ପୃଷ୍ଠା:Prabodha Chandrika (1856).pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗୋଲାରେ କୌଣସି ଲୋକ ବଦ୍ଧ ହୋଇଅଛି, ଅତଏବ ରାଜା ଦୌବାରିକମାନଙ୍କୁ ଡ଼ାକି ପଚାରିଲେ, ଧାନ୍ୟ ଗୋଲାଭିତରେ କାହିଁକି ଗୋଳମାଳ ହେଉଅଛି,ତ‌ହିଁରେ ଦୌବାରିକ କ‌ହିଲା, ଦାସ ତେତେବେଳେ କ‌ହିଅଛି ଗୁରୂ ପୁରରୁ ଧାନ୍ୟ ଆସିଅଛି, କି ଆଜ୍ଞା ହେଉ, ତ‌ହିଁରେ ମହାରାଜ ଧାନ୍ୟ ଗୋଲାରେ ରଖିବାଲାଗି ଅନୁମତି କରିଅଛନ୍ତି, ସେମାନଙ୍କୁ ସେହିଠାରେ ରଖିଅଛି । ବର୍ତ୍ତମାନ ସେମାନେ ଚିତ୍କାର ଶବ୍ଦ କରୁଅଛନ୍ତି । ଏଥିରେ ରାଜା କ‌ହିଲେ, ଆରେ ମୂର୍ଖ, ଏ ଯେ ମନୁଷ୍ୟଙ୍କର ଚିତ୍କାର ଶୁଣୁଅଛୁ । ଧାନ୍ୟ କି ମନୁଷ୍ୟ ପ୍ରାୟ ଚିତ୍କାର କରିପାରେ, କେମନ୍ତ ଧାନ୍ୟ ରଖିଅଛୁ, ଏଠାକୁ ଘେନିଆସ, ବିବେଚନା କରିବା । ତବ୍ଦାଦ ଦୌବାରିକ ଯାଇ ଗୋଲା କବାଟ ଫିଟାଇ ଗୁଋ ପୁରୋହିତ, ଭୃତ୍ୟ ଏମାନଙ୍କୁ ଆଣିବାଋ ମାଧବଦାସ ମହାଲଜ୍ଜିତ ହେଲେ ଏବଂ ନାନାପ୍ରକାର ସ୍ତୁତି ବାକ୍ୟରେ ସେମାନଙ୍କୁ ଶାନ୍ତ କରି ଉକ୍ତ ଦ୍ୱାରିକୁ ଦଣ୍ତ ଦେଲେ । ମାତ୍ର ସେଇ ବ୍ୟକ୍ତି ସେ ଦେଶ ଭାଷାର ପଦ ପଦାର୍ଥ ଜାଣି ସର୍ବଜ୍ଞ ହୋଇଥିଲେ ତାହାର ଏ ଦଶା ନ ହୁଅନ୍ତା ଏବଂ ଗୁଋ ପୁରୋହିତମାନେ ସୁଦ୍ଧା ଏତେ କ୍ଳେଶ ପାଇ ନ ଥାନ୍ତେ ।

୫। କନ୍ଦଜାତି

କନ୍ଦଜାତିଙ୍କ ବାସ ସ୍ଥାନ ପର୍ବତ ଉପର ଭାଗରେ; ସେଇ ସ୍ଥାନ ସମୁଦ୍ର ଜଳ ପତନ‌ଋ ଦୁଇ ତିନି ସ‌ହସ୍ର ଫୁଟ ଉଚ୍ଚ ହେବ । ସେମାନଙ୍କ ଦେଶରେ ଶୀତ ଗ୍ରୀଷ୍ମ ଦୁହେ ଅଧିକ ହୁଅନ୍ତି ଏବଂ ଶୀତ ଗ୍ରୀଷ୍ମର ବଦଳ ସୁଦ୍ଧା ଅତିଶୀଘ୍ର ହେଉଥାଏ ।

କନ୍ଦମାନଙ୍କ ମଧ୍ୟରେ ଜାତି ବିଷୟରେ କିଞ୍ଚିତ୍ ପାର୍ଥକ୍ୟ ଅଛି ସତ୍ୟ ମାତ୍ର ପର୍ବତୀୟମାନେ ନୀଚସ୍ଥଳବାସି ହିନ୍ଦୁମାନଙ୍କ ନ୍ୟାୟ ଜାତି ବିଷୟରେ ଶୁଚିବାଇ ନୁହନ୍ତି । କନ୍ଦ ଦେଶରେ ପାଞ୍ଚ ପ୍ରକାର ଜାତି ଅଛନ୍ତି, ସେଥି ମଧ୍ୟରେ ସୁଣ୍ଢି ଜାତିକୁ ସମସ୍ତେ ପ୍ରଧନ ବୋଧ କରନ୍ତି । ସୁଣ୍ଢି ଜାତିଙ୍କର ପ୍ରଧାନ ବ୍ୟବସାୟ ମଦ୍ୟ ପ୍ରସ୍ତୁତ କରିବା ଏବଂ ଅସଭ୍ୟ ନୀଚ ଲୋକ ମଦ୍ୟ ଦେଖିବା