୍ର ସେହି ସମୟରେ ମାଧବ ଦାସ ଦ୍ୱାରରେ ଅନେକ ଦ୍ୱାରୀ ଥିଲେ, ସେମାନେ ଦେଶୀୟ ଲୋକ, ସଂସ୍କୃତ ଭାଷା କିଛିହିଁ ଜାଣନ୍ତି ନାହିଁ ତ‌ଥାଚ ସେଇ ଗୁଋ ପୁରୋହିତ ସଂସ୍କୃତ ଭାଷାରେ କ‌ହିଲେ, ରାଜାଙ୍କୁ ସମାଚାର କ‌ହ, ଧାନ୍ୟ ନ‌ଗ‌ରରୁ ଗୁରୁ ପୁରୋହିତ ଆସିଅଛନ୍ତି । ଦୌବାରିକଙ୍କ ଠାରେ ବାରବାର କରି ଏକଥା କ‌ହିଲେ ସେମାନେ ତାହା ବୁଝି ପାରିଲେ ନାହିଁ, ଅତଏବ ଦ୍ୱାରୀମାନେ ମହା ବିରକ୍ତ ହୋଇ ଭାବନା କଲେ ରାଜାଙ୍କ ନିକଟରେ ସମାଚାର ନ ଦେଲେ ସେମାନଙ୍କୁ ଦଣ୍ତ ହେବ ଅତଏବ ଜଣେ ସେଇ କଥା ଶୁଣି ରାଜାଙ୍କ ନିକଟକୁ କ‌ହିବାକୁ ଗଲା, ମାତ୍ର ଯାଉଁ ୨ ଆନୁପୂର୍ବକ ଭୂଲି ଯାଇ ହିନ୍ଦି ଭାଷାରେ କ‌ହିଲା, ହେ ମ‌ହାରାଜ ଗୁରୁନ‌ଗରଠାରୁ ଧାନ୍ୟ ଆସିଅଛି, କି ଆଜ୍ଞା ହେଉଅଛି । ରାଜା ଭାବନା କଲେ ତାଙ୍କ ଗ୍ରାମର ନାମ ଗୁଋ ନ‌ଗର ଅଟେ ସେହିଠାରୁ ଧାନ୍ୟ ଆସିଥିବ ଅତଏବ କ‌ହିଲେ ଧାନ୍ୟ ନେଇ ଗୋଲାରେ ରଖ, ଏପର ବିବେଚନା ହେବ । ଏହି କଥା ଦ୍ୱାରୀ ଶୁଣି ତଳେ ଯାଇ କ‌ହିଲା, ତୁମ୍ଭମାନଙ୍କୁ ଗୋଲାରେ ରଖିବାପାଇଁ ଆଜ୍ଞା ଦେଲେ ଚାଲ, ସେହିଠାରେ ରଖି ଆସିବା । ତ‌ହିଁରେ ଗୁରୁ ପୁରୋହିତ ଭାବନା କଲେ, ଗୋଲା ନାମରେ କୌଣସି ଉତ୍ତମ ଗୃହ ଅଛି, ସେହିଠାକୁ ଆମ୍ଭମାନଙ୍କୁ ନେଇ ଯାଉଅଛି, ଇହା ବାଦ ରାଜା ଆସି ସାକ୍ଷାତ୍ କରିବେ; ଏବଂ ଗୋଲାର କବାଟ ଫିଟାଇ ଯେତେବେଳେ ଧାନ ଉପରେ ବସିବାକୁ କ‌ହିଲା ତେତେବେଳେ ମନରେ ବିଚାର କଲେ ଏ ଦେଶର ଏହି ବ୍ୟବ‌ହାର ଥିବ ଯେ, ଗୁଋ ପୁରୋହିତ ଆସିଲେ ତାଙ୍କୁ ପ୍ରଥମେ ଲକ୍ଷ୍ମୀ ଭଣ୍ତାରରେ ବସାଇବାକୁ ହୁଏ ଏହି କାରଣ ବୁଝି ଗୋଲାକୁ ଘେନି ଆସିଲା । ମାତ୍ର ଯେତେବେଳେ ଚାବି ଦେଇ ଦ୍ୱାରୀ ଚାଲିଗଲା, ସନ୍ଧ୍ୟା ପର୍ଯ୍ୟନ୍ତ ସୁଦ୍ଧା କେହି ପଚାରିଲେ ନାହିଁ, ତେତେବେଳେ ସେମାନେ ବିଚାର କଲେ ଆମ୍ଭମାନଙ୍କ ଦୁଃଖର କୌଣସି କାରଣ ଘଟିଅଛି, ନତୁବା ମାଧବଦାସ ଯଥାର୍ଥ ଜାଣି ପାରିଲେ କଦାପି ଏପରି ହୁଅନ୍ତି ନାହିଁ, ଅତଏବ ଗୁଋ ପୁରୋହିତ ଏବଂ ଭୃତ୍ୟ ଏମାନେ ମହା କୋଳାହଳ ଚିତ୍କାର ଶବ୍ଦ କଲେ, ମାତ୍ର ତ‌ହିଁରେ ସୁଦ୍ଧା ଦୌବାରିକମାନେ କବାଟ ଫିଟାଇ ନ ଦେଲେ, ବରଂ ବାହାରେ ରହି ଆହୁରି ତର୍ଜନ ଗର୍ଜନ କଲେ । ପୁନଶ୍ଚ ସେଇ କୋଳାହଳ ରାଜାଙ୍କ କର୍ଣ୍ଣ‌ଗୋଚର ହେଲା ଯେ ଧାନ୍ୟ